ସ୍ୱାମୀଙ୍କୁ ଦୌଡିରେ ବାନ୍ଧିଦେଲେ,ଆଉ ତା ପରେ ବନ୍ଧୁକ ଦେଖାଇ ୫ ଜଣ ଲୋକ ଗର୍ଭବତୀ ମହିଳାଙ୍କୁ କଲେ ଗ୍ୟାଙ୍ଗରେପ….

0

Get real time updates directly on you device, subscribe now.

ପାକିସ୍ତାନରରେ ମହିଳାଙ୍କ ବିରୁଦ୍ଧରେ ଅତ୍ୟାଚାରର ମାମଲା ରୋକିବାର ନାମ ନେଉନାହିଁ। ଏଠାରେ ପଞ୍ଜାବର ପ୍ରାନ୍ତରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଗର୍ଭବତୀ ମହିଳାଙ୍କ ସହିତ ଗ୍ୟାଙ୍ଗରେପ କରାଯାଇଛି। କୁହାଯାଉଛିକି ୫ଜଣ ଲୋକ ମହିଳାଙ୍କ ଘରେ ପଶି ତାଙ୍କର ରେପ କରିଛନ୍ତି।

ମାମଲା ପାକିସ୍ତାନର ଝେଲମ ସହରର ଅଟେ। ଏଠାରେ ୫ଜଣ ବନ୍ଧୁକଧାରୀ ଲୋକ ମହିଳାଙ୍କ ଘରେ ପଶି ତାଙ୍କ ସହିତ ରେପ କରିଲେ। ପୋଲିସ ମହିଳାଙ୍କର ବ୍ଲଡ ସେମ୍ପଲକୁ ଲାହୋର ଯାଞ୍ଚ ପାଇଁ ପଠାଯାଇଛି। ଗର୍ଭବତୀ ମହିଳାଙ୍କ ସହିତ ରେପର ଘଟଣା ଏମିତି ସମୟରେ ଆସିଛି, ଯେତେବେଳେ ନିକଟ ଅତୀତରେ ପାକିସ୍ତାନରେ ଚଳନ୍ତା ଟ୍ରେନରେ ଏକ ୨୫ବର୍ଷୀୟ ମହିଳାଙ୍କ ସହିତ ୩ଜଣ ଲୋକ ରେପ କରିଥିଲେ।

ସ୍ୱାମୀକୁ ଦୌଡ଼ିରେ ବାନ୍ଧିଦେଲେ, ସ୍ତ୍ରୀଙ୍କ ସହିତ କରିଲେ ରେପ:-

ମିଡିଆ ରିପୋର୍ଟ ଅନୁସାରେ, ଆରୋପୀ ପ୍ରଥମେ ପୀଡ଼ିତା ସ୍ବାମୀଙ୍କ ସହିତ ମାରପିଟ କରିଲେ। ତାପରେ ତାଙ୍କୁ ଦୌଡିରେ ବାନ୍ଧିଦେଲେ। ଏହାପରେ ମହିଳାଙ୍କ ସହିତ ଗ୍ୟାଙ୍ଗରେପ କରିଲେ। ପୋଲିସ ଆରୋପୀଙ୍କୁ ଖୋଜୁଅଛି।

ମହିଳାଙ୍କ ସହିତ ଟ୍ରେନରେ ହୋଇଥିଲା ଗ୍ୟାଙ୍ଗରେପ:-

ଏହା ପୂର୍ବରୁ ୨୫ ବର୍ଷୀୟ ମହିଳାଙ୍କ ସହିତ ଟ୍ରେନରେ ଗ୍ୟାଙ୍ଗରେପର ମାମଲା ସାମ୍ନାକୁ ଆସିଥିଲା। ମହିଳା କରାଚୀ ଯାଉଥିଲେ। ସେତେବେଳେ ତାଙ୍କ ସହିତ ଟିକଟ ଚେକ କରୁଥବା ସମେତ ୩ଜଣ ଲୋକ ଏସି କୋଚକୁ ନେଇ ରେପ କରିଲେ। ଏହି ମାମଲାରେ ତିନିଜଣ ଆରୋପୀଙ୍କୁ ପୋଲିସ ଗିରଫ କରିନେଇଛି। ପୀଡ଼ିତା ମହିଳାଙ୍କର ତଲାକ ହୋଇଯାଇଛି, ସେ ନିଜର ପିଲାଙ୍କୁ ଭେଟି କରାଚୀ ଫେରୁଥିଲେ। ସେତେବେଳେ ତାଙ୍କ ସହିତ ଏହି ଘଟଣା ଘଟିଲା।

ପାକିସ୍ତାନରେ ବଢ଼ିଲା ରେପ ଘଟଣା:-

ପଞ୍ଜାବ ସୂଚନା ଆୟୋଗ ରିପୋର୍ଟ ଅନୁସାରେ, ପ୍ରାନ୍ତରେ ଗତ ୬ମାସରେ, ୨୪୩୯ ମହିଳାଙ୍କ ସହିତ ରେପ କରାଯାଇଛି। ସେହିପରି ୯୦ ମହିଳାଙ୍କୁ ଅନର କିଲିଂ କରି ହତ୍ୟା କରାଯାଇଛି। ପାକିସ୍ତାନରେ ମାନବାଧିକାରୀ କମିଶନ ଅନୁସାରେ, ପାକିସ୍ତାନରେ ପ୍ରତ୍ୟେକ ରାଜ୍ୟରେ ପାଖାପାଖି ୧୧ଟି ରେପ ଘଟଣା ଘଟିଛି। ପୋଲିସକୁ ଗତ ୬ବର୍ଷ(୨୦୧୫-୨୧)ମଧ୍ୟରେ ରେପର ୨୨,୦୦୦ ମାମଲା ମିଳିଛି। ରିପୋର୍ଟ ଅନୁସାରେ, ଏହି ୨୨,୦୦୦ ମାମଲାରେ କେବଳ ୭୭ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

Leave A Reply

Your email address will not be published.