ଘର ବନାଇବା ବାଲାଙ୍କ ପାଇଁ ବଲ୍ଲେ ବଲ୍ଲେ ! ଅଚାନକ ହ୍ରାସ ପାଇଲା ବ୍ରାଣ୍ଡେଡ ସିମେଣ୍ଟର ଦାମ୍,ଫଟାଫଟ ଜାଣନ୍ତୁ ତାଜା ରେଟ୍….

0

Get real time updates directly on you device, subscribe now.

ଯଦି ଆପଣ ମଧ୍ୟ ନିକଟରେ ସ୍ୱପ୍ନର ଘର ବନାଉଛନ୍ତି ବା ବନାଇବାକୁ ଭାବୁଛନ୍ତି ଏହି ଖବର ଆପଣଙ୍କୁ ଖୁସି କରିଦେବ|ଭବନ ନିର୍ମାଣ ସାମଗ୍ରୀ ବଜାରରେ ଗୋଟିଏ ପକ୍ଷରେ ମୁକ୍ତି ମିଳିଛି , କିନ୍ତୁ ଅପରପକ୍ଷରେ ସମସ୍ୟା ବଢିଛି|ପନ୍ଦର ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଲୁହା ଛଡ ଦରରେ ହ୍ରାସ ପାଇଛି|ଛଡର ମୂଲ୍ୟ କିଲୋ ପ୍ରତି ୫ଟଙ୍କା ହ୍ରାସ ପାଇ ୭୦ ଟଙ୍କା କିଲୋ ପ୍ରତି ହୋଇଛି|

ସିମେଣ୍ଟ ବସ୍ତା ପ୍ରତି ୨୦ ଟଙ୍କା କମିଛି|ଯଦିଓ ବାଲି ଓ ଗେଟିର ଦାମ ବଢ଼ିଛି|ଛଡର ଦାମ କିଲୋ ପ୍ରତି ୮୫ ଟଙ୍କା ଥିଲା|ଦଶ ଦିନ ପୂର୍ବରୁ ଏହାର ମୂଲ୍ୟ ୧୦ ଟଙ୍କା କିଲୋପ୍ରତି ହ୍ରାସ ପାଇଛି|ଏଵେ ଆଉଥରେ ଏହାର ମୂଲ୍ୟରେ ହ୍ରାସ ପାଇଛି|ଦାଦୀଜି ଷ୍ଟିଲ୍ସ ପ୍ରାଇଭେଟ୍ ଲିମିଟେଡର ପ୍ରବନ୍ଧକ ରମେଶ ଚନ୍ଦ୍ର ଗୁପ୍ତା କହିଛନ୍ତି ଯେ ୧୫ ଦିନ ଭିତରେ ଛଡର ମୂଲ୍ୟ କିଲୋପ୍ରତି ୧୫ ଟଙ୍କା ହ୍ରାସ ପାଇଛି|ସ୍ପଞ୍ଜ ଉପରେ ରପ୍ତାନି ଶୁକ୍ଳ ଶୁନ୍ୟରୁ ବଢି ୪୫% କରି ଦିଆଗଲା|ଫଳରେ ସ୍ଥାନୀୟ ଉପଲବ୍ଧତା ବଢିଲା|ଏହାସହ ଲୁହା ଅୟସ୍କ ମୂଲ୍ୟରେ ହ୍ରାସ ଘଟିଛି|

କଚ୍ଚା ମାଲ ରପ୍ତାନି ଉପରେ ପ୍ରତିବନ୍ଧକ ଓ ଘରୋଇ ଦରରେ କମ ହେବା ଛଡ ଦରକୁ ହ୍ରାସ କରିଛି|ଇଟା ଦରରେ ୫୦୦ ଟଙ୍କା ଟ୍ରଲି ପ୍ରତି ବୃଦ୍ଧି ପାଇଛି|ବିହାର ଇଟା ସେଲର ଆସୋସିଏସନର ଅଧ୍ୟକ୍ଷ ମୁରାରୀ ପ୍ରସାଦ ମନ୍ନୁ କହିଛନ୍ତି ଯେ ୨ ମାସ ପୂର୍ବରୁ ଇଟା ଟ୍ରଲିର ମୂଲ୍ୟ ୧୬୫୦୦ ଥିଲା|ଗୋଟିଏ ଟ୍ରଲିରେ ୧୫୦୦ ଇଟା ଥିଲା|ଗେଟି ଦରରେ ୨୦୦୦ ଟଙ୍କା ପ୍ରତି ସିଏଫଟି ଦରରେ ବଢ଼ିଛି|ବାଲି ଦରରେ ମଧ୍ୟ ୧୦୦୦ ଟଙ୍କା ପ୍ରତି ସିଏଫଟି ଦରରେ ବୃଦ୍ଧି ପାଇଛି|ବିକ୍ରେତା ଗଣେଶ ପ୍ରସାଦ କହିଛନ୍ତି ଏହି ବୃଦ୍ଧି ଗୋଟିଏ ସପ୍ତାହ ଭିତରେ ହୋଇଛି|ସିମେଣ୍ଟ ଦର ୪୨୦ରୁ ହ୍ରାସ ପାଇ ୪୦୦ ଟଙ୍କା ହୋଇ ଯାଇଛି|ବିଲ୍ଡର ଆସୋସିଏସନ୍ ଅଫ ଇଣ୍ଡିଆ ବିହାରର ପୂର୍ବ ଅଧ୍ୟକ୍ଷ ଏନକେ ଠାକୁର କହିଛନ୍ତି ଯେ ସିମେଣ୍ଟ ଓ ଛଡ ଦରରେ ହ୍ରାସ ପାଇଛି କିନ୍ତୁ ଖୋଳିବା ଉପରେ ପ୍ରତିବନ୍ଧକ କାରଣରୁ ବାଲି ,ପଥରର ଚିପ୍ସ ଦରରେ ବୃଦ୍ଧି ପାଇଛି|

Leave A Reply

Your email address will not be published.