ଝିଅଟି ଉପରେ ଥିଲା ଏକ କୋଟି ଟଙ୍କାର କରଜ, ଏହାକୁ ଶୁଝିବା ପାଇଁ ଆପଣାଇଲେ ଏହି ଉପାୟ !

0

Get real time updates directly on you device, subscribe now.

ଝିଅଟି ଏଜୁକେସନ ପାଇଁ ଲୋନ ନେବା ଆରମ୍ଭ କରିଥିଲେ ଓ।ଏହା ଧିରେଧିରେ କୋଟିଏ ଟଙ୍କାରେ ପରିଣତ ହୋଇଯାଇଥିଲା ଓ ଏହାକୁ ଶୁଝିବା ପାଇଁ ଝିଅଟି ନିଜର ଡିମ୍ବାଣୁ ବିକ୍ରି କରିବାକୁ ଭାବିଥିଲେ। ଏମିତି ସେ ପାଞ୍ଚଥର କରିଥିଲେ ଯେଉଁଥିରେ ତାଙ୍କୁ ଲକ୍ଷାଧିକ ଟଙ୍କାର ଫାଇଦା ହୋଇଥିଲା।

ଝିଅଟିର ନାଁ କେସେଣ୍ଡ୍ର ଜୋନ୍ସ ଅଟେ। ନ୍ୟୁୟର୍କରେ ସେ ରୁହନ୍ତି ଓ।ଏହି 28 ବର୍ଷୀୟ ଯୁବତୀ ପେଶାରେ ଜଣେ ଫ୍ରିଲାନ୍ସ ଭିଡ଼ିଓଗ୍ରାଫର ଅଟନ୍ତି। ସେ ସାଧାରଣତଃ ନନ ପ୍ରଫିଟ ଅର୍ଗାନାଇଜେସନ ପାଇଁ କାମ କରିଥାନ୍ତି। Kinesiology ରେ ବ୍ୟାଚେଲର୍ସ ଡ଼ିଗ୍ରୀ ଓ ପବ୍ଲିକ ହେଲଥରେ ମାଷ୍ଟର୍ସ ଡ଼ିଗ୍ରୀ ହାସଲ କରିବାପରେ ତାଙ୍କୁ ଜଣାପଡ଼ିଲା କି, ତାଙ୍କ ଉପରେ ଏକକୋଟି ଟଙ୍କାର ଛାତ୍ରବୃତ୍ତି ଲୋନ ଲାଗିଛି।

ଫକ୍ସ ନ୍ୟୁଜ ସହିତ ଆଲୋଚନା ସମୟରେ ସେ କହିଥିଲେ କି, 15 ବର୍ଷ ବୟସରୁ ସେ କଲେଜ ଖର୍ଚ୍ଚକୁ ନେଇ ଚିନ୍ତିତ ଥିଲେ। ସେସମୟର ସେ କାର୍ଲିଫର୍ନିଆରେ ରହୁଥିଲେ ଓ ଫ୍ରି କମ୍ୟୁନିଟି କଲେଜରୁ ହିଁ ନିଜର ହାଇସ୍କୁଲ ପାସ କରିଥିଲେ। ଏହି ସମୟରେ ସେ ଦୁଇଟି ଆସୋସିଏଟ ଡ଼ିଗ୍ରୀ ହାସଲ କରିଥିଲେ।

ଜୋନ୍ସ ଏହାପରେ ଟ୍ରାନ୍ସଫର ହୋଇ କାର୍ଲିଫର୍ନିଆର ୟୁନିଭରସିଟି ଅଫ ଲା ବେର୍ନେ ଚାଲିଯାଇଥିଲେ। ସେ କହିଥିଲେ, ସେ ପିଜା ଡିଲିଭରୀ କରୁଥିଲେ ଓ ଏହାସହ ଭିଡ଼ିଓ ପ୍ରଡକ୍ସନ କାମ ମଧ୍ୟ କରୁଥିଲେ କାରଣ କଲେଜ ଖର୍ଚ୍ଚ ଯେମିତି ବାହାରି ପାରିବ। ଗ୍ରାଜୁଏସନ ଶେଷ ହେବା ବେଳକୁ ତାଙ୍କ ଉପରେ 19 ଲକ୍ଷ ଟଙ୍କାର ଛାତ୍ରବୃତ୍ତି ଲୋନ ଥିଲା।

1.3 କୋଟି ଟଙ୍କାର କରଜ ହୋଇଗଲା:-

ଜୋନ୍ସଙ୍କୁ ତାଙ୍କର କିଛି ବନ୍ଧୁ ଏଗ୍ସ ଡୋନେଶନ ବିଷୟରେ ଜଣାଇଥିଲେ। ଜଣାଇଦେଉଛୁ କି, ମହିଳାଙ୍କ ଏଗ୍ସ ଜରିଆରୁ ଗର୍ଭ ସୃଷ୍ଟି ହୋଇଥାଏ, ଯେଉଁଥିରେ ଜଣେ ପିଲାଟିର ଜନ୍ମ ହୋଇଥାଏ। ସାଙ୍ଗମାନେ ତାଙ୍କୁ କହିଥିଲେ ପ୍ରତ୍ୟେକ ଡୋନେଟରେ 4 ରୁ 8 ଲକ୍ଷ ଟଙ୍କା ମିଳିଥାଏ। ଏହାପରେ ଜୋନ୍ସ Centre for fertility and Gynecology ରେ ନିଜର ଏଗ୍ସ ଦାନ କରିଥିଲେ। ତାଙ୍କୁ ପାଖାପାଖି ଏଥିରେ 4.5 ଲକ୍ଷ ଟଙ୍କା ମିଳିଥିଲା।

ଅଗଷ୍ଟ 2017 ମସିହାରେ ଜୋନ୍ସ ନିଜର ପ୍ରଥମ ଏଗ୍ସ ଡୋନେଟ କରିଥିଲେ। ନ୍ୟୁୟର୍କ ୟୁନିଭରସିଟିରେ କ୍ଲାସ ଆରମ୍ଭ କରିବାର ଦିନକ ପୂର୍ବରୁ ତାଙ୍କୁ ମୋଟ 19 ଲକ୍ଷ ଟଙ୍କାର ସ୍କଲାରସିପ ମିଳିଥିଲା। ଏହାପରେ ତାଙ୍କୁ ମୋଟ 1 କୋଟି ଟଙ୍କାର ଲୋନ ଦିଆଯାଇଥିଲା। ଗ୍ରାଜୁଏଟ ହେବା ପର୍ଯ୍ୟନ୍ତ ଏହି ରାଶି ବଢ଼ି 1.3 କୋଟି ଟଙ୍କା ହୋଇଯାଇଥିଲା।

ଏଗ୍ସ ଡୋନେସନ ଦ୍ୱାରା 36 ଲକ୍ଷ ଟଙ୍କା ଏକତ୍ରିତ କରିଥିଲେ:-

କଲେଜ ଶେଷ ହେବାପରେ ଜୋନ୍ସଙ୍କୁ ଚାକିରୀ ମିଳୁନଥିଲା ଓ ଲଗାତାର ବଢ଼ୁଥିବା ଖର୍ଚ୍ଚ ଦେଖି ସେ ଚାରିଥର ଏଗ୍ସ ଡୋନେଟ କରିଥିଲେ। ଏଥିରୁ ସେ ମୋଟ 36 ଲକ୍ଷ ଟଙ୍କା ହିଁ ଏକତ୍ରିତ କରିପାରିଲେ ଓ ଏହାପରେ ମଧ୍ୟ ଜୋନ୍ସଙ୍କ ଉପରେ 1 କୋଟି ଟଙ୍କା କରଜ ରହିଥିଲା।

ସହସ୍ର ପ୍ରଚେଷ୍ଟା ପରେ ଜୋନ୍ସ ବର୍ତ୍ତମାନ ଏକ ଫୁଲ ଟାଇମ ଜବ ପାଇଥିଲେ ଓ ଜୀବନ ଗୋଟିଏ ଟ୍ରାକକୁ ଆସିଥିଲା। ଏବେ ତାଙ୍କ ଉପରେ ମାତ୍ର 8 ଲକ୍ଷ ଟଙ୍କାର କରଜ ରହିଛି।

ଏଥିରେ ଜୋନ୍ସ କହିଛନ୍ତି, ମୁଁ ଗୋଟିଏ କଥା ପାଇଁ ନାରାଜ ଯେ, ଆମ ଶିକ୍ଷା ପାଇଁ ଆମ ସିଷ୍ଟମ ବହୁତ ଆମାଉଣ୍ଟ ନେଇଯାଉଛନ୍ତି।

Leave A Reply

Your email address will not be published.