ରେଳବାଇ ବିଭାଗ ତରଫରୁ ନୂଆ ସୂଚନା : ଟ୍ରେନରେ ଦରକାର ଠାରୁ ଅଧିକ ଜିନିଷ ନେଲେ ଏବେ ଲାଗିବ ଏକ୍ସଟ୍ରା ଫାଇନ |

0

Get real time updates directly on you device, subscribe now.

ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ହେଉ କିମ୍ବା ଦୂର ସ୍ଥାନକୁ ଯିବାପାଇଁ ହେଲେ ଅଧିକାଂଶ ଲୋକେ ଟ୍ରେନରେ ଯିବାକୁ ପସନ୍ଦ କରନ୍ତି । ଅନେକ ସମୟରେ ଦୂର ସ୍ଥାନକୁ ଯାତ୍ରା କରିବାକୁ ଫ୍ଲାଇଟ ତୁଳନାରେ ଟ୍ରେନରେ ଯିବାକୁ ପସନ୍ଦ କରିଥାନ୍ତି । କାରଣ ଟ୍ରେନରେ ଫ୍ଲାଇଟ୍ ତୁଳନାରେ କମ୍ ଟଙ୍କା ଖର୍ଚ୍ଚ ହେବା ସହିତ ଅଧିକ ସାମାନ ମଧ୍ୟ ନେଇହୁଏ ।

ଆଉ ଏହି ଅଧିକ ସାମାନ ନେବା ଅନେକ ସମୟରେ ଅନ୍ୟ ଯାତ୍ରୀଙ୍କୁ ଅସୁବିଧାରେ ପକାଇପାରେ । ତେଣୁ କରି ରେଳ ମନ୍ତ୍ରାଳୟ ଟ୍ରେନ ରେ ଯାତ୍ରା କରିବା ପାଇଁ କିଛି ନିୟମ ବନେଇଛି ଯାହାର ପାଳନ ଯାତ୍ରୀଙ୍କୁ କରିବାକୁ ପଡ଼ିବ । ଦେଲେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଯିବ । ଆଉ ଏହାକୁ ହିଁ ଦୃଷ୍ଟିରେ ରଖି ରେଲୱେ ନିକଟରେ ଏକ ଚେତାବନୀ ଜାରି କରି କହିଛି ଯେ, ଯାତ୍ରୀ ଅଧିକ ସାମାନ ହେଲେ ପାର୍ସଲ କାର୍ଯ୍ୟାଳୟରୁ ଲଗେଜ୍ ବୁକ୍ କରିବାକୁ ହେବ । ତେବେ ରେଳ ମନ୍ତ୍ରାଳୟ ଏକ ଟ୍ୱିଟ୍ କରି ଲୋକଙ୍କୁ ଯାତ୍ରା ସମୟରେ କେବଳ ଆବଶ୍ୟକତା ଅନୂଯାୟୀ ସାମଗ୍ରୀ ନେବାକୁ ପରାମର୍ଶ ଦେଇଛି ।

ଟ୍ରେନରେ ବି ଏକ ସୀମିତ ସଂଖ୍ୟାରେ ଲଗେଜ ନେବା ପାଇଁ ରହିଛି କିନ୍ତୁ ତଥାପି ଲୋକେ ଅଧିକ ଜିନିଷ ଧରି ଟ୍ରେନରେ ଯାତ୍ରା କରନ୍ତି ଫଳରେ ଅନ୍ୟ ଯାତ୍ରୀଙ୍କୁ ଅସୁବିଧା ହୋଇଥାଏ । ତେଣୁ ରେଲୱେ ନିୟମ ଅନୂଯାୟୀ ଯାତ୍ରୀ ୪୦ ରୁ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ସାମାନ ନେଇପାରିବେ । ଯଦି କେହି ଏହାଠାରୁ ଅଧିକ ସାମାନ ସହ ଯାତ୍ରା କରୁଛନ୍ତି ତେବେ ତାଙ୍କୁ ଅଧିକ ଭଡ଼ା ଦେବାକୁ ପଡ଼ିବ । ନିୟମ ଅନୂଯାୟୀ ଯାତ୍ରୀ ସ୍ଲିପର କ୍ଲାସରେ ନିଜ ସହ ୪୦ କେଜି ପର୍ଯ୍ୟନ୍ତ ସାମାନ ରଖିପାରିବେ ।

ଟୁ ଟିୟର ଏସିରେ ୫୦ କିଲୋ ଏବଂ ଫାର୍ଷ୍ଟ କ୍ଲାସ ଏସିରେ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ସାମାନ ନିଜ ସାଥିରେ ରଖିପାରିବେ । ସୂଚନାଯୋଗ୍ୟ, ଧାର୍ଯ୍ୟ ସୀମାରୁ ଅଧିକ ସାମାନ ହେଲେ ଏଣିକି ରେଲୱେ ଅତିରିକ୍ତ ଶୁଳ୍କ ଆଦାୟ କରିପାରେ । ଏହା ସହ ଟ୍ରେନରେ ନିଷେଧ ସାମଗ୍ରୀ ନେବା ଉପରେ ମଧ୍ୟ କଟକଣା ଲଗାଯାଇଛି, ଏମିତି କଲେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଏମିତିରେ ରେଲୱେ ଯାତ୍ରୀଙ୍କ ପାଇଁ ପାର୍ସଲ ସୁବିଧା ଉପଲବ୍ଧ ରହିଛି । ଏହା ଅନୂଯାୟୀ ଯାତ୍ରୀ ସାମାନର ଭଡ଼ା ଦେଇ ପାର୍ସଲ ବୁକ୍ କରିପାରିବେ ଏବଂ ଆରାମରେ ବିନା କୌଣସି ଚିନ୍ତାରେ ଯାତ୍ରାର ମଜା ଉଠାଇପାରିବେ ।

Leave A Reply

Your email address will not be published.