ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା: କୃଷକଙ୍କ ପାଇଁ ଖୁସିର ଖବର, ୨ ହଜାର ଟଙ୍କା ଆସିବା ପରେ ଆସିଲା ଏହି ବଡ ଅପଡେଟ! ଜାଣନ୍ତୁ କଣ ?

0

Get real time updates directly on you device, subscribe now.

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି, କୃଷି ଖବର:-

କୃଷକଙ୍କର ଆର୍ଥିକ ସ୍ଥିତିକୁ ଭଲ କରିବା ପାଇଁ ସରକାରଙ୍କ ଦ୍ଵାରା ସମୟ ସମୟରେ ଅନେକ ଯୋଜନା ଲଞ୍ଚ କରାଯାଏ। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ମଧ୍ୟ କିଛି ଏହି ଯୋଜନା ପରି ଅଟେ। ସରକାର ୧୦କୋଟିରୁ ଅଧିକ କୃଷକଙ୍କ ଖାତାରେ ୨ହଜାର ଟଙ୍କା ଟ୍ରାନ୍ସଫର କରିଦେଇଛନ୍ତି। ବର୍ତ୍ତମାନ ଏହି ଯୋଜନାକୁ ନେଇ ଏକ ନୂଆ ଅପଡେଟ ଆସିଛି।

ବର୍ଷକ ମଧ୍ୟରେ ପଠାଯାଇପାରେ ତିନୋଟି କିସ୍ତି:-

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ କୃଷକଙ୍କୁ ସରକାରଙ୍କ ତରଫରୁ ଏକ ବର୍ଷ ମଧ୍ୟରେ ୬ହଜାର ଟଙ୍କା ମିଳିବାକୁ ଯାଉଛି। ପ୍ରତ୍ୟେକ ୪ମାସ ଅନ୍ତରାଳରେ କୃଷକଙ୍କ ଖାତାକୁ ୨-୨ ହଜାର ଟଙ୍କା ପଠାଯିବ। ଯୋଜନାର ପ୍ରଥମ କିସ୍ତିର ପଇସା ଏପ୍ରିଲ ୧ ରୁ ଜୁଲାଇ ମଧ୍ୟରେ ପଠାଯିବ। ଦ୍ଵିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଆସିବ। ଯେତେବେଳେକି ତୃତୀୟ କିସ୍ତି ସରକାର ଡିସେମ୍ବର ରୁ ମାର୍ଚ୍ଚ ମାସ ମଧ୍ୟରେ ଟ୍ରାନ୍ସଫର କରିବେ।

କୃଷକଙ୍କ ପାଇଁ ଖୁସିଖବର, ଇ-କେୱାଇସିର ତାରିଖ ବଢିଛି:-

କିସାନ ସମ୍ମାନ ନିଧିର ଲାଭ ଉଠାଇବା ପାଇଁ ସରକାର ଇ-କେୱାଇସିକୁ ବାଧ୍ୟତାମୂଳକ କରିଦେଇଛନ୍ତି। ଇ-କେୱାଇସି କରିବାର ଶେଷ ତାରିଖ ମେ ୩୧ ରଖାଯାଇଛି। ବର୍ତ୍ତମାନ ସରକାର କୃଷକଙ୍କୁ ଖୁସିଖବର ଦେଇ ଏହାର ଶେଷ ତାରିଖକୁ ପରିବର୍ତ୍ତନ କରି ଜୁଲାଇ ୩୧ ତାରିଖ କରିଦେଇଛନ୍ତି। ଏହି ତାରିଖ ପୂର୍ବରୁ ଇ-କେୱାଇସି ପୂରଣ କରିନଥିବା କୃଷକ ଆଗାମୀ କିଷ୍ଟିରୁ ବଞ୍ଚିତ ହେବେ।

କେମିତି କରିବେ ଇ-କେୱାଇସି?:-

– ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ୱେବସାଇଟ pmkisan.gov.in କୁ ଯାଆନ୍ତୁ।

– ବର୍ତ୍ତମାନ ଏଠାରେ ଆପଣଙ୍କୁ ଫାର୍ମାର କର୍ନର ଦେଖାଯିବ, ଇ-କେୱାଇସି ଟ୍ୟାବରେ କ୍ଲିକ କରନ୍ତୁ।

– ବର୍ତ୍ତମାନ ଏକ ନୂଆ ପେଜ ଖୋଲିଯିବ, ଯେଉଁଠି ଆପଣ ଆଧାର ନମ୍ୱର ଦେଇ ସର୍ଚ୍ଚ ଟ୍ୟାବ ଉପରେ କ୍ଲିକ କରନ୍ତୁ।

– ବର୍ତ୍ତମାନ ଆପଣଙ୍କର ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ।

– ଓଟିପି ସବମିଟ ଉପରେ କ୍ଲିକ କରନ୍ତୁ।

– ଆଧାର ରେଜିଷ୍ଟର ମୋବାଇଲ ଓଟିପି ଦେବା ପରେ ଆପଣଙ୍କର ଇ-କେୱାଇସି ସମ୍ପୂର୍ଣ ହୋଇଯିବ।

Leave A Reply

Your email address will not be published.