ଜୀବନରୁ ହାର ମାନି କର୍କଟ ରୋଗରେ ପୀଡିତ ମହିଳା କୂଅକୁ ମାରିଲେ ଡିଆଁ, ପୁଣି ୬୫ ବର୍ଷର ବୃଦ୍ଧ ରକ୍ଷା କଲେ ତାଙ୍କ ଜୀବନ

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ମଉଗଞ୍ଜ ଥାନା ଅନ୍ତର୍ଗତ ଚନ୍ଦ୍ରମୌଳି ଗାଁରୁ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ କର୍କଟରେ ପୀଡିତ ଥିବା ଜଣେ ମହିଳା ନିଜ ଜୀବନରୁ ହାରମାନି ମୃତ୍ୟକୁ ଆଦରି ନେଇ କୁଓକୁ ଡେଇଁ ପଡ଼ିଲେ। ଆଖପାଖର ସବୁ ଲୋକ ଅବାକ ରହିଗଲେ ଏବଂ ଘଟଣାଟିକୁ ଯଥାଶୀଘ୍ର ପୋଲିସକୁ ଦେଇଦେଲେ। ଉଚିତ ସମୟରେ ପୋଲିସ ଆସି ଗାଁ ଲୋକମାନଙ୍କ ସହ ମିଶି ମହିଳାକୁ ବାହାର କରିବାକୁ ଅନେକ ସମୟ ଚେଷ୍ଟା କରିଲା ପରେ ମଧ୍ୟ ବିଫଳ ହେଲା। ସେତେବେଳେ ସେଠାରେ ଉପସ୍ଥିତ ଥିବା ସେହି ଗାଁର ଜଣେ ୬୫ ବର୍ଷର ବୃଦ୍ଧ ବ୍ୟକ୍ତି କୂଅ ଭିତରକୁ ଡେଇଁ ପଡ଼ିଲେ ଏବଂ ମହିଳା ଜଣଙ୍କର ଜୀବନ ବଞ୍ଚାଇଦେଲେ।

ଜୀବନ ବଞ୍ଚାଇବା ପାଇଁ କୂଅକୁ ଡିଆଁ ମାରିଲେ ବୃଦ୍ଧ:-

ମଉଗଞ୍ଜର ଚନ୍ଦ୍ରମୌଳି ଗାଆଁର ଏକ ମହିଳା ଆତ୍ମହତ୍ୟା କରିବା ପାଇଁ ଏକ କୂଅରେ ଡିଆଁ ମାରିଦେଲେ। ଘଟଣାଟି ସେହି ଅଞ୍ଚଳରେ ହଡକମ୍ପ ବ୍ଯାପିଗଲା। ଯାହାପରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକ ତତ୍କାଳ ପୋଲିସକୁ ଖବର ଦେଲେ। ସୂଚନା ପାଇବା ମାତ୍ରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କର ସାହାଯ୍ୟ ନେଇ ମହିଳାଙ୍କୁ କୂଅରୁ ବାହାର କରିବା ପାଇଁ ପ୍ରୟାସ କରିଲେ। ବହୁତ ସମୟ ସଙ୍ଘର୍ଷ କରିବା ପରେ ମହିଳାଙ୍କୁ କୂଅରୁ ବାହାର କରିବାରେ ମଧ୍ୟ ସଫଳ ହୋଇପାରିଲେ ନାହିଁ। ଏହି ସମୟରେ ପାଖରେ ଛିଡ଼ା ହୋଇଥିବା ୬୫ ବର୍ଷର ବୃଦ୍ଧ ମଥୁରା ପ୍ରସାଦ କୋଲ ମହିଳାଙ୍କର ଜୀବନ ରକ୍ଷା କରିବା ପାଇଁ କୂଅକୁ ଡେଇଁ ପଡ଼ିଲେ।

ଯାହାପରେ ସ୍ଥାନୀୟ ଲୋକମାନେ ପୋଲିସର ସହାୟତାରେ ଦଉଡ଼ି ଦ୍ଵାରା ଏକ ଖଟକୁ କୁଅରେ ପକେଇଲେ ଓ ବୃଦ୍ଧ ଜଣକ ମହିଳାଙ୍କୁ ଖଟରେ ଶୁଆଇଦେଲେ। ଏହା ପରେ ସେ ନିଜେ ଗୋଟିଏ ଲମ୍ବା ବାଉଁଶ ସାହାଯ୍ୟରେ ଖଟକୁ ପଛ ଆଡୁ ଧକ୍କା ମାରି ବାହାରକୁ ଆସିଲା।

ମହିଳାଙ୍କୁ କୁଅରୁ ବାହାର କରିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। କୁହାଯାଉଛିକି ମହିଳା ଜଣକ କର୍କଟ ରୋଗରେ ପୀଡିତ ଅଛନ୍ତି, ଏହା ଛଡ଼ା ସେ ମାନସିକ ରୂପରେ ମଧ୍ୟ ଅସୁସ୍ଥ ଅଟନ୍ତି। କର୍କଟ ରୋଗରେ ପୀଡିତ ମହିଳା ସବୁବେଳେ ନିଜ ରୋଗକୁ ନେଇ ଚିନ୍ତିତ ରହୁଥିଲେ, ଯାହା ଫଳରେ ସେ ଏହିପରି ଆତ୍ମଘାତୀ ନିଷ୍ପତି ନେଲେ ଓ କୂଅକୁ ଡେଇଁପଡ଼ିଲେ। ମହିଳାଙ୍କୁ ସକୁଶଳ ଭାବରେ ବାହାରକୁ ବାହାର କରାଗଲା, ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ସେପଟେ ନିଜର ଜୀବନକୁ ବିପଦରେ ପକେଇ ମାନବତାର ଉଦାହରଣ ଦେଇ ବାହାଦୂରୀ ଦେଖାଇ କୂଅକୁ ଡେଇଁ ମହିଳାଙ୍କ ଜୀବନ ବଞ୍ଚାଇଥିବା ମଥୁରା ପ୍ରସାଦଙ୍କର ସମସ୍ତେ ପ୍ରଶଂସା କରୁଛନ୍ତି।

Leave A Reply

Your email address will not be published.