ବଡ ଖବର : ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ମାସକୁ ମିଳିବ ୧୦୦୦୦ ଟଙ୍କା !

0

Get real time updates directly on you device, subscribe now.

ବନ୍ଧୁଗଣ ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ। ତୋ ଏବେକା ଦୁନିଆରେ ସରକାରୀ ଚାକିରିଆ ମାନଙ୍କ ପାଇଁ କେତେ ଯେ ସୁବିଧା ସୁଯୋଗ ଉପଲବ୍ଧ ତାହା ମଧ୍ୟ ଆପଣ ମାନେ ଜାଣିଥିବେ ।

ସେମିତି ଏକ ସରକାରୀ ଚାକିରୀ ସମ୍ପର୍କିତ କିଛି ତଥ୍ୟ ନେଇ ଆମ ପାଖରେ ଉପଲବ୍ଧ ଅଛି ଚାଲନ୍ତୁ ଦେଖିବା ।ବିଇ ଓ ବି.ଟେକ୍‌ ଡିଗ୍ରୀଧାରୀଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍‌ ସୁଯୋଗ ଦେଉଛି AICTE। AICTEପକ୍ଷରୁ ଏଆଇସିଟିଇ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି ଇଣ୍ଟର୍ଣ୍ଣସିପ୍‌ ୨୦୨୨ ଘୋଷଣା କରାଯାଇଛି।ଏହି ଇଣ୍ଟର୍ଣ୍ଣସିପ୍‌ ପାଇଁ ଚୟନିତ ପ୍ରାର୍ଥୀଙ୍କୁ ଉତ୍ତର ପ୍ରଦେଶସ୍ଥିତ ବାରଣାସୀ ସ୍ମାର୍ଟ ସିଟି ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ।ଇଣ୍ଟର୍ଣ୍ଣସିପ୍‌ ପାଇଁ ଚୟନିତ ପ୍ରାର୍ଥୀଙ୍କୁ ଏଥିପାଇଁ ମାସିକ ୧୦,୦୦୦ ଟଙ୍କା ଷ୍ଟାଇପେଣ୍ଡ ଆକାରରେ ଦିଆଯିବ।

*ସଂସ୍ଥାର ନାମ:

ଅଲ ଇଣ୍ଡିଆ କାଉନ୍‌ସିଲ ଫର ଟେକ୍ନିକାଲ ଏଜୁକେସନ୍‌ (AICTE)

*ଇଣ୍ଟର୍ଣ୍ଣସିପ୍‌ ନାମ:

ଏଆଇସିଟିଇ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି ଇଣ୍ଟର୍ଣ୍ଣସିପ୍‌ ୨୦୨୨

*ପଦ ସଂଖ୍ୟା:-୫

*ଯୋଗ୍ୟତା:-

ବିଇ/ବିଟେକ୍‌/ ବିଇ,ବିଟେକ୍‌ ସ୍ନାତକ କମ୍ପ୍ୟୁଟର ସାଇନ୍ସ, ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି, ଇନ୍‌ଫର୍ମେସନ୍‌ ସାଇନ୍ସ ଓ ଇଞ୍ଜିନିୟରିଂ କୋର୍ସ କରିଥିବା ଆବଶ୍ୟକ।ଇଂରାଜୀ ଜ୍ଞାନ ଥିବା ଆବଶ୍ୟକ ।ଉନ୍ନତ କମ୍ୟୁନିକେସନ୍‌ ସ୍କିଲ୍‌ ଥିବା ଦରକାର ।

*ଇଣ୍ଟର୍ଣ୍ଣସିପ୍‌ ଅବଧି:-୧୦ ସପ୍ତାହ

*ଷ୍ଟାଇପେଣ୍ଡ୍‌:-

ମାସିକ ୧୦,୦୦୦ ଟଙ୍କା

ଏହି ଇଣ୍ଟର୍ଣ୍ଣସିପ୍‌ ଟୁଲିପ୍‌ ହ୍ୟାଣ୍ଡ୍‌ ବୁକ୍‌ ଓ ଟୁଲିପ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରଦାନ କରାଯିବ।

Leave A Reply

Your email address will not be published.