ବନ୍ଧୁମାନେ ପୁରୁଷତ୍ଵକୁ ଚାଲେଞ୍ଜ କରିବାରୁ ଯୁବକ ଜଣକ ଖାଇଲେ ଭାଇଗ୍ରାର ଓଭରଡୋଜ,ଆଉ ତା ପରେ ଯାହାହେଲା…ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଜାଣିବାପରେ ଆପଣ ହଇରାଣ ହୋଇଯିବେ। ମାମଲା ହେଉଛି ଜଣେ ବ୍ୟକ୍ତି ଅଧିକ ଆନନ୍ଦ ପାଇବା ଆଶାରେ ନିଜର ଜୀବନକୁ ବିପଦରେ ପକାଇଦେଲା। 28 ବର୍ଷୀୟ ଯୁବକ ଜଣକ ବିବାହର କିଛିଦିନ ପରେ ଭାଇଗ୍ରା ର ଓଭରଡୋଜ ନେଇଥିଲେ ଯାହାଦ୍ୱାରା ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା।

ଏହି ପୁରା ମାମଲା ସେବେଠାରୁ ଆରମ୍ଭ ହେଲା ଯେତେବେଳେ ବିବାହର ତିନିମାସ ବିତିବା ପରେ ଯୁବକର ବନ୍ଧୁମାନେ ତାଙ୍କ ପୁରୁଷତ୍ଵ ଉପରକୁ ପ୍ରଶ୍ନ କରିଥିଲେ ଓ ସେକ୍ସ ପାୱାର ବଢାଇବା ପାଇଁ ଏକ ଭାଇଗ୍ରା ନାମକ ଦବେଇ ଖାଇବାକୁ କହିଥିଲେ।

ବନ୍ଧୁ ମାନଙ୍କ ଉପଦେଶରେ ଯୁବକ ଜଣକ 25 ରୁ 30 ଗ୍ରାମ ଭାଇଗ୍ରା ଖାଇବା ଆରମ୍ଭ କରିଦେଇଥିଲେ ଓ ଯୁବକର କହିବା ହେଲା ତାଙ୍କୁ ସନ୍ତୁଷ୍ଟି ମିଳୁନାହିଁ ଓ ଏହାପରେ ଯୁବକର ବନ୍ଧୁମାନେ ତାଙ୍କୁ ଅଧିକ ଡୋଜ ନେବାପାଇଁ କହିଥିଲେ ଓ ସେ 200 ଗ୍ରାମ ଡୋଜ ନେଇଥିଲେ। ଏହାପରେ ତାଙ୍କ ଅବସ୍ଥା ସମ୍ପୂର୍ଣ୍ଣ ଭାବରେ ସାଂଘାତିକ ହୋଇଗଲା।

ଯୁବକର ପ୍ରାଇଭେଟ ପାର୍ଟରେ ଏମିତି ଉର୍ଜା ଆସିଥିଲା ଯାହାକି 20 ଦିନ ପରେ ମଧ୍ୟ ଶେଷ ହେଉନଥିଲା। ଯୁବକ ଉପରେ ବିବ୍ରତ ହୋଇ କନ୍ୟା ତାଙ୍କ ବାପଘରକୁ ଚାଲିଗଲେ। ଏହାପରେ ବାପଘର ଲୋକେ ଝିଅକୁ ବୁଝାଇ ପୁଣି ଶାଶୁଘର ପଠାଇଥିଲେ କିନ୍ତୁ କଥା ସମାଧାନ ହୋଇନଥିଲା। ଯୁବକଙ୍କୁ ହସ୍ପିଟାଲ ପଠାଇ ମହିଳା ସେଠାରୁ ଚାଲିଗଲେ।

ଜାତ ହେଲା ଏକ ନୂଆ ସମସ୍ୟା:-

ଡ଼କ୍ଟର ଯୁବକର ଅପରେସନ କରିବାପରେ ସମସ୍ୟା ତ ସମାଧାନ କରିଦେଲେ କିନ୍ତୁ ଆଉ ଏକ ସମସ୍ୟା ଏହିଠାରୁ ଜାତ ହୋଇଥିଲା। ଡ଼କ୍ଟର ତାଙ୍କୁ କହିଥିଲେ, ତୁମେ ପିଲା ଜନ୍ମ ତ କରିପାରିବ କିନ୍ତୁ ସାରା ଜୀବନ ପର୍ଯ୍ୟନ୍ତ ତୁମ ପ୍ରାଇଭେଟ ପାର୍ଟରେ ଏହିପରି ଉର୍ଜା ଭରି ରହିବ ଓ କେବେ ଏଥିରେ ଶିଥିଳତା ଦେଖା ଦେବନାହିଁ। ଏହାପରେ ଡ଼କ୍ଟର ତାଙ୍କୁ ଉପଦେଶ ଦେଇ କହିଥିଲେ କି, ପବ୍ଲିକ ପ୍ଲେସକୁ ଯିବାବେଳେ ଟାଇଟ କପଡ଼ା ପିନ୍ଧି ଯିବାକୁ ହେବ।

ସଙ୍ଗମ ନଗରୀ ପ୍ରୟାଗରାଜର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ମୋତିଲାଲ ନେହେରୁ ମେଡ଼ିକାଲ କଲେଜର ଡ଼କ୍ଟର ମାନେ ଏହାକୁ ଏକ ଚ୍ୟାଲେଞ୍ଜ ରୂପରେ ଗ୍ରହଣ କରିଥିଲେ ଓ ଦୁର୍ଲଭ ପେନାଇଲ ପ୍ରୋସଥେସିସ ଆପଣାଇ ଏହାର ସବୁ ସମସ୍ୟା ଦୂର କରିଥିଲେ।

ମେଡ଼ିକାଲ କଲେଜର ଡ଼କ୍ଟରଙ୍କ ମୁତାବିକ, ବହୁତ ଜଲଦି ଯୁବକ ନର୍ମାଲ ହୋଇଯିବ ଓ ସେ ନିଜର ପତ୍ନୀଙ୍କ ସହିତ ମଧ୍ୟ ସମ୍ଵନ୍ଧ ବନାଇବାରେ ମଧ୍ୟ କୌଣସି ଅସୁବିଧା ହେବନାହିଁ।

ହସ୍ପିଟାଲର ୟୁରୋଲୋଜି ବିଭାଗ ଅଧ୍ୟକ୍ଷ ଡ଼କ୍ଟର ଦିଲ୍ଲୀପ ଚୌରସିଆ ଟିମ ର ସଫଳତା ପାଇଁ ଖୁସି ଅଛନ୍ତି। ସେ କହିଥିଲେ, ଯୁବକ ଜଣକ ଦୁଇମାସ ପୂର୍ବରୁ ହିଁ ଆମକୁ ସମ୍ପର୍କ କରିଥିଲେ ଓ ତାଙ୍କର ବିବାହ ଏବେ କିଛିଦିନ ପୂର୍ବରୁ ହୋଇଥିଲା।

ସେ କହିଥିଲେ, ଯୁବକ ବିବାହ ପୂର୍ବରୁ ଭାଇଗ୍ରା ସେବନ କରୁଥିଲା ଓ ବିବାହ ପରେ ସେ ଡୋଜ ବଢ଼ାଇ ଦେବାରୁ ଏହାର ଦୁଷ୍ପରିଣାମ ଏହା ହେଲା କି, ସମ୍ଵନ୍ଧ ବନାଇବାରେ ତାଙ୍କର କ୍ଷମତା ଶେଷ ହୋଇଗଲା ସ୍ଖଳନ ଶେଷ ହୋଇଗଲା।

ଡ଼କ୍ଟରଙ୍କ ଉପଦେଶରେ ନେଉଛନ୍ତି ଏହି ମେଡ଼ିସିନ:-

ଭାଇଗ୍ରା ସେବନ ଡ଼କ୍ଟରଙ୍କ ଠାରୁ ପରାମର୍ଶ ନେଇ କରାଯାଇଥାଏ। ଡ଼କ୍ଟର ଦିଲ୍ଲୀପ ଚୌରସିଆ କହିଥିଲେ ଯେ, ଅପରେସନ ସମୟରେ ଯୁବକର ପ୍ରାଇଭେଟ ପାର୍ଟରେ ପେନାଇଲ ପ୍ରୋସଥେସିସ ପ୍ରତ୍ୟାରୋପୀତ କରାଗଲା ଯାହାକୁ ଦିଲ୍ଲୀରୁ ମଗା ଯାଇଥିଲା ଓ ଏହାର ଦାମ ପାଖାପାଖି 35 ହଜାର ଟଙ୍କା ଅଟେ। ସେ କହିଛନ୍ତି, ଯୁବକଙ୍କ ଅବସ୍ଥା ଏବେ ଠିକ ଅଛି ଓ ତାଙ୍କୁ ଏକ ସପ୍ତାହ ପରେ ହସ୍ପିଟାଲରୁ ଛୁଟି ମିଳିଯିବ।

Leave A Reply

Your email address will not be published.