ଇଞ୍ଜିନିୟର ସ୍ୱାମୀଙ୍କ ଜିଦ କାରଣରୁ ସୁନ୍ଦର ସ୍ତ୍ରୀର ଚାଲିଗଲା ଜୀବନ, ଫୋନରେ କଥା ହେଉଥିବା ସମୟରେ ଗଲା ଜୀବନ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିବାହ ପାଇଁ ଆଜିକାଲି ଯୁବକଙ୍କୁ ଝିଅ ମିଳୁନାହିଁ। ମିଳୁଛି ଯଦି ପସନ୍ଦ ଆସୁନାହିଁ। ଗଢଣୀ ଭଲ ରହିଛି ତ ପାଠପଢ଼ା ନାହିଁ। ପାଠ ପଢ଼ିଛି ଯଦି ସୁନ୍ଦର ଦିଶୁନାହିଁ। ଯେଉଁ ଯୁବକକୁ ଏହି ଦୁଇଟି ଗୁଣ ଥିବା ଝିଅ ମିଳେ ତା’ ଭାଗ୍ୟ ଭଲ ବୋଲି କୁହାଯାଏ। କିନ୍ତୁ କିଛି ଲୋକଙ୍କୁ ଭଲ ପତ୍ନୀ ମିଳିବାପରେ ମଧ୍ୟ ସେମାନେ ତାଙ୍କର ଧ୍ୟାନ ଦେଇନଥାନ୍ତି। ତାଙ୍କ ମନରେ ଲୋଭର ଭୁତ ରହିଥିବାରୁ ସେମାନେ ତାଙ୍କର ଜୀବନ ନଷ୍ଟ କରିଦିଅନ୍ତି।

ଏବେ ରାଜସ୍ଥାନର ନାଗୌରରୁ ଏହି ଘଟଣାକୁ ହିଁ ଦେଖନ୍ତୁ। ଏଠାରେ ଏକ 21 ବର୍ଷୀୟ ବିବାହିତା ସୁଇସାଇଡ଼ କରି ନିଜ ଜୀବନ ହାରିଛନ୍ତି। ସେ ଗ୍ରାଜୁଏସନ କରିସାରିଥିଲେ ଓ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଥିଲେ। କିନ୍ତୁ ସ୍ୱାମୀ ଓ ଶଶୁର ଘଟ ଲୋକଙ୍କୁ ଆଉକିଛି ଜିନିଷର ଲୋଭ ଥିଲା। ଘଟଣା ଜାଣିବା ପୂର୍ବରୁ, ମକ୍ରାନାର ଚାନ୍ଦି ଗ୍ରାମରେ ରହୁଥିବା ରାମଲାଲ ସ୍ୱାମୀ 2018 ମସିହାରେ ନିଜର ଦୁଇଝିଅ ମୈନା (26) ଓ ଅଞ୍ଜୁ (21)ଙ୍କୁ ବିବାହ କରିଥିଲେ। ଦୁଇଝିଅ ଅଲବରର ନାରାୟଣପୁର ନିବାସୀ ଅଶୋକ କୁମାରଙ୍କ ଦୁଇପୁଅକୁ ବିବାହ କରିଥିଲେ।

ଯୌତୁକ ପ୍ରତାଡ଼ନା ଯୋଗୁଁ ଚିନ୍ତିତ ହୋଇ ଫାଶୀରେ ଝୁଲିଲା କନ୍ୟା:-

ମୈନାଙ୍କ ବିବାହ କମଲେଶଙ୍କ ସହିତ ହୋଇଥିବା ବେଳେ ଅଞ୍ଜୁଙ୍କ ବିବାହ ଦୀପକ ସହିତ ହୋଇଥିଲା। ଦୀପକ ସୌର ଉର୍ଜା କମ୍ପାନୀରେ ଇଞ୍ଜିନିୟର ଅଟେ। ସେହିପରି କମଲେଶ ଏକ କଂଷ୍ଟ୍ରକ୍ସନ କମ୍ପାନୀର ସୁପରଭାଇଜର ଅଟନ୍ତି। ଅଞ୍ଜୁ ଓ ମୈନା ଉଭୟ ଉଚ୍ଚ ଶିକ୍ଷିତା ଥିଲେ। ଦେଖିବାକୁ ମଧ୍ୟ ସୁନ୍ଦର ଥିଲେ କିନ୍ତୁ ଶଶୁର ଘର ଲୋକଙ୍କୁ ତାଙ୍କର ଏହି ଗୁଣ ପସନ୍ଦ ଆସିଲା ନାହିଁ ସେମାନେ ସର୍ବଦା ତାଙ୍କୁ ଯୌତୁକ ପାଇଁ ବାଧ୍ୟ କରିବାକୁ ଲାଗିଲେ।

ଅଞ୍ଜୁଙ୍କ ଘର ଲୋକଙ୍କ କହିବାହେଲା ଦୀପକ ଓ ତାଙ୍କ ମାତା-ପିତା ଆମ ଝିଅଙ୍କୁ ଯୌତୁକ ପାଇଁ ପ୍ରତାଡିତ କରୁଥିଲେ। କରୋନା ସମୟରେ ଦୁଇଝିଅ ଘରକୁ ଆସି ଯୌତୁକ କଥା କହିଥିଲେ। ଏହାପରେ ଅଞ୍ଜୁଙ୍କ ପିତା ଶଶୁର ଘର ଲୋକଙ୍କ ସହିତ କଥା ହୋଇଥିଲେ। ସେମାନେ ଯୌତୁକକୁ ନେଇ ଆଉ କୌଣସି ପ୍ରକାରର ଚାପ ପକାଇବେ ନାହିଁ ବୋଲି କହିଥିଲେ କିନ୍ତୁ ପରେ ତାଙ୍କୁ ମାଡ଼ ମାରିଥିଲେ।

ସ୍ୱାମୀ ସହିତ ଫୋନରେ ଯୁକ୍ତିତର୍କ ହେବାପରେ ଆତ୍ମହତ୍ୟା କରିଥିଲେ:-

ପରିଜନଙ୍କ ଅନୁସାରେ, ଦୀପକଙ୍କୁ ଯୌତୁକରେ ପଞ୍ଚଲକ୍ଷ ଟଙ୍କା ଓ ବ୍ରେଜା କାର ମିଳିଥିଲା। ସେ ଦ୍ଵିତୀୟ ବିବାହ କରିବ ବୋଲି ଅଞ୍ଜୁଙ୍କ ଧମକ ଦେଉଥିଲା। ଏହିକଥାର ଚିନ୍ତାରେ ପଡ଼ି ଅଞ୍ଜୁ ନିଜ ବାପଘରେ ଆସି ରହିଲେ। କିନ୍ତୁ ଦୀପକ ସେଠାରେ ମଧ୍ୟ ତାଙ୍କୁ ଫୋନ କରି ବିବ୍ରତ କରାଉଥିଲା।

ଅଞ୍ଜୁ ଓ ଦୀପକ ଙ୍କର ପାଖାପାଖି ଅଢେ଼ଇ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲା। ଏହାପରେ ଅଞ୍ଜୁ ରାଗରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ସମୟରେ ଦୀପକଙ୍କ କଲ ଅନ ଥିଲା। ଝିଅର ମୃତ୍ୟୁରେ ପିତାଙ୍କ ହୋସ ଉଡ଼ିଯାଇଥିଲା। ସେ ତୁରନ୍ତ ଏହାର ସୂଚନା ପୋଲିସକୁ ଦେଇଥିଲେ। ଅଞ୍ଜୁଙ୍କ ପିତା ପୋଲିସକୁ ବତାଇଲେ କି, ତାଙ୍କର ବଡ଼ ଝିଅ ମୈନା ମଧ୍ୟ ସେହି ଘରେ ବାହା ହୋଇଛି। ଏହି କାରଣରୁ ସେ ଏତେଦିନ ଧରି ଚୁପ ଥିଲେ ଓ ଯୌତୁକକୁ ନେଇ କୌଣସି ଅଭିଯୋଗ ଦର୍ଜ କରିନଥିଲେ। ତାଙ୍କୁ ଜଣାନଥିଲା କି, ଏତେ ବଡ଼ ପରିଣାମ ଘଟିଯିବ।

ମୃତକାଙ୍କ ପିତାଙ୍କ ଅଭିଯୋଗ ପରେ ଥାନା ଅଧିକାରୀ ପ୍ରମୋଦ ଶର୍ମା ଶଶୁର ଅଶୋକ, ଶାଶୁ ମୋହିନୀ, ଭଉଣୀ ଦୀପିକା, ଜ୍ବାଇଁ କମଲେଶ ଓ ପତି ଦୀପକ ବିରୁଦ୍ଧରେ ଯାଞ୍ଚ କରୁଛନ୍ତି। କୁହାଯାଉଛି ମୃତକାଙ୍କ ପିତା ଏକ କୃଷକ ଅଟନ୍ତି। ସେ ଝିଅର ବିବାହ ପୂର୍ବରୁ ହିଁ 15 ଲକ୍ଷ ଖର୍ଚ୍ଚ କରିସାରିଛନ୍ତି।

Leave A Reply

Your email address will not be published.