ଭୟଙ୍କର ବସ ଦୁର୍ଘଟଣା : ଗୋଟିଏ ପରିବାରର ୪ ମୃତ, ଗୋଟିଏ ଗାଁର ୮ ମୃତ….

0

Get real time updates directly on you device, subscribe now.

ଉତ୍ତରାଖଣ୍ଡର ବସ ଦୁର୍ଘଟଣାରେ ସିମରିଆ ଥାନା ଅଞ୍ଚଳରୁ ଦେଢ ଡର୍ଜନରୁ ଅଧିକ ଯାତ୍ରୀଙ୍କ ଜୀବନ ଚାଲି ଯାଇଛି|ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଠାରୁ ୭୫ କିମି ଦୂରରେ ଥିବା ମହେନ୍ଦ୍ରା ଗାଁର ଗୋଟିଏ ପରିବାରର ୪ ଲୋକ ମୃତୁ୍ୟବରଣ କରିଛନ୍ତି|ସାଟା ବୁଦ୍ଧ ସିଂ ଗାଁର ୯ ରୁ ୮ ଜଣଙ୍କ ମୃତ୍ୟୁ ହୋଇଛି|ଏ ସମସ୍ତ ଲୋକ ତୀର୍ଥଯାତ୍ରା ପାଇଁ ଉତ୍ତର କାଶୀ ଯାଉଥିଲେ|

ଉତ୍ତରାଖଣ୍ଡ ଘଟଣାରେ ମଧ୍ୟପ୍ରଦେଶ ତୀର୍ଥଯାତ୍ରୀଙ୍କ ଯେପରି ମୃତ୍ୟୁ ଖବର ଆସିଲା ମ୍ରିୟମାଣ ହୋଇପଡିଲେ|ପରିବାର ଲୋକେ ସଦସ୍ୟଙ୍କ ହାଲଚାଲ ଜାଣିବା ପାଇଁ ଚିନ୍ତିତ ହେଲେ ପନ୍ନା ଠାରୁ ନେଇ ଭୋପାଳ ପର୍ଯ୍ୟନ୍ତ ପ୍ରଶାସନିକ ବିଭାଗ ଆକ୍ଟିଭ ହୋଇଗଲେ|

ରାତିରେ ପ୍ରଶାସନର ଗାଡି ଗସ୍ତ ପନ୍ନା ଜିଲ୍ଲାର ସେହି ଗାଁ କୁ ହେଲା ଯେଉଁ ଯେଉଁ ଗାଁ ର ନିବାସୀ ଉତ୍ତରାଖଣ୍ଡର ଉତ୍ତରା କାଶୀର ଦୁର୍ଘଟଣାରେ ଶିକାର ହୋଇ ବସରେ ଥିଲେ|ପ୍ରଶାସନିକ ଅଧିକାରୀ ପିଡିତଙ୍କ ମଧ୍ୟରେ ପହଂଚି ସାହାସ ଓ ଆଶ୍ୱାସନା ଦେଉଥିଲେ|ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଓ ସରକାରଙ୍କ ଖଣିଜ ମନ୍ତ୍ରୀ ପିଡିତ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ|

ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ବୃଜେନ୍ଦ୍ର ପ୍ରତଖପ ସିଂ ସହିତ ରାତିରେ ଉତ୍ତରାଖଣ୍ଡ ପହଞ୍ଚିଲେ|ମୁଖ୍ୟମନ୍ତ୍ରୀ ଡେରାଡୁନ ସ୍ଥିତ ପୋଲିସ୍ କଣ୍ଟ୍ରୋଲ ରୁମରେ ଉତ୍ତରାଖଣ୍ଡର ଅଧିକାରୀ ସହ ମିଟିଂ କଲେ ଓ ରେସ୍କ୍ୟୁ ଅପରେସନ ସ୍ଥିତି ପଚାରିଲେ|ଏହାପରେ ମୁଖ୍ୟମନ୍ତ୍ରୀ ରାତାରାତି ଡେରାଡୁନର ମେକ୍ସ ହସ୍ପିଟାଲରେ ପହଞ୍ଚିଲେ ଯେଉଁଠି ପିଡିତଙ୍କ ଚିକିତ୍ସା ହେଉଥିଲା|

ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ|ମୁଖ୍ୟମନ୍ତ୍ରୀ ହାଲଚାଲ ନେବା ପରେ କହିଲେ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଦିଆଯିବ ଶିଘ୍ର ଆରୋଗ୍ୟ କାମନା କରିଛନ୍ତି|

ମୁଖ୍ୟମନ୍ତ୍ରୀ ରେସ୍କ୍ୟୁ ଅପରେସନ ଜୋରଦାର କରିବାକୁ କହିବା ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ , ପ୍ରଶାସନ ସହ ଏନଡିଆର ଏଫ୍ ଓ ଏସଡିଆରଏଫ ସହ ଆଲୋଚନା କରିଥିଲେ|ସୂଚନାଯୋଗ୍ୟ ଶିବରାଜ ସିଂ ଚୈହାନ ଓ ପୁଷ୍କର ସିଂ ଧାମି ଘଟଣାସ୍ଥଳକୁ ସକାଳ ୮ଟା ରେ ଯିବେ|

ସୂଚନାଯୋଗ୍ୟ ଯମୁନେତ୍ରୀର ଟାମଡା ହାଇୱେରେ ପନ୍ନାର ତୀର୍ଥଯାତ୍ରୀ ଭରା ବସ ଗାଢରେ ଖସିପଡିଲା|ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ|ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିଛନ୍ତି|ପ୍ରଧାନମନ୍ତ୍ରୀ ଘଟଣାର ମୃତ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି|

Leave A Reply

Your email address will not be published.