ଦେବୀ ପାର୍ବତୀଙ୍କର ଅବତାର କହୁଥିବା ଯୁବତୀ ଚୀନ ସୀମାର ହିମାଳୟରୁ ହଟିବାକୁ ପ୍ରସ୍ତୁତ ନଥିଲେ, ପୋଲିସ କହିଲେକି…

0

Get real time updates directly on you device, subscribe now.

ଭାରତ ଓ ଚୀନ ନିକଟରେ ପୋଲିସ ଓ ସୁରକ୍ଷାବଳ ସାମ୍ନାରେ ଆଉ ଏକ ମାମଲାରେ ତାଙ୍କୁ ଏକ କଠିନ ପରିସ୍ଥିତିର ସାମ୍ନା ହେବାକୁ ପଡ଼ିଛି। ଏଠାରେ ସାଧନା କରିବାକୁ ଆସିଥିବା ଏକ ୨୭ ବର୍ଷୀୟ ଯୁବତୀ ନିଜକୁ ଦେବୀ ପାର୍ବତୀଙ୍କର ଅବତାର ବୋଲି କହିଲେ ଓ କହିଲେକି ସେ ଭଗବାନ ଶିବଙ୍କୁ ବିବାହର ପ୍ରତୀକ୍ଷା କରିଛନ୍ତି। ଯେତେପର୍ଯ୍ୟନ୍ତ ଏହି ବିବାହ ହୋଇନଯିବ ସେତେପର୍ଯ୍ୟନ୍ତ ସେ ଏଠାରୁ ଯିବେ ନାହିଁ। ଏହାପରେ ସୁରକ୍ଷାବଳ ଓ ପୋଲିସକୁ ଏହି ମାମଲାକୁ ସମାଧାନ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡିଲା।

ବର୍ତ୍ତମାନ ସୁରକ୍ଷାବଳ ଓ ପୋଲିସର ଅନେକ ପ୍ରୟାସ ପରେ ଦେବୀ ପାର୍ବତୀଙ୍କର ଅବତାର କହୁଥିବା ୨୭ ବର୍ଷୀୟ ହରମୀତ କୌରଙ୍କୁ ଭାରତ-ଚୀନ ସୀମା ନିକଟରୁ ଫେରାଇ ଦିଆଗଲା। ପିଥୋରାଗଡ ଜିଲ୍ଲାରେ ଭାରତ ଓ ଚୀନ ସୀମା ନିକଟରେ ନାଭିଡାଙ୍ଗର ପ୍ରତିବଦ୍ଧିତ ଅଞ୍ଚଳ ପାଖା ପାଖି ହରମୀତ କୌର ମେ ୧୦ ତାରିଖରେ ଇନର ଲାଇନ ପରମିଟ ଉପରେ ଆଦି କୈଳାସ-ଓମ ପର୍ବତ ଯାତ୍ରାରେ ଆସିଥିଲେ।

ଏଠାକାର ପରମିଟ ମେ ୨୪ ତାରିଖ ପର୍ଯ୍ୟନ୍ତ ଥିଲା। କିନ୍ତୁ ପରମିଟର ବୈଧତା ଶେଷ ହେବା ପରେ ସେଠାରୁ ସେ ଫେରିବା ପାଇଁ ମନା କରିଦେଲେ। ହରମୀତ କୌରଙ୍କର ଦାବି ହେଉଛିକି ସେ ‘ଦେବୀ ପାର୍ବତୀଙ୍କର ଅବତାର ଅଟନ୍ତି ଓ ଭଗବାନ ଶିବଙ୍କୁ ବିବାହ କରିବା ପାଇଁ ଅପେକ୍ଷା କରିଥିଲେ।’

ମାଆଙ୍କ ସହିତ ଯାତ୍ରାରେ ଆସିଥିଲେ:-

ସମାଚାର ଏଜେନ୍ସି ଏଏନଆଇ ମୁତାବିକ, ପିଥୋରାଗଡର ଏସପି ଲୋକେଶ୍ୱର ସିଂ କହିଲେକି ହରମୀତ କୌର ନିଜର ମାଆଙ୍କ ସହିତ ଯାତ୍ରାରେ ଆସିଥିଲେ। ତାଙ୍କର ମାଆ ଯାତ୍ରା ଶେଷ ହେବା ପରେ ଧାରଚୁଲା ଫେରି ଆସିଲେ, ଯେତେବେଳେକି ହରମୀତ ସେଠାରେ ଅଟକିଗଲେ। ଭଗବାନ ଶିବଙ୍କୁ ବିବାହ କଥା ସାମ୍ନାକୁ ଆସିବା ପରେ ଅନୁମାନ କରାଗଲାକି ହରମୀତଙ୍କର ମାନସିକ ସ୍ଥିତି ଠିକ ନାହିଁ। ଯାହାପରେ ତାଙ୍କୁ ଧାରଚୁଲା ଫେରାଇ ଆଣିବା ପାଇଁ ପୋଲିସ ଓ ମେଡିକାଲ ଦଳକୁ ପଠାଯାଇଥିଲା।

ଲକ୍ଷ୍ନୌରେ ରୁହନ୍ତି ହରମୀତ:-

ଏସପି ଲୋକେନ୍ଦ୍ର ସିଂ କହିଲେକି ଏହି ମହିଳା ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳରେ ରୁହନ୍ତି। ସେ ଧାରଚୁଲାର ଉପଜିଲ୍ଲପାଳଙ୍କ ନିକଟରୁ ୧୫ ଦିନର ଅନୁମତି ନେଇ ନିଜ ମାଆଙ୍କ ସହିତ ଗୁଞ୍ଜି ଯାଇଥିଲେ। କିନ୍ତୁ ମେ ୨୫ ତାରିଖରେ ପରମିଟ ସମାପ୍ତ ହେବାପରେ ସେ ପ୍ରତିବନ୍ଧିତ କ୍ଷେତ୍ରକୁ ଛାଡ଼ିବାରେ ମନା କରିଦେଇଥିଲେ। ଜଣାଇଦେଉଛୁକି କୈଳାସ ମାନସରୋବର ଯାତ୍ରା ମାର୍ଗରେ ଅଛି। ଏସପି କହିଲେକି,’ନିଜକୁ ଦେବୀ ପାର୍ବତୀଙ୍କର ଅବତାର କହୁଥିବା ଓ କୈଳାସ ପର୍ବତ ଉପରେ ରହୁଥିବା ଭଗବାନ ଶିବଙ୍କୁ ବିବାହ କରିବାର ଇଚ୍ଛା ରଖିବା କଥା କହୁଥିବା ମହିଳାଙ୍କର ମାନସିକ ରୂପରେ ସ୍ଵସ୍ଥ ଲାଗୁନାହାନ୍ତି।

Leave A Reply

Your email address will not be published.