ସଲମାନ ଖାନ ଓ ତାଙ୍କ ପିତାଙ୍କ ପାଇଁ ବଢାଗଲା ସୁରକ୍ଷା ,ଜୀବନରୁ ମାରି ଦେବାକୁ ଧମକ ମିଳିବାପରେ ସରକାର ଉଠାଇଲେ ଏମିତି ପଦକ୍ଷେପ

0

Get real time updates directly on you device, subscribe now.

ବଲିଉଡରୁ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବଲିଉଡର ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ଜୀବନରୁ ମାରି ଦେବାପାଇଁ ଧମକ ଆସିଛି ଓ ଏହା ଏକ ପତ୍ର ମାଧ୍ୟମରେ ପଠାଯାଇଛି।

ଭାଇଜାନ ଙ୍କୁ ମିଳିଲା ଧମକ ଭରା ଲେଟର:-

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ରବିବାର ଦିନ ଜୀବନରୁ ମାରି ଦେବାପାଇଁ ଧମକ ମିଳିଛି। ଏହି ଲେଟର ସଲମାନଙ୍କ ପିତା ସଲିମଙ୍କୁ ମିଳିଥିଲା ଯେତେବେଳେ ସେ ସକାଳୁ ଜଗିଙ୍ଗ କରିବାକୁ ଯାଇଥିଲେ। ଲେଟର ମିଳିବାପରେ ପୋଲିସ ଅଜ୍ଞାତ ବ୍ୟକ୍ତି ବିରୁଦ୍ଧରେ ମାମଲା ଦାରଜ କରିଥିଲେ ଓ ଏହାପରେ ଯାଞ୍ଚ ମଧ୍ୟ ଆରମ୍ଭ କରିଦେଇଥିଲେ। ସୂତ୍ର ଅନୁସାରେ ଏବେ ମୁମ୍ବଇ ପୋଲିସ ସଲମାନ ଓ ତାଙ୍କ ପିତାଙ୍କ ସୁରକ୍ଷା ବଢ଼ାଇ ଦେଇଛି।

ସଲିମ ଖାନଙ୍କୁ ବେଞ୍ଚ ଉପରୁ ମିଳିଲା ଲେଟର:-

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେବାଲାଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ ଏହି ଲେଟର ପଠାଯାଇଛି। ସଲିମ ଖାନ ସକାଳ ସମୟରେ ଯେତେବେଳ ଜଗିଙ୍ଗ କରିବାକୁ ଯାଇଥିଲେ ସେତେବେଳେ ସେ ଏକ ବେଞ୍ଚରେ ବସିଲେ ଓ ଏହିଠାରୁ ତାଙ୍କୁ ଏକ ପତ୍ର ମିଳିଥିଲା ଯେଉଁଥିରେ ସଲମାନଙ୍କୁ ମାରିବାର ଧମକ ଦିଆଯାଇଥିଲା। ଏଥିରେ ଲେଖାଥିଲା ସଲମାନ ଖାନଙ୍କର ମଧ୍ୟ ସିଦ୍ଧୁ ମୁସେବାଲା କରିଦେବୁ।

ସଲମାନ ଖାନଙ୍କୁ ଏହି ଧମକ ମିଳିବାପରେ ତାଙ୍କ ଫ୍ୟାନ୍ସମାନେ ଚିନ୍ତାରେ ପଡିଯାଇଥିଲେ ଏବେ ତାଙ୍କର ସିକ୍ୟୁରିଟି ବଢ଼ାଇ ଦିଆଯାଇଛି। ଏବେଏବେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେବାଲାଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରାଯାଇଥିଲା। ଏହାପରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା।

ଆପଣଙ୍କୁ ଜଣାଇଦେଉଛୁ କି, ସିଦ୍ଧୁ ମୁସେବାଲାଙ୍କ ହତ୍ୟାର ଆରୋପୀ ଗ୍ୟାଙ୍ଗଷ୍ଟର ଲରେନ୍ସ ବିସ୍ନୋଇ କଳା ହରିଣ ଶିକାର କରିବା ଯୋଗୁଁ ସଲମାନଙ୍କ ଉପରେ କ୍ରୋଧିତ ରହିଛି। ବିସ୍ନୋଇ ସମାଜର ଲୋକେ କଳା ହରିଣକୁ ଦେବତା ରୂପରେ ପୂଜା କରନ୍ତି। ଥରେ ବିସ୍ନୋଇ ଲରେନ୍ସ ସଲମାନଙ୍କୁ ମାରିବା ପାଇଁ ନିଜର ଏକ ପତ୍ର ପଠାଇଥିଲା।

ଆପଣଙ୍କୁ ଜଣାଇଦେଉଛୁ କି, ସଲମାନ ଖାଁ ଏବେଏବେ ଆଇଫା 2022 ଇଭେଣ୍ଟରୁ ମୁମ୍ବଇ ଫେରିଛନ୍ତି। ଏହି ଇଭେଣ୍ଟ ୟୁଏଇରେ ଆୟୋଜିତ ଥିଲା। ସଲମାନ ଆଇଫା 2022 ହୋଷ୍ଟ କରିଥିଲେ। ତାଙ୍କର ଇଭେଣ୍ଟ ହୋଷ୍ଟ କରିବାର ଫୋଟ ଭାଇରାଲ ହୋଇ ସାମ୍ନାକୁ ଆସିଛି ଯାହାକି ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି।

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ସଲମାନ ବହୁତ ଜଲଦି କ୍ୟାଟ୍ରିନା କୈଫଙ୍କ ସହିତ ଟାଇଗର 3 ରେ ନଜର ଆସିବେ। ଏହି ଫିଲ୍ମ ଆଗାମୀବର୍ଷ ସିନେମାଘରେ ରିଲିଜ ହେବ

Leave A Reply

Your email address will not be published.