ଲାଇନମ୍ୟାନ୍ ସାଜିବେ ମିଶନ ଶକ୍ତି ମହିଳା,୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଋଣ ପ୍ରଦାନ ଲକ୍ଷ୍ୟ !

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ମୁଖ୍ୟମନ୍ତ୍ରୀଙ୍କର ମିଶନ ଶକ୍ତି ଉପରେ ଗୁରୁତ୍ୱ । ନାରୀଙ୍କୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି ରାଜ୍ୟ ସରକାର । ସଞ୍ଚୟ ଏବଂ ଋଣ ପ୍ରଦାନ ଦ୍ଵାରା ଓଡିଶାରେ ମହିଳାମାନଙ୍କର ସଶକ୍ତିକରଣ ଉପରେ ଏହି ସ୍ଵୟଂ ସହାୟକ ମିଶନ ବିଶ୍ଵାସ କରେ । ଶକ୍ତି ଏକ ଯୋଜନା ନୁହେଁ, ଏହା ଏକ ବିରାଟ ଅଭିଯାନ । ଏହା ଏବେ ମହାସମୁଦ୍ରରେ ପରିଣତ ହୋଇଛି । ୬୦ ଲକ୍ଷରୁ ମଧ୍ୟ ଅଧିକ ମହିଳା ଏହି ଅଭିଯାନରେ ସାମିଲ ହୋଇଛନ୍ତି । ମହିଳାଙ୍କ ବିକାଶର ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ବିକଶିତ ହେଲେ ମହିଳା ସଶକ୍ତିକରଣ ହୋଇପାରିବ ।

ଏପରି କହିଛନ୍ତି ମିଶନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ତେବେ ପଞ୍ଚାୟତିରାଜ ଜନ ପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବଙ୍କ ମନ୍ତ୍ର । ମହିଳା ସଶକ୍ତିକରଣ ବିନା ରାଜ୍ୟ ଆଗକୁ ବଢି ପାରିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ନେଇ ଆଗକୁ ବଢୁଛି ମିଶନ ଶକ୍ତି ବିଭାଗ । ମିଶନ ଶକ୍ତି ବିଭାଗ ପକ୍ଷରୁ ଆଗାମୀ ଦିନରେ ୩ଟି ପଦକ୍ଷେପ ନିଆଯାଉଛି । ଏସ-ଏଚ-ଜି ମହିଳାଙ୍କ ସାମଗ୍ରୀର ମାର୍କେଟିଂକୁ ଗୁରୁତ୍ୱ ଦିଆଯାଉଛି ।
ଆଉ ୫୦୦ଟି ମିଶନ ଶକ୍ତି ବଜାର ପ୍ରତିଷ୍ଠା ହେବ । ଏହା ୩ ବର୍ଷରେ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହା ସହ ଓଡ଼ିଶାର ମହିଳାଙ୍କ ଦ୍ୱାରା ତିଆରି ଉତ୍ପାଦ ବିଦେଶରେ ମଧ୍ୟ ଯେପରି ବିକ୍ରି ହେବ ଏ ନେଇ ବ୍ୟବସ୍ଥା କରାଯାଉଛି । ସୁସ୍ୱାଦୁ ଖାଦ୍ୟପେୟ ଲାଗି ବ୍ଲକ ସ୍ତରରେ ୫୦୦ ମିଶନ ଶକ୍ତି କାଫେ ତିଆରି ହେବ ବୋଲି କାର୍ତ୍ତିକେୟନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏସ-ଏଚ-ଜି ରୁ ଏସ-ଏମ୍-ଇ ରେ ପରିଣତ କରିବା ପାଇଁ ପ୍ରକ୍ରିୟା ଜାରିରହିଛି । ମିଶନ ଶକ୍ତି ମହିଳାଙ୍କୁ ଆସନ୍ତା ୫ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣ ପ୍ରଦାନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଏଥିରେ ନିର୍ବାଚିତ ପ୍ରତିନିଧିଙ୍କର ବଡ଼ ଭୂମିକା ରହିଛି । ୫୦ ପ୍ରତିଶତ ମହିଳା ନିର୍ବାଚିତ ହୋଇଛନ୍ତି । ସେଥିରୁ ଅଧିକାଂଶ ମିଶନ ଶକ୍ତି ଗୋଷ୍ଠୀର ମହିଳା ରହିଛନ୍ତି । ପୂର୍ବରୁ ବ୍ଲକ ଓ ଜିଲ୍ଲାସ୍ତରରେ ମହିଳା ଫେଡେରେସନ ଥିଲା । ଆଗାମୀ ଦିନରେ ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେସନ । ଆସନ୍ତା ୧୨ମାସ ମଧ୍ୟରେ ଏହି ଫେଡେରେସନ ଗଠନ ହେବ । ଏହା ଜରିଆରେ ନିଷ୍ପତ୍ତି ଗ୍ରହଣ କରିବାରେ ମହିଳାଙ୍କ ଭାଗିଦାରୀ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.