ସୁକନ୍ୟା ସମୃଦ୍ଧି ଯୋଜନା: ଝିଅମାନଙ୍କ ଭବିଷ୍ୟତ ହେବ ଉଜ୍ଜ୍ୱଳ,୪୧୬ ଟଙ୍କା ଖର୍ଚ୍ଚ କରି ମିଳୁଛି ଏତେ ଲକ୍ଷ ଟଙ୍କାର ଲାଭ

0

Get real time updates directly on you device, subscribe now.

ଆଜିର ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ବହୁ ଯୋଜନା ଚାଲୁଛି ଯେଉଁଥିରେ ଆପଣ କିଛି ନିବେଶ କରି ଭଲ ଆୟ କରିପାରିବେ|ଯଦି ଆପଣ ଆପଣଙ୍କ ଝିଅର ପଢ଼ାପଢ଼ି ଓ ଖର୍ଚ୍ଚକୁ ନେଇ ଚିନ୍ତିତ ଅଛନ୍ତି ତେଵେ ଚିନ୍ତା କରନ୍ତୁ ନାହିଁ|ଆପଣ ସୁକନ୍ୟା ସମୃଦ୍ଧି ଯୋଜନାରେ ୨୫୦ ଟଙ୍କା ନିବେଶରେ ଆରମ୍ଭ କରିପାରିବେ|

ଏହି ଯୋଜନାରେ ଅନ୍ୟ ଅପେକ୍ଷା ଅଧିକ ସୁଧ ମିଳେ|ଏହି ଯୋଜନା ଆପଣଙ୍କ ଝିଅର ଭବିଷ୍ୟତ ବନେଇବ|ଏଥିରେ ଆପଣ ଅତି କମରେ ୨୫୦ ରୁ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରି ପାରିବେ|

ଏଥିରେ ବିନିଯୋଗ ହୋଇଥିବା ଟଙ୍କା ଉପରେ ଟ୍ୟାକ୍ସ ଛୁଟ ମିଳେ|ଏହି ଯୋଜନାରେ ଆପଣ ଦୈନିକ ୪୧୬ ଟଙ୍କା ଜମା କରି ୬୫ ଲକ୍ଷ ଟଙ୍କା ଜମା କରି ପାରିବେ|ଏହି ଯୋଜନାରେ ୭.୬% ସୁଧ ମିଳୁଛି|

ଏହି ଯୋଜନାରେ ଯେତେବେଳେ ଝିଅକୁ ୧୦ ବର୍ଷ ହେବ ଟଙ୍କା ନିବେଶ କରିବା ସହ ୨୧ ବର୍ଷ ବୟସରେ ମ୍ୟାଚୁରିଟି ଏମାଉଣ୍ଟ ମିଳିଥାଏ|ଏଥିରେ ଜମା ଟଙ୍କା ଝିଅକୁ ୧୮ ବର୍ଷ ନହେବା ପର୍ଯ୍ୟନ୍ତ ବାହାର କରାଯାଇ‌ ପାରିବ ନାହିଁ|୧୮ ବର୍ଷ ପରେ ମୋଟ ରାଶିର ୫୦% ବାହାର କରାଯାଇ ପାରିବ|

ଏହି ଯୋଜନାରେ ଆପଣ କୈାଣସି ଡାକଘରେ ବା ବ୍ୟାଙ୍କରେ ଖାତା ଖୋଲି ପାରିବେ|ଏଥିପାଇଁ ଝିଅର ଜନ୍ମପ୍ରମାଣ ପତ୍ର ଆବଶ୍ୟକ|ଏହା ବ୍ୟତୀତ ମା ବାପାଙ୍କ ପରିଚୟ ପତ୍ର,ରାସନ କାର୍ଡ,ଡ୍ରାଇଭିଙ୍ଗ ଲାଇସେନ୍ସ, ପାସପୋର୍ଟ, ସ୍ଥାୟୀ ପ୍ରମାଣପତ୍ର, ରାସନ୍ କାର୍ଡ ଆଦିର ଵିଲ ଦେବାକୁ ହେବ|

ଏହି ଯୋଜନାରେ ଖାତା ଖୋଲିଲେ ୧୫ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁହେବ|ଯଦି ଆପଣଙ୍କ ଦୁଇଟି ଝିଅ ରହିଛି ଉଭୟଙ୍କ ନାଁରେ ଖୋଲି ପାରିବେ|ଯଦି ଆପଣ ଆପଣଙ୍କ ଝିଅର ଏକାଉଣ୍ଟ୍ ୯ ବର୍ଷ ବୟସରେ ଖୋଲିଲେ ତେବେ ୧୨ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ହେବ|ଯଦି ୫ ବର୍ଷ ବୟସରେ ଏକାଉଣ୍ଟ୍ ଖୋଲିଲେ ୧୬ ବର୍ଷ ପର୍ଯ୍ୟନ୍ତ ଟଙ୍କା ନିବେଶ କରିବାକୁହେବ|ଯଦିଓ ଏଥିରେ ମ୍ୟାଚୁରିଟି ଏମାଉଣ୍ଟ୍ ବଢିବାର ଲାଭ ମିଳେ|

Leave A Reply

Your email address will not be published.