ମୁକେଶ ଅମ୍ବାନୀଙ୍କ ଗୁରୁ ହେଉଛନ୍ତି ରମେଶ ଭାଇ ଓଝା, ତାଙ୍କ କହିବା କ୍ରମେ ଅମ୍ବାନୀ ପରିବାର ନିଏ ପ୍ରତ୍ୟେକ ବଡ ନିଷ୍ପତ୍ତି ! ଜାଣନ୍ତୁ ରମେଶଙ୍କ ବିଷୟରେ …

0

Get real time updates directly on you device, subscribe now.

ଯେତେବେଳେ ଭାରତର ସବୁଠାରୁ ଧନୀ ବ୍ୟକ୍ତି୍ତ୍ୱଙ୍କ କଥା ଆସେ, ସେଥିରେ ମୁକେଶ ଅମ୍ବାନୀଙ୍କ ନାମ ନିଶ୍ଚୟ ଆସେ। ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି। ଗତ ଅନେକ ବର୍ଷ ମଧ୍ୟରେ ବ୍ୟବସାୟ କ୍ଷେତ୍ରରେ ମୁକେଶ ଆମ୍ବନୀଙ୍କର ଚାପ ରହିଛି। ଅମ୍ବାନୀଙ୍କ ପରିବାର ବ୍ୟବସାୟ ପାଇଁ ଜଣାଶୁଣା, କିନ୍ତୁ ଏହି ପରିବାର ଧାର୍ମିକ ଆୟୋଜନ ପାଇଁ ମଧ୍ୟ ଜଣାଶୁଣା।

ଯେମିତିକି ଆମେ ସମସ୍ତେ ଜାଣିଛୁକି ଯଦି ମଣିଷ ନିଜ ଜୀବନରେ ସଫଳ ହେବାକୁ ଚାହେଁ, ସେଥିପାଇଁ ଏକ ଗୁରୁର ଆବଶ୍ୟକ ଅଟେ। ଏମିତି ସ୍ଥିତିରେ ଅମ୍ବାନୀଙ୍କ ପରିବାରରେ ମଧ୍ୟ ଜଣେ ଗୁରୁ ଅଛନ୍ତି, ଯାହାଙ୍କର ନାମ ରମେଶ ଭାଇ ଓଝା ଅଟେ। ଅମ୍ବାନୀଙ୍କ ପରିବାରରେ ଛୋଟ-ବଡ ନିଷ୍ପତ୍ତି ନେବା ପୂର୍ବରୁ ନିଜର ଗୁରୁଙ୍କର ପରାମର୍ଶ ନିଶ୍ଚିତ ନିଅନ୍ତି। ତେବେ ଚାଲନ୍ତୁ ଆପଣଙ୍କୁ ରମେଶ ଭାଇ ଓଝାଙ୍କ ବିଷୟରେ ବିସ୍ତାର ପୂର୍ବକ ଜଣାଇବୁ।

ଅମ୍ବାନୀଙ୍କର ପରିବାରର ଗୁରୁ ରମେଶ ଭାଇ ଓଝା:-

ରମେଶ ଭାଇ ଓଝା ଅମ୍ବାନୀ ପରିବାରରେ ଗୁରୁ ଅଟନ୍ତି, ଯିଏକି ଚର୍ଚ୍ଚିତ ଆଧ୍ୟାତ୍ମିକ ଗୁରୁ ଅଟନ୍ତି। ରମେଶ ଭାଇ ଓଝା ଗୁଜରାଟର ପୋରବନ୍ଦରରେ “ସନ୍ଦୀପନୀ ବିଦ୍ୟାନିକେତନ ଆଶ୍ରମ” ଚଳାନ୍ତି। ଯେତେବେଳେ ଧୀରୁ ଭାଇ ଅମ୍ବାନୀ ନିଜର ସଫଳତା ଶିଖରରେ ଥିଲେ, ସେତେବେଳେ ରମେଶ ଭାଇ ଓଝା ଅମ୍ବାନୀ ପରିବାର ସହିତ ଥିଲେ। ଅମ୍ବାନୀ ପରିବାରର ପ୍ରତ୍ୟେକ ଛୋଟ ବଡ ନିର୍ଣ୍ଣୟରେ ରମେଶ ଭାଇ ଓଝାଙ୍କର ପରାମର୍ଶ ନିଶ୍ଚିତ ସାମିଲ ଥାଏ। ଯେଉଁଥିରେ ଆପଣ ସମସ୍ତେ ଅମ୍ବାନୀ ପରିବାର ପାଇଁ ତାଙ୍କର ମହାନତାର ଅନ୍ଦାଜ ଜାଣିପାରୁଥିବେ।

ଜଣାଇଦେଉଛୁକି ଗୁଜୁରାଟର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ରମେଶ ଭାଇ ଓଝା। ରମେଶ ଭାଇ ଓଝାଙ୍କ ଦାଦି ଭାଗବତ ଗୀତାକୁ ବହୁତ ମାନୁଥିଲେ। ଓ ସେ ଚାହୁଁଥିଲେକି ତାଙ୍କ ଘରେ ପ୍ରତ୍ୟେକ ଦିନ ଭାଗବତ ଗୀତା ପାଠ ହେଉ। ଦାଦୀଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ ତାଙ୍କର ରୁଚି ଆଧ୍ୟାତ୍ମିକତା ପ୍ରତି ବଢ଼ିଗଲା ଓ ସେ ଆଧ୍ୟାତ୍ମିକ ଗୁରୁ ହୋଇଗଲେ।

ତାଙ୍କର ଗୁରୁ ମୁକେଶ ଅମ୍ବାନୀ ଓ ଅନିଲ ଆମ୍ବାନୀଙ୍କର ସଙ୍ଘର୍ଷକୁ ଶେଷ କରାଇଥିଲେ:-

ରିପୋର୍ଟ ମୁତାବିକ, ଯେତେବେଳେ ମୁକେଶ ଅମ୍ବାନୀ ଓ ଅନିଲ ଅମ୍ବାନୀଙ୍କ ମଧ୍ୟରେ ବ୍ୟବସାୟକୁ ନେଇ ସଂଘର୍ଷ ଚାଲିଥିଲା, ସେତେବେଳେ ମା କୋକିଲାବେନ ତାଙ୍କୁ ଏହି ମାମଲାର ସମାଧାନ ଓ ଭାଇମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ଶେଷ କରିବା ପାଇଁ ଡାକିଥିଲେ, ଯାହାପରେ ରମେଶ ଭାଇ ଓଝା ଆସିଲେ ଓ ସେ ତାଙ୍କର ଦାୟିତ୍ଵ ନିଭାଇଲେ। ରମେଶ ଭାଇ ଓଝା ଦୁଇ ଭାଇଙ୍କର ସମସ୍ୟା ସମାଧାନ କରିଦେଇଥିଲେ।

ଧୀରୁଭାଇଙ୍କ ସମୟରୁ ଆଧ୍ୟାତ୍ମିକ ଗୁରୁ ରୂପରେ ଅଛନ୍ତି ଅମ୍ବାନୀ ପରିବାରରେ:-

ଧୀରୁଭାଇ ଅମ୍ବାନୀଙ୍କ ସମୟରୁ ରମେଶ ଭାଇ ଓଝା ଆଧ୍ୟାତ୍ମିକ ଗୁରୁ ଭାବରେ ଅମ୍ବାନୀ ପରିବାରର ସଂରକ୍ଷକ ରହିଆସିଛନ୍ତି। କୁହାଯାଏକି ରିଲାଏନ୍ସ ପ୍ରତିଷ୍ଠାତା ଧୀରୁବାଇ ଅମ୍ବାନୀଙ୍କ ପତ୍ନୀ କୋକିଲାବେନ ପ୍ରାୟତଃ ତାଙ୍କର ଭିଡିଓ ଦେଖିନ୍ତି। ସେ ତାଙ୍କ ଦ୍ଵାରା ଏତେ ପ୍ରଭାବିତ ହୋଇଥିଲେ ଯେ ସେ ୧୯୯୭ ମସିହାରେ ତାଙ୍କ ଘରେ “ରାମ କଥା” ପରିଚାଳନା କରିବାକୁ ରମେଶ ଭାଇ ଓଝାଙ୍କୁ ନିମନ୍ତ୍ରଣ କରିଥିଲେ। “ରାମାୟଣ ପାଠ” ର କାର୍ଯ୍ୟକ୍ରମ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟ ମଧ୍ୟରେ ରମେଶ ଭାଇ ଓଝା ଏବଂ ଅମ୍ବାନୀ ପରିବାର ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା। ସେବେଠାରୁ ରମେଶ ଭାଇ ଓଝା ତାଙ୍କ ସହିତ ଅମ୍ବାନୀ ପରିବାରର ଗୁରୁ ଭାବରେ ଅଛନ୍ତି।

“ମୁମ୍ବାଇ ମିରର” କୁ ଆଧ୍ୟାତ୍ମିକ ଗୁରୁର ଭାଇ ଗୌତମ କହିଲେକି “ସେହି ସମୟରେ ଅମ୍ବାନୀ ପରିବାରର ଆବାସରେ ରମେଶ ଭାଇ ଓଝାଙ୍କ ‘ରାମ କଥାର’ ଆୟୋଜନ କରାଯାଇଥିଲା। ଏକ ସପ୍ତାହ ପର୍ଯ୍ୟନ୍ତ ଚାଲୁଥିବା ଏହି କାର୍ଯ୍ୟକ୍ରମ ସମୟରେ ଅମ୍ବାନୀ ପରିବାର ସହିତ ଓଝା ଙ୍କର ଭଲ ସମ୍ବନ୍ଧ ଆସିଯାଇଥିଲା। ଦିନସାରା ରାମ କଥା ଚାଲିଥିଲା ଓ ସନ୍ଧ୍ୟାରେ ରମେଶ ଭାଇଙ୍କ ସହିତ ଚର୍ଚ୍ଚା ହେଉଥିଲା।”

ଜଣାଇଦେଉଛୁକି ଯେତେବେଳେ ଜାମନଗରରେ ରିଲାଏନ୍ସ ପ୍ରଥମେ ରିଫାଇନାରି ସ୍ଥାପିତ କରିଥିଲେ। ଏହାର ଉଦଘାଟନ ରମେଶ ଭାଇ ଓଝା କରୁଥିଲେ। ଏହି ସମୟରେ ସେ ରିଲାଏନ୍ସର କର୍ମଚାରୀକୁ ସମ୍ବନ୍ଧିତ କରି ସେ କମର୍ଯୋଗର ମହତ୍ତ୍ଵକୁ ବୁଝାଇଥିଲେ। ଏହି କଥାରୁ ଅନ୍ଦାଜ ଲଗାଇ ହେଉଛିକି ଅମ୍ବାନୀ ପରିବାର ରମେଶ ଭାଇ ଓଝାଙ୍କର କେତେ ସମ୍ମାନ କରନ୍ତି।

ଜଣାଇଦେଉଛୁକି ଅମ୍ବାନୀ ପରିବାର ନୁହେଁ ବରଂ ଦେଶର ବର୍ତ୍ତମାନ ସମୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରମେଶ ଭାଇ ଓଝାଙ୍କର ବହୁତ ଇଜ୍ଜତ କରନ୍ତି। ଅନେକ ସୁଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରମେଶ ଭାଇ ଓଝାଙ୍କ ସହିତ ନଜର ଆସିବ। ଏତିକି ନୁହେଁ ବରଂ ଗୁଜୁରାଟର ଅନେକ ବଡ ନେତା ତାଙ୍କର ଆଶ୍ରମକୁ ଯାଇସାରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଯେତେବେଳେ ଦେଶର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଥିଲେ ସେତେବେଳେ “ଭାଗବତ ଗୀତା”କୁ ରାଷ୍ଟ୍ରୀୟ ଧାର୍ମିକ ଗ୍ରନ୍ଥ ଘୋଷଣା କରିବା ଉପରେ ଚାପ ପକାଇଥିଲେ, ସେତେବେଳେ ତାଙ୍କର ମାର୍ଗଦର୍ଶକ ରମେଶ ଭାଇ ଓଝା ଥିଲେ।

Leave A Reply

Your email address will not be published.