ବର ଗୋଟିଏ ମଣ୍ଡପରେ ୩ ଜଣ କନ୍ୟାଙ୍କୁ କଲା ବିବାହ,ସମସ୍ତଙ୍କ ସହିତ ମନାଇଲେ ସୁହାଗରାତି, ସାମ୍ନାକୁ ଆସିଲା ଭିଡିଓ

0

Get real time updates directly on you device, subscribe now.

ଦୁନିଆରେ ଅନେକ ଏମିତି ଲୋକ ଅଛନ୍ତି ଯେଉମାନଙ୍କୁ ବିବାହ କରିବା ପାଇଁ ଝିଅ ମିଳୁନାହାନ୍ତି। କିନ୍ତୁ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ଏକ ସାଥୀରେ ତିନିଜଣ ପ୍ରେମିକଙ୍କ ସହିତ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏତିକି ନୁହେଁ ଏହି ବିବାହରେ ବ୍ୟକ୍ତିଙ୍କର ୬ଜଣ ପିଲା ମଧ୍ୟ ସାମିଲ ଥିଲେ। ସମସ୍ତେ ମିଶି ବାପାଙ୍କର ବାହାଘରରେ ନାଚ, ଗୀତ ଓ ମଜା କରିଲେ। ବ୍ୟକ୍ତି ଏହି ୩ ପ୍ରେମିକାଙ୍କ ସହିତ ଗତ ୧୫ବର୍ଷରୁ ଲିଭ ଇନରେ ରହି ଆସୁଛନ୍ତି। ତେବେ ଆସନ୍ତୁ ଏହି ଅଜବ ପ୍ରେମର ଗଜବ କାହାଣୀକୁ ବିସ୍ତାର ଭାବରେ ଜାଣିବା।

ବ୍ୟକ୍ତି ୩ଜଣ ପ୍ରେମିକାଙ୍କ ସହିତ ନେଲେ ୭ ଫେରା:-

ଏହି ଆଶ୍ଚର୍ଯ୍ୟକର ମାମଲା ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ଅଟେ। ଏଠାରେ ଏକ ଆଦିବାସୀ ସମୁଦାୟର ବ୍ୟକ୍ତି ୩ଜଣ ପ୍ରେମିକାଙ୍କ ସହିତ ବିବାହ କରିଲେ। ଏହି ବିବାହ ଆଦିବାସୀ ରୀତିରେ ସମ୍ପୂର୍ଣ ହେଲା। ବରର ନାମ ସମରଥ ମୌର୍ଯ୍ୟ। ଯିଏକି ନାନପୁର ଅଞ୍ଚଳର ପୂର୍ବ ସରପଞ୍ଚ ମଧ୍ୟ ରହି ସାରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛିକି ଏହି ବିବାହରେ ତାଙ୍କର ଏହି ତିନିଜଣ ପ୍ରେମିକଙ୍କର ୬ଜଣ ପିଲା ମଧ୍ୟ ସାମିଲ ଥିଲେ। ସେମାନେ ନିଜର ବାପା, ମା ଓ ସୌତୁଣି ମାଆଙ୍କର ବିବାହରେ ବହୁତ ଖୁସି ଥିଲେ।

ଏହି ବିବାହ ବଡ ଧୁମଧାମରେ ହେଲା। ବିବାହର କାର୍ଡ ମଧ୍ୟ ଛପାଗଲା। ଏହି କାର୍ଡରେ ବର ସହିତ ତାଙ୍କର ୩ଜଣ କନ୍ୟାଙ୍କର ନାମ ମଧ୍ୟ ଲେଖାଗଲା। ବିବାହରେ ସାମିଲ ହେବା ପାଇଁ ସମ୍ପୂର୍ଣ ଗାଁକୁ ଡକାଗଲା। ସମସ୍ତେ ଏହି ବିବାହରେ ବହୁତ ମଜା କରିଲେ। ଖାସ ଭାବରେ ବ୍ୟକ୍ତିଙ୍କର ୬ଜଣ ପିଲା ଏହି ବିବାହରେ ବହୁତ ନାଚିଲେ।

ସମାଜ ଓ ଆଇନ ଏହିପରି ଛାଡ ଦିଏ:-

ବର୍ତ୍ତମାନ ଆପଣ ଚିନ୍ତା କରୁଥିବେକି ଶେଷରେ ବ୍ୟକ୍ତିଜଣକ ଏକ ସାଥିରେ ୩ଜଣ ମହିଳାଙ୍କୁ ବିବାହ କେମିତି କରିଲେ? ବାସ୍ତବରେ ଆଦିବାସୀ ଭିଲାଲ ସମୁଦାୟରେ ଏମିତି ହେବା ସାଧାରଣ ଅଟେ। ଏଠାରେ ବିବାହ ପୂର୍ବରୁ ଲିଭ-ଇନ ରହିବା କିମ୍ବା ପିଲା ଜନ୍ମ କରିବା କୌଣସି ବଡ କଥା ନୁହେଁ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୪୨ ଅନୁସାରେ ଆଦିବାସୀ ରୀତି ଅନୁସାରେ ଏବଂ ବିଶିଷ୍ଟ ସାମାଜିକ ପରମ୍ପରାର ସଂରକ୍ଷଣ ଅନ୍ତର୍ଗତ ଏମିତି କରାଯାଇପାରିବ। ସେଥିପାଇଁ ସମରଥ ମୌର୍ଯ୍ୟଙ୍କର ଏକ ସାଥିରେ ୩ଜଣ କନ୍ୟାଙ୍କୁ ବିବାହ କରିବା କୌଣସି ଆଇନ ଭଙ୍ଗ କରେନାହିଁ।

ବର ସମରଥ ମୌର୍ଯ୍ୟଙ୍କର କହିବା କଥାକି ସେ ୩ଜଣ କନ୍ୟାଙ୍କ ସହିତ ପାଖାପାଖି ୧୫ ବର୍ଷ ଲିଭ-ଇନରେ ରହିଛନ୍ତି। ତାଙ୍କର ପ୍ରତ୍ୟେକ ପ୍ରେମିକଙ୍କ ଠାରୁ ଦୁଇଟି ଲେଖାଏଁ ପିଲା ମଧ୍ୟ ଅଛନ୍ତି। ଏହି ସମସ୍ତ ପ୍ରେମିକାଙ୍କୁ ପାଳି କରି ନେଇ ଆସିଥିଲେ। ସେତେବେଳେ ସେ ଗରିବ ଥିଲେ, ସେଥିପାଇଁ ସେ ବିବାହ କରିପାରିଲେ ନାହିଁ। ସେଥିପାଇଁ ଏତେ ବର୍ଷ ପର୍ଯ୍ୟନ୍ତ ଲିଭ-ଇନରେ ରହୁଥିଲେ। ସେ ତିନିଜଣ ପ୍ରେମିକଙ୍କ ସହିତ ପତ୍ନୀଙ୍କ ପରି ରହୁଥିଲେ।

ବର ସମରଥ କହିଲେକି ଆଦିବାସୀ ଭିଲାଲ ସମୁଦାୟ ଲିଭ-ଇନରେ ରୁହିବା ଓ ପିଲା ଜନ୍ମ କରିବାର ଆଜାଦି ଦିଏ, କିନ୍ତୁ ଯଦି ବିଧି-ବିଧାନରେ ବିବାହ ନହୁଏ ତେବେ ମାଙ୍ଗଳିକ କାର୍ଯ୍ୟରେ ବର-କନ୍ୟାଙ୍କୁ ସାମିଲ କରନ୍ତି ନାହିଁ। ସେଥିପାଇଁ ଏକ କାରଣ ଏହା ମଧ୍ୟ ଅଟେକି ସେ ୧୫ ବର୍ଷ ପରେ ବିବାହ କରିଲେ ଯାହାଦ୍ୱାରା ବର୍ତ୍ତମାନ ସେ ଓ ତାଙ୍କର ତିନିଜଣ ସ୍ତ୍ରୀ ମାଙ୍ଗଳିକ କାର୍ଯ୍ୟରେ ସାମିଲ ହୋଇପାରିବେ।

ଦେଖନ୍ତୁ ବିବାହର ଭିଡିଓ

Leave A Reply

Your email address will not be published.