ଡିଏନ୍ଏ ସହିତ ସୁଧିର ଚୈଧୁରୀ : କେକେଙ୍କ ଜୀବନ‌ ବହୁ ସହଜରେ ବଞ୍ଚାଯାଇ ପାରିଥାନ୍ତା,ହୋଇଗଲା ଏହି ବଡ ଭୁଲ

0

Get real time updates directly on you device, subscribe now.

ପ୍ରସିଦ୍ଧ ଗାୟକ କେକେ ନିଜ ହୃଦ ରୋଗକୁ ଏସିଡିଟି ଭାବୁଥିଲେ ଓ ଏହାକୁ ଚିକିତ୍ସା କରିବା ପରିବର୍ତ୍ତେ ଆଣ୍ଟାସିଡ ଭଳି ବଟିକା ଖାଉଥିଲେ|
,ଯାହା‌ ପେଟରେ ଗ୍ୟାସ ଓ ଜ୍ୱଳନ ପାଇଁ ହୋଇଥାଏ|ଯଦି ଆପଣ କେକେ ଭଳି ଦୈନିକ ପେଟରେ ଜ୍ୱଳନ ପାଇଁ ଆୟୁର୍ବେଦ, ହୋମିଓପାଥିକ ବା ମେଡିସିନ ଖାଉଛନ୍ତି ତେଵେ ଚେକ କରି‌ ନିଅନ୍ତୁ, ଆପଣଙ୍କ ସ୍ଥିତି କେକେ ଭଳି ତ ନୁହେଁ ?କା୍ଣ ସେ ରାତି ଯଦି କେକେଙ୍କ ସ୍ଥିତି ସମ୍ପର୍କରେ ଜଣା ପଡିଥାନ୍ତା ତେଵେ ସହଜରେ ଜୀଵନ ବଞ୍ଚି ଯାଇଥାନ୍ତା|

ଏମାନଙ୍କ ମଧ୍ୟରୁ କିଛି ଆୟୁର୍ବେଦିକ ଓ ହୋମିଓପାଥିକ ଔଷଧ ରହିଛି ଯା‌ହା ଖାଦ୍ୟ ହଜମ ପାଇଁ ଓ ପାଚନ ତନ୍ତ୍ର କୁ ଠିକ ରଖିବାକୁ ଖିଆଯାଏ|କେକେ ଯେଉଁ ଯନ୍ତ୍ରଣାକୁ ଗ୍ୟାସ ଭାବୁଥିଲେ ତାହା ଗ୍ୟାସ ନଥିଲା ଅସଲରେ ହୃଦୟରେ ଥିଲା|ଏହା‌ ଅଟୋପ୍ସି ରିପୋର୍ଟରେ କୁହାଯାଇଛି|କେକେଙ୍କ ହୃଦୟ ପାଖରେ ଫ୍ୟାଟର ଏକ ଆସ୍ତରଣ ଜମିଥିଲା

ହାର୍ଟ ଭଲ୍ଭ ଶକ୍ତ ହୋଇ ଯାଇଥିଲା|ତାଙ୍କୁ ଲାଗୁଥିଲା ଏହା ଜ୍ୱଳନ ଏଥିପାଇଁ ଆଣ୍ଟାସିଡ ଖାଉଥିଲେ|ଏଭଳି ଭୁଲ କେକେ ନୁହେଁ ଦେଶର ବହୁ ଲୋକ କରୁଛନ୍ତି|

ପୂର୍ବବର୍ଷ ଏକ ସର୍ଭେରେ ଜଣାପଡିଥିଲା ଯେ ଭାରତରେ ୨୨% ଲୋକ ଛାତିରେ ଉଠୁଥିବା ଯନ୍ତ୍ରଣାକୁ ଗ୍ୟାସ ଯନ୍ତ୍ରଣା ଭାବି ଆଣ୍ଟାସିଡ୍ ମେଡିସିନ ଖାଇଥାନ୍ତି|କିନ୍ତୁ କିଛି ମାମଲା ଗ୍ୟାସ ପାଇଁ ନୁହେଁ,ହୃଦୟଜନିତ ରୋଗର ଯନ୍ତ୍ରଣା ଅଟେ|କେକେ ଙ୍କର ଏକ ବଡ ଭୁଲ ଏହା ହେଲା ଯେ ତାଙ୍କୁ ହାର୍ଟ ଆଟାକ ପୂର୍ବରୁ ବହୁ ସିଗ୍ନାଲ ମିଳିଥିଲା, କିନ୍ତୁ ସେ ଲଗାତାର ଅଣଦେଖା କରୁଥିଲେ|ତାଙ୍କ ମ୍ୟାନେଜର ଅନୁସାରେ ୩୧ ମେ ସକାଳେ କେକେ କହିଥିଲେ ଯେ ତାଙ୍କୁ ବହୁତ ଥକା ଲାଗୁଛି ଓ ଶରୀର ପିଡା ହେଉଛି|ଏହା ବ୍ୟତୀତ ତାଙ୍କୁ ଜଣା ପଡିଲା ଯେ କନସର୍ଟ ପୂର୍ବରୁ କେକେ ପତ୍ନୀଙ୍କୁ ଫୋନ କରି କହିଥିଲେ ଯେ ତାଙ୍କୁ ବାମ କାନ୍ଧରେ ଜୋରରେ ଯନ୍ତ୍ରଣା ହେଉଛି ଓ ଏଥିପାଇଁ କନସର୍ଟରେ ଗୀତ ଗାଇବା କଷ୍ଟକର ହେବ|ଏସବୁ ସତ୍ତ୍ୱେ ସେ ଗୀତ ଗାଇଲେ ଓ ଏସମୟରେ ହୃଦୟ ବହୁ ସିଗ୍ନାଲ ଦେଇଥିଲା|ସେ କନସର୍ଟରେ ବାରମ୍ବାର ଝାଳ ପୋଛୁଥିଲେ ଓ ଚିନ୍ତିତ ଦେଖା ଯାଉଥିଲେ|

ଚତୁର୍ଥ ଭୁଲ କେକେଙ୍କ ସହ ହେଲା ଯେତେବେଳେ ତାଙ୍କ ଶରୀର ଯାଦା ଖରାପ ହେଲା , ସେତେବେଳେ ଵି ସେ କନସର୍ଟରୁ ସିଧା ହସ୍ପିଟାଲ ଯାଇ ନଥିଲେ|ସେ ହୋଟେଲ ଗଲେ ଓ ସେଠାରେ ହାର୍ଟ ଆଟାକରେ ନିଧନ ଘଟିଥିଲା|ଡାକ୍ତରଙ୍କ କହିବାନୁଯାୟୀ ଯଦି ବ୍ୟକ୍ତିକୁ ହାର୍ଟ ଆଟାକର ୧ ଘଣ୍ଟା ପୂର୍ବରୁ ହସ୍ପିଟାଲ ଅଣାଯାଇଥାଏ ତେଵେ ବ୍ୟକ୍ତିକୁ ବଞ୍ଚାଯାଇ ପାରିବ|

ଆଉ ଗୋଟିଏ କଥା ଯେତେବେଳେ ଡାକ୍ତର ସହ ସମ୍ପୁର୍ଣ ଚର୍ଚ୍ଚା ପରେ ଜଣା ପଡିଲା ଯେ ହାର୍ଟ ଆଟାକରେ ଶରୀର ଅବସ୍ଥା ଖରାପ ହେବା ଯୋଗୁଁ କେକେ କୁ ସିପିଆର ଦିଆ ଯାଇଥିଲେ ଜୀଵନ ବଞ୍ଚି ଯାଇଥାନ୍ତା|ସିପିଆର ମେଡିକାଲ ପ୍ରକ୍ରିୟାରେ ଡାକ୍ତର ଆବଶ୍ୟକ ନାହିଁ|ହାର୍ଟ ଆଟାକ ବ୍ୟକ୍ତି ହସ୍ପିଟାଲ ପହଞ୍ଚାଇଵା ପର୍ଯ୍ୟନ୍ତ ଆପଣ ଏହାର ସାହାଯ୍ୟ ନେଇ ପାରିବେ|

Leave A Reply

Your email address will not be published.