ଚଉଠି ରାତିରେ ଅପେକ୍ଷା କରିଥିଲା ବର, ଭାଇ ସହିତ ବାଇକରେ ବସି ଫେରାର ହେଲା କନ୍ୟା

0

Get real time updates directly on you device, subscribe now.

ବିହାରର ମୋତିହାରୀରୁ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ କନ୍ୟା ଏମିତି କାଣ୍ଡ ଘଟାଇଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କନ୍ୟା ଚଉଠି ରାତିରେ ବରକୁ ଏମିତି ଧୋକା ଦେଲା ଯେ ଯାହାକୁ ସେ ସାରାଜୀବନ ଭୁଲିପାରିବ ନାହିଁ ।

ଚଉଠି ରାତି ପୂର୍ବରୁ କନ୍ୟା ଲକ୍ଷ ଲକ୍ଷ ଟଙ୍କା ଏବଂ ଗହଣା ନେଇ ଫେରାର ହୋଇଗଲା ଏବଂ କେହି ବି ଏ ବିଷୟରେ ଜାଣିପାରିଲେ ନାହିଁ । ପୀଡ଼ିତ ପରିବାର କହିଛନ୍ତି ଯେ କନ୍ୟା 4 ଲକ୍ଷ ଟଙ୍କାର ଗହଣା ଏବଂ ଦେଢ଼ ଲକ୍ଷ ଟଙ୍କାର କ୍ୟାସ ନେଇ ଭାଇ ସହିତ ବାଇକରେ ଫେରାର ହୋଇଯାଇଛି ।

ପକଡିଦୟାଲ ଥାନା ଅଞ୍ଚଳର ଧନୌଜୀ ପଞ୍ଚାୟତର ହରନାଥପୁରରେ ଯୋଗୀ ଶାହଙ୍କ ପୁଅ ଆନନ୍ଦ କୁମାରଙ୍କ ବିବାହ ହିନ୍ଦୁ ରୀତିନୀତି ଦ୍ଵାରା ମେ 9 ତାରିଖରେ ଢାକା ଥାନା ଅଞ୍ଚଳର ପରସା ନିବାସୀ ରାମନାଥ ଶାହଙ୍କ ପୁଅ ମୁନି କୁମାରିଙ୍କ ସହ ସମ୍ପନ୍ନ ହୋଇଥଲା । ଏହି ସମ୍ପର୍କରେ ଆନନ୍ଦ କୁମାର ପକଡିଦୟାଲ ଥାନାରେ ଆବେଦନ ଦେଇ କହିଛନ୍ତି ଯେ କନ୍ୟା ବିଦା ହୋଇ ନିଜ ସ୍ବାମୀ ଆନନ୍ଦ କୁମାରଙ୍କ ସହିତ ଶାଶୁଘର ଆସିଲା ଏବଂ ସେହି ଦିନ ରାତି 11 ଟା ସମୟରେ କନ୍ୟାର ଭାଇ କୃଷ୍ଣା ଶାହ ନିଜର ଦୁଇଜଣ ସାଙ୍ଗ ସହିତ ନିଜ ଭଉଣୀ ଘରକୁ ଆସିଲା ।

ବର ଏବଂ ତାର ପୁରା ପରିବାର କୃଷ୍ଣା ଶାହଙ୍କର ବହୁତ୍ ସେବା ସତ୍କାର କଲେ । ବିଳମ୍ବିତ ରାତି ହେବାରୁ ସେ ଅନ୍ୟ ରୁମକୁ ଶୋଇବାକୁ ଚାଲିଗଲା । ରାତିରେ ସୁଯୋଗ ଦେଖି ମୁନି କୁମାରୀ ନିଜ ଭାଇ କୃଷ୍ଣା ଶାହ ସହିତ ଗହଣା ଏବଂ କ୍ୟାସ ନେଇ ଫେରାର ହୋଇଗଲା ।

ପୀଡ଼ିତ ବର ପୋଲିସକୁ କହିଛି ଯେ ବିଳମ୍ବିତ ରାତିରେ ଯେତେବେଳେ ସେ ମୋଟର ସାଇକେଲ ଶବ୍ଦ ଶୁଣିଲେ, ସେତେବେଳେ ସେ ଉଠି ଦେଖିଲେ ଯେ କନ୍ୟା ଏବଂ ତା ଭାଇ ଘରେ ନାହାନ୍ତି ଏବଂ ମୂଲ୍ୟବାନ ଜିନିଷ ମଧ୍ୟ ଗାଏବ ଥିଲା । ଯୌତୁକରେ ଯେଉଁ ବାଇକ୍ ମିଳିଥିଲା ସେଇଟା ବି ନଥିଲା । ପୀଡିତ ଆନନ୍ଦ କୁମାର କହିଛନ୍ତି ଯେ ଏହି ଘଟଣା ପରଠାରୁ ତାଙ୍କର ଘରୁ ବାହାରିବା କଷ୍ଟକର ହୋଇପଡିଛି, ତାଙ୍କୁ ନ୍ୟାୟ ଦରକାର୍ ।

Leave A Reply

Your email address will not be published.