କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଜୁଲାଇ ୧ରୁ ସାରା ଦେଶରେ ପ୍ଲାଷ୍ଟିକ୍‌ ବନ୍ଦ

0

Get real time updates directly on you device, subscribe now.

ପରିବେଶର କ୍ଷତି କରୁଥିବା ବିିଭିନ୍ନ ପ୍ଲାଷ୍ଟିକ ଉପକରଣର ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯିବ । ପ୍ଲାଷ୍ଟିକ ପତାକା ଠାରୁ ଆରମ୍ଭ କରି ଇୟରବଡ୍‍ ଯାଏଁ ସମସ୍ତ ଜିନିଷର ବ୍ୟବହାର ଉପରେ ରୋକ ଲଗାଯିବ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଏହାର ଉତ୍ପାଦନ,ସଂରକ୍ଷଣ,ବଣ୍ଟନ ଓ ବ୍ୟବହାର ଉପରେ ସମସ୍ତ ସ୍ଥାନରେ ନୋଟିସ ଜାରି କରିଛି । ଜୁନ ୩୦ ପୂର୍ବରୁ ଏହି ସସସ୍ତ ଦିଗରେ କଟକଣା ଲାଗୁ କରାଯିବ ବୋଲି ସୂଚନା ରହିଛି । ଥରେ ମାତ୍ର ବ୍ୟବହାର ହୋଇ ପାରୁଥିବା ପ୍ଲାଷ୍ଟିକ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି କୁହାଯାଏ ।

ଏହି ପ୍ଲାଷ୍ଟିକ୍ ଗୁଡିକ ଦୀର୍ଘ ସମୟ ମଧ୍ୟରେ ପରିବେଶକୁ କ୍ଷତି ପହଞ୍ଚାଏ । ଏହାକୁ ଦୃଷ୍ଟିରେ ରଖି ପୂର୍ବ ଅଗଷ୍ଟ ୨୦୨୧ ମସିହାରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଏହାକୁ ନିଷିଦ୍ଧ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ଆଉ ଏଥର ଜୁଲାଇ ୧ ରୁ ଏହିପରି ସମସ୍ତ ଜିନିଷ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଥିଲା । ଏହି କ୍ରମରେ, ସମସ୍ତ ସଂପୃକ୍ତ ପକ୍ଷଙ୍କୁ ସିପିସିବି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଜୁନ୍ ୩୦ ସୁଦ୍ଧା ଏହି ଜିନିଷ ଉପରେ ନିଷେଧାଦେଶ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ଉଚିତ୍ ।

ତେବେ ସିପିସିବି ନୋଟିସ ଅନୁଯାୟୀ ଜୁଲାଇ ୧ ତାରିଖରୁ ପ୍ଲାଷ୍ଟିକ୍ ଷ୍ଟିକ୍ ଇୟରବଡ୍, ବେଲୁନ୍ ପ୍ଲାଷ୍ଟିକ୍ ଷ୍ଟିକ୍, ପ୍ଲାଷ୍ଟିକ୍ ପତାକା, କ୍ୟାଣ୍ଡି ଷ୍ଟିକ୍, ଆଇସକ୍ରିମ୍ ଷ୍ଟିକ୍, ସଜାଇବାରେ ବ୍ୟବହୃତ ପ୍ଲାଷ୍ଟିକ୍ ଇତ୍ୟାଦି । ଏହା ସହିତ, ପ୍ଲାଷ୍ଟିକ୍ କପ୍, ପ୍ଲେଟ୍, ଗ୍ଲାସ୍, ଚାମଚ, ଛୁରୀ, ମିଠା ପ୍ୟାକେଜ୍ ପାଇଁ ପ୍ଲାଷ୍ଟିକ୍, ପ୍ଲାଷ୍ଟିକ୍ ନିମନ୍ତ୍ରଣ କାର୍ଡ, ଇତ୍ୟାଦି ଅନ୍ତର୍ଭୂକ୍ତ କରାଯାଇଛି । ନୋଟିସ ଅନୁଯାୟୀ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି ।

ଏଥିରେ ପରିବେଶ କ୍ଷତି ପାଇଁ ୧୦୦୦ ଟଙ୍କା ଜରିମାନା ଆଦାୟ ଓ ସେମାନଙ୍କ ଉତ୍ପାଦନରେ ଜଡ଼ିତ ଉଦ୍ୟୋଗ ଗୁଡ଼ିକୁ ବନ୍ଦ କରିବା ଭଳି କାର୍ୟ୍ୟଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ । ଯେଉଁ ସ୍ଥାନରେ ଏହି ପ୍ଲାଷ୍ଟିକ ବ୍ୟବହାର ହେଉଛି, ସେମାନେ ଜୁନ୍ ୩୦ ସୁଦ୍ଧା ସେମାନଙ୍କର ଷ୍ଟକ୍ ଶେଷ କରିବେ ଯାହା ଦ୍ୱାରା ଜୁଲାଇ ୧ ରୁ ଏହି ନିଷେଧାଦେଶ ସମ୍ପୂର୍ଣ୍ଣ ରୂପେ କାର୍ୟ୍ୟକାରୀ ହୋଇପାରିବ । ତେବେ ପ୍ଲାଷ୍ଟିକ ପଲିଥିନ ବ୍ଯବହାର ବଦଳରେ ଝୋଟ କିମ୍ବା କପଡ଼ା ବ୍ୟାଗ୍‌ ବ୍ୟବହାର କରି କିମ୍ବା ସପିଂ ପାଇଁ ଘରୁ କପଡ଼ା ବ୍ୟାଗ ନେଇ ଗ୍ରାହକ ମାନେ ସହଯୋଗ କରିପାରିବେ ।

Leave A Reply

Your email address will not be published.