ଗ୍ରାହକଙ୍କ ପ୍ୟାକେଟରେ ଚୂନ ଲଗାଇଲା ଜିଓ ! ମହଙ୍ଗା ହୋଇଗଲା ଧାସୁ ପ୍ଲାନ,ଜାଣନ୍ତୁ କେଉଁ ପ୍ଲାନର ଦର ବୃଦ୍ଧି ହେଲା

0

Get real time updates directly on you device, subscribe now.

ଯଦି ଆପଣ ଜିଓ ୟୁଜର ଅଟନ୍ତି ତେବେ ଆପଣଙ୍କ ପାଇଁ ଏକ ଖାସଖବର। ଟେଲିକମ କମ୍ପାନୀ ଜିଓ ନିଜ ୟୁଜରମାନଙ୍କୁ ବଡ଼ ଝଟକା ଦେଇଛି। ଜିଓ ଡିସେମ୍ବର ୨୦୨୧ ମସିହାରେ ବହୁତ ରିଚାର୍ଜ ପ୍ଲାନ ମହଙ୍ଗା କରିଥିଲା, ଯାହାଫଳରେ ସବୁ ରିଚାର୍ଜ ପ୍ଲାନର ଦରଦାମ ବଢିଥିଲା। ଏଥିରେ ଅନେକ ନୂଆ ରିଚାର୍ଜ ପ୍ଲାନ ମଧ୍ୟ ଯୋଡ଼ାଯାଇଛି।ବର୍ତ୍ତମାନ ଜିଓ ଆଉ ଏକ ଶସ୍ତା ପ୍ଲାନକୁ ମହଙ୍ଗା କରିଦେଇଛି। ଜିଓର ଏହି ପ୍ଲାନରେ ଅନଲିମିଟେଡ ଡାଟା, ଭଏସକଲର ସୁବିଧା, ଏସଏମଏସ ସହିତ ଆହୁରି ଅନେକ ସୁବିଧା ଦିଆଯାଇଛି। ଯଦିଓ ଜିଓ ଏହି ସବୁ ସୁବିଧାରେ କୌଣସି ବାଧା ଦେଇନାହିଁ, କେବଳ ପ୍ଲାନର ଦର ଦାମ ବଢାଇ ଦେଇଛି।

ଆପଣଙ୍କୁ ଜଣାଇ ଦିଆଯାଉଛିକି ଯେଉଁ ୟୁଜର ଜିଓ ଫୋନ ବ୍ୟବହାର କରୁଛନ୍ତି, କମ୍ପାନୀ ସେମାନଙ୍କ ପାଇଁ ପ୍ଲାନର ଦର ଦାମ ବଢେଇଛି। ଯେଉଁମାନେ ଅଲଗା ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ସେମାନଙ୍କ ଉପରେ ଦରଦାମ ବୃଦ୍ଧିର କିଛି ପ୍ରଭାବ ପଡ଼ିବନି। ସୂଚନା ଅନୁସାରେ ଗତ ୬ ମାସ ପୂର୍ବରୁ ଜିଓ ସହିତ ଅନେକ ବଡ କମ୍ପାନୀ ନିଜ ପ୍ଲାନରେ ୨୦ ରୁ ୨୫ ପ୍ରତିଶତ ବଢାଇଛନ୍ତି। ମିଡ଼ିଆ ଖବରରେ କହି ଚାଲିଛି କି ଟେଲିକମ କମ୍ପାନୀ ଗୁଡ଼ିକ ନିଜ ରିଚାର୍ଜ ପ୍ଲାନରେ ପୁଣିଥରେ ୨୦ ପ୍ରତିଶତ ବଢେଇ ପାରିବେ।

କେଉଁ ପ୍ଲାନର ଦର ବଢ଼ିଛି:-

କମ୍ପାନୀ ଜିଓ ଫୋନ ୟୁଜରମାନଙ୍କର ଶସ୍ତା ପ୍ଲାନ ୭୪୯ ରେ ୧୫୦ ଟଙ୍କା ବଢେଇ ଦେଇଛି। ଏହି ପ୍ଲାନରେ ୟୁଜରମାନଙ୍କୁ ଏକ ମାସ ପର୍ଯ୍ୟନ୍ତ ଭଏସକଲ ଓ ୨୪ ଜିବି ପର୍ଯ୍ୟନ୍ତ ଡାଟା , ଜିଓ ଆପ ଫ୍ରୀ ସବସ୍କ୍ରିପସନ ଦିଆଯାଉଛି। ଯଦିଓ ୟୁଜରମାନଙ୍କୁ ପ୍ଲାନରେ ଏସବୁ ସୁବିଧା ଏବେ ମଧ୍ୟ ମିଳିବ। କିନ୍ତୁ କମ୍ପାନୀ ଏହି ପ୍ଲାନର ଦାମ ୧୫୦ ଟଙ୍କା ବଢାଇ ଦେଇଛି। ଏବେ ଏହି ପ୍ଲାନକୁ ରିଚାର୍ଜ କରିବାକୁ ୮୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଅନ୍ୟ ରିଚାର୍ଜ ପ୍ଲାନ ମଧ୍ୟ ଉପଲବ୍ଧ ଅଛି:-
ଜିଓ ଫୋନର ଏକ ବର୍ଷର ପ୍ଲାନ କେବଳ ୧୪୯୯ ଟଙ୍କାରେ ଉପଲବ୍ଧ ହେଇଛି। ଏହା ଛଡ଼ା ଆପଣ ୧୯୯୯ ଟଙ୍କାରେ ଜିଓ ଫୋନ୍ କିଣୁଛନ୍ତି ତେବେ ଆପଣଙ୍କୁ କମ୍ପାନୀ ତରଫରୁ ଆପଣଙ୍କୁ ୨ ବର୍ଷ ପାଇଁ ଫ୍ରି କଲ,୪୮ ଜିବି ଡାଟା ଏବଂ ଜିଓ ଆପର ଫ୍ରି ସବସ୍କ୍ରିପସନ ଦିଆଯାଏ।

Leave A Reply

Your email address will not be published.