ଦୁଇଜଣ ଯୁବତୀଙ୍କ ସହିତ ଯୁବକଜଣକ କଲେ ଅଜବ ଷ୍ଟଣ୍ଟ, ଭିଡିଓ ଦେଖିବାପରେ ଲୋକଙ୍କର ଅଣ୍ଟାରେ ହେବାକୁ ଲାଗିଲା ଯନ୍ତ୍ରଣା

0

Get real time updates directly on you device, subscribe now.

Stunt Video Viral: ଷ୍ଟଣ୍ଟ କରିବା କେବେ ବି ବିପଦମୁକ୍ତ ହୋଇନଥାଏ । କିନ୍ତୁ ଯାହାକୁ ଥରେ ଷ୍ଟଣ୍ଟ କରିବାରେ ମଜା ଲାଗେ, ସେ ମଧ୍ୟ ତାକୁ ନ କରି ରହିପାରିବ ନାହିଁ । ତାପରେ ମଣିଷ ସବୁ ସୀମା ପାର କରିଦିଏ । ଏହି ଚକ୍କରରେ ଅନେକ ଥର ବିପଜ୍ଜନକ ଆହତର ଶିକାର ମଧ୍ୟ ହୋଇଯାଏ ଏବଂ ଅନେକଥର ଏପରି କିଛି ଷ୍ଟଣ୍ଟ ଏତେ ସହଜରେ କରି ଦିଅନ୍ତି ଯେ ଲୋକମାନେ ସେ ବ୍ୟକ୍ତି ପାଇଁ ତାଳି ମାରିବାକୁ ଲାଗନ୍ତି ଆଉ ସିଟି ମାରନ୍ତି ।

ଏପରି ଗୋଟିଏ ଷ୍ଟଣ୍ଟ ଜଣେ ବ୍ୟକ୍ତି କରି ଦେଖାଇଛନ୍ତି, କିନ୍ତୁ ଏଥିରେ ସେ ଏକୁଟିଆ ନଥିଲେ, ବରଂ ତାଙ୍କ ସହିତ ଏଥିରେ ଦୁଇଜଣ ଯୁବତୀ ମଧ୍ୟ ସାମିଲ ଥିଲେ । ତିନିଜଣ ମିଶି ଏମିତି କାରନାମା କରିଦେଲେ ଯେ ଆପଣଙ୍କୁ ମଧ୍ୟ ଲାଗିବ ଯେ ଲାଇଫରେ ଡରିବା ବେକାର ଅଟେ । ଯଦି କିଛି କରିବାର ଅଛି, ତେବେ ଡରିବା ଉଚିତ୍ ନୁହେଁ ।

ତିନିଜଣ ମିଶି ପ୍ରଥମେ ଏହିପରି କଲେ ପ୍ରସ୍ତୁତି :-

ଏହାର ଭିଡିଓ ବର୍ତ୍ତମାନ ଟୁଇଟରରେ ଭାଇରାଲ ହେଉଛି । @DoctorAjayita ଏହାକୁ ସେୟାର କରିଛନ୍ତି ଏବଂ ସେ ଏହା ଉପରେ କ୍ୟାପସନ ଲେଖିଛନ୍ତି ଯେ ଏପରି କଣ୍ ରହିଛି, ଯାହା ଆପଣଙ୍କୁ ଏପରି କରିବାରେ ରୋକୁଛି । ଜଣେ ଯୁବକ ଏବଂ ତା ସହିତ ଦୁଇଜଣ ଝିଅ ଗୋଟିଏ ପଥର ଉପରେ ଠିଆ ହୋଇଛନ୍ତି । ଏହାପରେ ସେମାନେ ଷ୍ଟଣ୍ଟ ପାଇଁ ପ୍ରସ୍ତୁତି କରନ୍ତି । ଯୁବକ ସେହି ଯୁବତୀଙ୍କୁ ନିଜ ସହିତ ଧରି ପାଣିକୁ ଡେଇଁ ପଡେ । ସେ ଏମିତି ଜମ୍ପ୍ ମାରେ ଯେ ସେଠାରେ ଠିଆ ହୋଇଥିବା ଲୋକମାନେ ଦେଖି ସେମାନଙ୍କ ପାଇଁ ତାଳି ମାରିବାକୁ ଲାଗନ୍ତି ।

ଇଏ ହେଉଛି ସେହି ବିପଜ୍ଜନକ ଷ୍ଟଣ୍ଟର ଭିଡିଓ :-

ଏହି ଭିଡ଼ିଓରେ ଏମାନଙ୍କ ଷ୍ଟଣ୍ଟ ଦେଖିବା ପରେ ଲୋକମାନେ ଏହି କଥାର ଜବାବ ଦେବା ଆରମ୍ଭ କରିଦେଲେ ଯେ ସେମାନଙ୍କୁ ଏପରି ଷ୍ଟଣ୍ଟ କରିବାକୁ କଣ୍ କଣ୍ ରୋକୁଛି ? ଜଣେ ୟୁଜର ଲେଖିଛନ୍ତି, ‘ ଏହି ଯୁବକ ମିଳୁ ନାହିଁ, କେବଳ ଏତିକି ଦରକାର୍ ।’ ସେହିପରି ବାକି ୟୁଜରଙ୍କ ଯନ୍ତ୍ରଣା ମଧ୍ୟ କମେଣ୍ଟ ବକ୍ସରେ ପ୍ରକାଶ ପାଇଛି । ଅଧିକାଂଶ ୟୁଜର ଏହା ଲେଖିଛନ୍ତି ଯେ ସେମାନଙ୍କୁ ଏମିତି ଷ୍ଟଣ୍ଟ ପାଇଁ ଝିଅ ମିଳୁନାହାନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ତାଙ୍କର ଅଣ୍ଟାରେ ଯନ୍ତ୍ରଣା ଅଛି ।

Leave A Reply

Your email address will not be published.