ଆଲୁମିନିୟମ କଢେଇ ପଡ଼ିଗଲା କଳା? ଏହି ସହଜ ଉପୟକୁ ଅବଲମ୍ବନ କରି ଏକ ଚୁଟକିରେ କରନ୍ତୁ ପରିଷ୍କାର

0

Get real time updates directly on you device, subscribe now.

ଏକ ମହିଳା ନିଜ ଜୀବନର ୫୦ ପ୍ରତିଶତ ସମୟ ଘରର ରୋଷେଇ ଘରେ ବ୍ୟତୀତ କରନ୍ତି। ଏମିତିରେ ମହିଳା ଘରର ରୋଷେଇ ଘରର ପରିଷ୍କାର ପ୍ରତି ବହୁତ ସଚେତନ ରୁହନ୍ତି। ରୋଷେଇ ଘରର ବାସନ ଆଦିକୁ ସଫା କରିବା ଅନେକ ଲୋକଙ୍କୁ ଡର ଲାଗେ କାରଣ ବାସନକୁ ଚିକ୍କଣ କରିବା ପାଇଁ ବହୁତ ସମୟ ଲାଗେ। ଖାସ ଭାବରେ ଆଲୁମିନିୟମ ବାସନ ଯାହାକି ଖାଇବା ତିଆରି କରିବା ପରେ କଳା ପଡ଼ିଯାଏ, ସେଗୁଡିକୁ ପରିଷ୍କାର କରିବାରେ ବହୁତ କଷ୍ଟ ହୁଏ। ଆଜି ଆମେ ଆପଣଙ୍କୁ ଆମର ଏହି ପୋଷ୍ଟ ଜରିଆରେ କିଛି ଏମିତି ଟିପ୍ସ ଦେବାକୁ ଯାଉଛୁ ଯାହାକି ଆପଣଙ୍କର ରୋଷେଇ ଘରର କଳା ପଡ଼ିଥିବା ଆଲୁମିନିୟମ ବାସନକୁ ସଙ୍ଗେ ସଙ୍ଗେ ପରିଷ୍କାର କରିଦେବ। ତେବେ ଆସନ୍ତୁ ଜାଣିବା ଏ ବିଷୟରେ।

ଏମିତି କରନ୍ତୁ ଆଲୁମିନିୟମ କଢ଼େଇକୁ ନୂଆ ପରି:-

ପ୍ରଥମେ ଆପଣଙ୍କୁ ନିଜର ଯେଉଁ କଢ଼େଇକୁ ପରିଷ୍କାର କରିବେ, ତାହାକୁ ଗ୍ୟାସ ଉପରେ ରଖନ୍ତୁ ଓ ସେଥିରେ ୪-୫ ଗ୍ଲାସ ପାଣି ଦିଅନ୍ତୁ। ବର୍ତ୍ତମାନ ସେଥିରେ ଗୋଟିଏ ଚାମଚ ବେକିଂ ସୋଢ଼ା ସହିତ ଏକ ଚାମଚ ଲୁଣ ଦେଇ ଓ ଏକ ଲେମ୍ବୁ ଦେଇ ପାଣିକୁ ସେତେ ପର୍ଯ୍ୟନ୍ତ ଗରମ କରନ୍ତୁ ଯେତେ ପର୍ଯ୍ୟନ୍ତ ପାଣି ଗରମ ହୋଇ କଢେଇର କଡ ପାଖକୁ ଆସିନଯାଇଛି। ବର୍ତ୍ତମାନ ଏହି ପାଣିର ମିଶ୍ରଣକୁ ଅନ୍ୟ ଏକ ପାତ୍ରରେ ଢ଼ାଳି ଦିଅନ୍ତୁ। ତାହା ଏମିତି ଏକ ପାତ୍ର ହୋଇଥିବା ଆବଶ୍ୟକ ଯେଉଁଥିରେ ଆପଣଙ୍କର କଢ଼େଇର ପଛ ଭାଗ ସମ୍ପୂର୍ଣ ରୂପରେ ବୁଡି ଯାଉଥିବ। ବର୍ତ୍ତମାନ ୧୫ ମିନିଟ ପାଇଁ ଆଲୁମିନିୟମ କଢ଼େଇକୁ ଏହି ମିଶ୍ରଣରେ ଭିଜାଇ ରଖନ୍ତୁ। କିଛି ସମୟ ପରେ ଯଦି ଆପଣ କଢ଼େଇକୁ ସଫା କରିବେ ତେବେ ସମସ୍ତ ଅପରିଷ୍କାର ପରିଷ୍କାର ହୋଇ ସାରିଥିବ।

୧ ମିନିଟ ମଧ୍ୟରେ ଏମିତି କରନ୍ତୁ ଜଳିଯାଇଥିବା କଢ଼େଇ ହୋଇଯିବ ପରିଷ୍କାର:-
ଅଧିକାଂଶ କଢ଼େଇ ତରକାରୀ ତିଆରି କରିବା ସମୟରେ ଜଳିଯାଏ। ଯାହାଫଳରେ ପରିଷ୍କାର କରିବାକୁ ବହୁତ କଷ୍ଟ ହୁଏ। କେବେ କେବେ ଠିକ ଭାବରେ ପରିଷ୍କାର ହୁଏନାହିଁ। ଆପଣ ମଧ୍ୟ ଯଦି ଏହି କଢ଼େଇକୁ ସହଜରେ ପରିଷ୍କାର କରିବାକୁ ଚାହାନ୍ତି ତେବେ ଗରମ ପାଣି ସହିତ ସୋଡା ଓ ଲେମ୍ବୁ ମିଶାଇ ଏହାକୁ ସ୍କ୍ରବ ସାହାଯ୍ୟରେ ଜୋରସେ ସଫା କରନ୍ତୁ। ଯାହାଫଳରେ ଆପଣଙ୍କର କଢ଼େଇ ସହଜରେ ପରିଷ୍କାର ହୋଇଯିବ।

ବେକିଂ ପାଉଡରର ବ୍ଯବହାର କରନ୍ତୁ:-

ବେକିଂ ସୋଡ଼ା ପରିଷ୍କାର କରିବା ପାଇଁ ବହୁତ ଭଲ ଅଟେ ଓ ସବୁଠାରୁ ଭଲ କଥା ହେଉଛି, ଏହି ବେକିଂ ସୋଡା ପ୍ରତ୍ୟେକ ଘରେ ବଡ ସହଜରେ ଉପଲବ୍ଧ ହୋଇଯାଏ। ବେକିଂ ସୋଡାର ବ୍ଯବହାର କରି ଜଳି ଯାଇଥିବା କଢ଼େଇକୁ ବହୁତ ସହଜରେ ଆପଣ ପରିଷ୍କାର କରିପାରିବେ। ଏଥିପାଇଁ ଆପଣ ଏକ ସ୍ଥାନରେ ପାଣିକୁ ଗରମ କରନ୍ତୁ। ଏହି ପାଣିରେ ଵେକିଂ ସୋଡ଼ା ଓ ସାମାନ୍ୟ ଲୁଣ ଦିଅନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ଓଦା କରି ସ୍କ୍ରବ ସାହାଯ୍ୟରେ ପରିଷ୍କାର କରିଦିଅନ୍ତୁ। ଆପଣଙ୍କର କଢେଇ ସମ୍ପୂର୍ଣ ରୂପରେ ପରିଷ୍କାର ହୋଇଯିବ।

କାଷ୍ଟିକ ସୋଡା:-

କାଷ୍ଟିକ ସୋଡା ମଧ୍ୟ ବଡ ସହଜରେ ଆପଣଙ୍କ ଆଖାପାଖ ଦୋକାନରେ ମିଳିଯିବ। ଏହା ଦେଖିବାରେ ଚିନି ପରି ହୋଇଥାଏ। ଏହା ସାହାଯ୍ୟରେ ଆପଣ ଚିକ୍କଣ ବାସନକୁ ବହୁତ ସହଜରେ ସଫା କରିପାରିବେ। ଏହି ବିଧିର ଉପଯୋଗ କରିବା ପାଇଁ ଆପଣ ପ୍ରଥମେ ଏକ ବଡ ସ୍ଥାନରେ ପାଣି ନେବେ। ଓ ସେଥିରେ ଏକ ଗିନା କାଷ୍ଟିକ ସୋଡା ନେବେ ଓ ଭଲ ଭାବରେ ମିଶାଇ ଦେବେ। ଏହି ମିଶ୍ରଣରେ କଢେଇକୁ କିଛି ସମୟ ପାଇଁ ଭିଜାଇ ରଖିବେ, ଦେଖିବେ କିଛି ସମୟ ପରେ କଳା ଦାଗ ଆପେ ଆପେ ଛାଡିଯିବ।

ବେକିଂ ସୋଡ଼ା ଓ ଡିଟର୍ଜେଣ୍ଟ ପାଉଡରର କରନ୍ତୁ ବ୍ୟବହାର:-
ଡିଟର୍ଜେଣ୍ଟ ଓ ବେକିଂ ସୋଡାର ବ୍ୟବହାର ଆପଣ କଳା ପଡ଼ିଯାଇଥିବା ଆଲୁମିନିୟମ ବାସନକୁ ସଫା କରିବାରେ ବହୁତ ସହାୟକ ହେବ। ଏହି ବିଧିର ଉପଯୋଗ କରିବା ପାଇଁ ଆପଣଙ୍କୁ ଏକ ବଡ ସ୍ଥାନରେ ପାଣିକୁ ଗରମ କରି ସେଥିରେ ବେକିଂ ସୋଡା ଓ ଡିଟର୍ଜେଣ୍ଟ ପାଉଡରକୁ ମିଶାଇ ଦିଅନ୍ତୁ। ଏହି ମିଶ୍ରଣରେ ଆପଣଙ୍କର ଆଲୁମିନିୟମ ବାସନ ଯେଉଁ ସ୍ଥାନରେ କଳା ପଡ଼ିଛି ସେଥିରେ ଭିଜେଇ ଦିଅନ୍ତୁ। କିଛି ସମୟ ପରେ ତାକୁ ଭଲ ଭାବରେ ସଫା କରିଦିଅନ୍ତୁ। ଦେଖିବେ ଆପଣଙ୍କର ବାସନ ପୂର୍ବପରି ନୂଆ ହୋଇଯିବ।

Leave A Reply

Your email address will not be published.