ଫଟୋଗ୍ରାଫରକୁ ନେଇ ବର ଆସିଲାନି ବୋଲି ବାହା ହେବାକୁ ସିଧା ସିଧା ମନା କରିଦେଲା କନ୍ୟା……..

0

Get real time updates directly on you device, subscribe now.

ଦୁନିଆରେ ଆଜିକାଲି ଅନେକ ପ୍ରକାରର ଘଟଣାମାନ ସବୁ ଘଟୁଛି ଆଉ ସେହି ସବୁ ପ୍ରାୟତଃ ସୋସିଆଲ୍ ମିଡିଆରେ ବି ଭାଇରାଲ୍ ହେଉଛି। ସେହିସବୁ ଖବର ମଧ୍ୟରୁ କିଛି ଭିଡିଓ ଏପରି ଥାଏ କି ଯାହାକି ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଏ, ସେହି ଖବରର ପଛର କାରଣ ଶୁଣିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଇଥାଆନ୍ତି। ଏବେ ମଧ୍ୟ ସୋସିଆଲ ମିଡ଼ିଆରେ ସେହିଭଳି ଏକ ଖବର ଦେଖିବାକୁ ମିଳୁଛି, କାହାର ଫୋଟୋ ଉଠେଇବା କିମ୍ବା ନିଜ ଫଟୋ ଉଠେଇବାକୁ ନେଇ ଅନେକଙ୍କ ଠାରେ ଏକ ପ୍ରକାର କ୍ରେଜ ରହିଥାଏ । ବିବାହ ସମୟରେ ତ ଜଣେ ଦକ୍ଷ ଫଟୋ ଗ୍ରାଫର ଧରାବନ୍ଧା ହୋଇ ରହିଥାଏ । ଆଉ ଆଜିକାଲି ତ ଏମିତି ସମୟଯେ ଛୋଟ ଛୋଟ କଥାରେ ଲୋକଙ୍କ ବିବାହ ଭାଙ୍ଗିବାରେ ଲାଗିଛି । ବର ସାଥିରେ ଜଣେ ଫଟୋଗ୍ରାଫରଙ୍କୁ ଆଣିନଥିଲା ବୋଲି କନ୍ୟା ବାହା ହେବାକୁ ମନା କରିବା ଭଳି ଅତି ଛୋଟ ଧରଣର ଘଟଣା ବି ଘଟିଚାଲିଛି।

ଏମିତି ହିଁ ଏକ ସମାନ ଧରଣର ଘଟଣା ଘଟିଛି ଉତ୍ତରପ୍ରଦେଶର ମଙ୍ଗଳପୁରରେ।ଏଠି ଯେବେ ବର ପକ୍ଷର ଲୋକେ ସାଥିରେ ଫଟୋଗ୍ରାଫରଙ୍କୁ ନେଇ ପହଂଚି ନଥିଲେ ସେସମୟରେ କନ୍ୟା ଜଣଙ୍କୁ ରାଗ ଆସିଯାଇଥିଲା।ଆଉ ଏହା ପରେ ସେ ବିବାହ କରିବାକୁ ମନା କରିଦେଇଥିଲେ ।ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ମଙ୍ଗଳପୁର ଗାଁରେ ଶନିବାର ରାତିରେ ନାଚ ଗୀତ କରି ବରଯାତ୍ରୀ ଦଳ ଆସି ପହଞ୍ଚିଥିଲେ। ଏହା ପରେ ବର ଜଣଙ୍କୁ ସ୍ୱାଗତ କରାଯିବା ସହିତ ପ୍ରତ୍ୟକଟି ନୀତିନିୟମକୁ ପାଳନ କରାଯାଇଥିଲା।ଯେଉଁ ସମୟରେ ଜୟମାଲ ପ୍ରଥା ଆରମ୍ଭ ହୋଇଥିଲା କନ୍ୟା ଜଣଙ୍କ ଆସି ପହଂଚିଥିଲେ। ସେତେବେଳେ ଦେଖିବାକୁ ପାଇଥିଲେକି କୌଣସି ଫଟୋଗ୍ରାଫର ଆସିନାହାନ୍ତି ।

ଏପରି ଏକ ଅବସ୍ଥା ଦେଖି କନ୍ୟା ଜଣଙ୍କୁ ରାଗ ଲାଗିଥିଲା।ଆଉ ସେ ବିବାହ କରିବାକୁ ସଫା ସଫା ମନା କରିଦେଇଥିଲେ। କାନପୁର ଜିଲ୍ଲା ମଙ୍ଗଳପୁର ଗାଁରେ ଶନିବାର ନାଚଗୀତ କରି ପହଂଚିଥିଲେ । କିନ୍ତୁ ତା ପରେ ଯାହା ଘଟିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପ୍ରଥମେ ପ୍ରଥମେ କନ୍ୟା ଜଣଙ୍କୁ ଘର ଲୋକେ ବୁଝେଇବାକୁ ଚେଷ୍ଟା କରିଥିଲେବି କନ୍ୟା ଆଦୌ ବୁଝିନଥିଲେ । ଏମିତିକି ପଂଚାୟତ ବି ବସିଥିଲା । କିନ୍ତୁ କିଛି ବି ଲାଭ ହୋଇନଥିଲା । କନ୍ୟା ଜଣଙ୍କ ସିଧା ସିଧା ବିବାହ କରିବାକୁ ମନା ହିଁ କରିଦେଇଥିଲେ,ଫଳରେ ବର ଜଣଙ୍କୁ ଶିଶୁପାଳ ହୋଇ ଫେରିବାକୁ ପଡିଲା।

Leave A Reply

Your email address will not be published.