ନିଜର ହବାକୁ ଥିବା ସ୍ବାମୀ କୁ ଜେଲ୍ ପଠାଇ ଲେଡୀ ସିଂଘମ ଆସାମ ପୋଲିସ୍ ଦ୍ଵାରା ଗିରଫ ହେଲେ ।

0

Get real time updates directly on you device, subscribe now.

ଗୌହାଟୀର ଦୁଇଥର ଲେଡୀ ସିଂହମ ଭାବେ ଚର୍ଚ୍ଚାକୁ ଆସିଥିବା ଆସାମ ମହିଳା ପୋଲିସ୍ SI ଜୁନମୋନି ରାଭାଙ୍କୁ ଶନିବାର ଆସାମ ପୋଲିସ ଗିରଫ କରିଛି । ମାସେ ପୂର୍ବରୁ ଏକ ଠକେଇ ମାମଲାରେ ତାଙ୍କ ପ୍ରେମିକାଙ୍କୁ ନିଜେ ଗିରଫ କରି ଜୁନମୋନି ଲୋକ ମାନଙ୍କ ଚର୍ଚ୍ଚା ମଧ୍ୟକୁ ଆସିଥିଲେ । ମେ ମାସରେ ଠକେଇ ଅଭିଯୋଗରେ ପୋଲିସ ସବ୍ ଇନ୍ସପେକ୍ଟର ରାଭା ତାଙ୍କ ଭାବୀସ୍ୱାମୀ ରାଣା ପୋଗାଗଙ୍କୁ ଗିରଫ କରିଥିଲେ । ଜାନୁଆରୀ ମାସରେ,ସେଠିକାର ଜଣେ ବିଧାୟକ ଅମିଆ କୁମାର ଭୁୟାଁଙ୍କ ସହ ଏକ କଲର ଅଡିଓ କ୍ଲିକ୍ ଲିକ୍ ହୋଇଯିବା ପରେ ସେ ସମସ୍ତଙ୍କର ହେଡଲାଇନରେ ଥିଲେ ଓ ଲୋକଲଚନକୁ ଆସିଥିଲେ ।

ଗିରଫ ହେବା ପରେ ରାଣା ପୋଗାଗଙ୍କୁ ମଜୁଲି ଜିଲ୍ଲାର ଏକ କୋର୍ଟ ୧୪ ଦିନ ପାଇଁ ହେପାଜତକୁ ପଠାଇ ଦେଇଥିଲେ। ଜାମିନ ଖାରଜ ହେବା ପରେ ରାଣା ଏବେ ଜେଲରେ ଅଛନ୍ତି।ଓ.ଏନ୍.ଜି.ସି ଟେଣ୍ଡର କରାଇ ଦେବେ କହି ତାଙ୍କ ଭାବି ସ୍ୱାମୀ ଦୁଇଜଣ କଣ୍ଟ୍ରାକ୍ଟରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ଅକ୍ଟୋବରରେ ରାଭା ଓ ରାଣାଙ୍କ ନିର୍ବନ୍ଧ ହୋଇଥିଲା ଏବଂ ଚଳିତ ବର୍ଷ ନଭେମ୍ବରରେ ସେମାନଙ୍କର ବିବାହ ହେବାର ଥିଲା । କିନ୍ତୁ ସେହି ଠକେଇ ମାମଲାରେ ରାଣା ବର୍ତ୍ତମାନ ମଜୁଲି ଜେଲରେ ଅଛନ୍ତି।

ରାଣା ଗିରଫ ହେବା ପରେ ରାଭାଙ୍କୁ ଲୋକେ ‘ଲେଡି ସିଙ୍ଘମ’ ନାମରେ ନାମିତ କରିଥିଲେ ।ଦୁଇଜଣ କଣ୍ଟ୍ରାକ୍ଟର, ରାଣା ପୋଗାଗଙ୍କ ବିରୋଧରେ ଦୁଇଟି ଅଲଗା ଅଲଗା ଏଫ୍ଆଇଆର ଦାଖଲ କରିଥିଲେ। ସେମାନେ କହିଛନ୍ତି ଯେ ସେମାନେ ଏସ.ଆଇ ରାଭାଙ୍କ ମାଧ୍ୟମରେ ରାଣାଙ୍କ ସହିତ ପରିଚିତ ହୋଇଥିଲେ। ଓ.ଏନ୍.ଜି.ସି. ଟେଣ୍ଡର ପାଇବା ପାଇଁ ସେମାନେ ତାଙ୍କୁ ଟଙ୍କା ଦେଇଥିଲେ। ମାତ୍ର କଣ୍ଟ୍ରାକ୍ଟରଙ୍କ ସେହି ଏଗ୍ରୀମେଣ୍ଟରେ ରାଭାଙ୍କ ନାମ ଥିଲା । ଯେଉଁଥିପାଇଁ ଦୁଇ ଦିନର ପଚରା ଉଚରା ସରିବା ପରେ ଶନିବାର ଏସ.ଆଇ ରାଭାଙ୍କୁ ଆସାମ ପୋଲିସ ଗିରଫ କରିଥିଲା ।

Leave A Reply

Your email address will not be published.