ପତିପତ୍ନୀ ରଚିଲେ ଇତିହାସ: ରାଜସ୍ଥାନ ହାଇକୋର୍ଟରେ ଏକାସହ ଜଜ୍ ବନିଥିବା ପ୍ରଥମ ଦମ୍ପତି

0

Get real time updates directly on you device, subscribe now.

ରାଜସ୍ଥାନର ହାଇକୋର୍ଟରେ ପ୍ରଥମଥର ପତିପତ୍ନୀ ଏକସଙ୍ଗେ ଜଜ୍ ବନିବାକୁ ଯାଉଛନ୍ତି|ଆପଣଙ୍କୁ କହିରଖେ ଏହା ଭାରତରେ ଦ୍ୱିତୀୟ ଥର ଯେ କୌଣସି ହାଇକୋର୍ଟରେ ପତିପତ୍ନୀ ଏକସଙ୍ଗେ ଜଜ୍ ବନିଛନ୍ତି|ରାଜସ୍ଥାନର ହାଇକୋର୍ଟରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଗଲା|ଡିଜେ ଶୁଭା ମେହତା ପାଇଁ ହାଇକୋର୍ଟ ଜଜ୍ ର ନିଯୁକ୍ତି ୱରେଣ୍ଟ ଜାରି ହେବା ସହ ଏହି ରେକର୍ଡ ବନିଗଲା|

ଶୁଭା ମେହତାଙ୍କ ପତି ଜଷ୍ଟିସ ମହେନ୍ଦ୍ର ଗୋୟଲ ପ୍ରଥମରୁ ହାଇକୋର୍ଟରେ ଜଜ୍ ଅଟନ୍ତି|ଏଵେ ତାଙ୍କ ପତ୍ନୀ ଡିଜେ ଶୁଭା ମେହେତାଙ୍କୁ ମଧ୍ୟ ହାଇକୋର୍ଟରେ ଜଜ୍ ଭାବେ ନିଯୁକ୍ତି ହୋଇଗଲା|ଏହି ନିଯୁକ୍ତି ପରେ ରାଜସ୍ଥାନ ହାଇକୋର୍ଟରେ ୭୨ ବର୍ଷ ଇତିହାସରେ ଏହା ହେବ ଯେ କୈାଣସି ଦମ୍ପତି ଏକାସାଙ୍ଗରେ ମାମଲାରେ ଶୁଣାଣି କରିବେ|ମହେନ୍ଦ୍ର ୬ ନଭେମ୍ବର ୨୦୧୯ଦିନ ଅଧିବକ୍ତା କୋର୍ଟରୁ ହାଇକୋର୍ଟ ଜଜ୍ ଭାବେ ନିଯୁକ୍ତ ହୋଇଥିଲେ|

ଏହାପୂର୍ବରୁ ଦେଶରେ ପ୍ରଥମଥର ମାଡ୍ରାସ ହାଇକୋର୍ଟରେ ପତିପତ୍ନୀ ଜଜ୍ ବନିଥିଲେ|ହାଇକୋର୍ଟ ଜଷ୍ଟିସ ମୂରଲିଶଙ୍କର କୂପରାଜୁ ଓ ଜଷ୍ଟିସ ତାମିଲ ସେଲଭି ଟି ବଲୟାପଲାୟନ ଏକାସହ ୨୦୨୦ରେ ମାଡ୍ରାସ ହାଇକୋର୍ଟରେ ଶପଥଗ୍ରହଣ କରିଥିଲେ|ଏହାପରେ ସମ୍ଭବତଃ ଦମ୍ପତି ରାଜସ୍ଥାନର ହାଇକୋର୍ଟରେ ଶୁଣାଣି କରିବେ|ଯଦିଓ ଦୁହେଁ ଏକାସାଙ୍ଗରେ ଜଜ୍ ଵନି ନାହାନ୍ତି|ଗୋୟଲଙ୍କ ନିଯୁକ୍ତି ଅଢେଇ ବର୍ଷ ପୂର୍ବେ ହୋଇଛି|ଏଥିରେ ଘର ଲୋକ ଖୁସି ଓ ଗୈାରବାନ୍ୱତ ଅନୁଭବ କରୁଛନ୍ତି|

ଡିଜେ ଶୁଭା ମେହେତା ଅତିରିକ୍ତ ଅଧିବକ୍ତା କୋର୍ଟରୁ କୂଳଦୀପ ମାଥୁରକୁ ମଧ୍ୟ ହାଇକୋର୍ଟ ଜଜ୍ ବନାଯାଇଛି|ଏହାଙ୍କ ନିଯୁକ୍ତି ୱରେଣ୍ଟ ରାଷ୍ଟ୍ରପତି ଭବନରୁ ଜାରି ହୋଇଛି|ବାଡମେର ରହୁଥିବା କୂଳଦୀପ ମାଥୁର ଯୋଧପୁରର ଜୟନାରାୟଣ ବ୍ୟାସ ବିଶ୍ୱବିଦ୍ୟାଳୟରୁ ଏଲ୍ଏଲବି‌ କରିଛନ୍ତି|ସେ ୧୯୯୩ରୁ ଓକିଲାତି ପେଶାରେ ରହିଛନ୍ତି|ତାଙ୍କର ସମ୍ବିଧାନ ବ୍ୟତୀତ ସର୍ଭିସ ମ୍ୟାଟରରେ ମଧ୍ୟ ଅଭିଜ୍ଞତା ଅଛି|

Leave A Reply

Your email address will not be published.