ପତି ପତ୍ନୀଙ୍କ ଝଗଡ଼ା ଯୋଗୁଁ ଚାଲିଗଲା 6 ଛୁଆଙ୍କର ଜୀବନ,ଜଣ ଜଣକରି ସମସ୍ତଙ୍କୁ କୂଅକୁ ଫିଙ୍ଗିଦେଲା ମା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କୁହାଯାଏ ଗୋଟିଏ ମାଆଙ୍କ ପାଇଁ ତାଙ୍କର ପିଲା ସବୁଠାରୁ ପ୍ରିୟ ହୋଇଥାଏ। ତାଙ୍କର ଭଲ ପାଇଁ ମାଆ କୌଣସି ସ୍ଥିତିକୁ ମଧ୍ୟ ଯାଇପାରେ। ଆଜି ଆମେ ଆପଣଙ୍କୁ ଏକ ଏମିତି ମାଆଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର 6 ଜଣ ଛୁଆଙ୍କୁ କୂଅରେ ଫିଙ୍ଗି ଦେଇଛନ୍ତି। ଏହାସହ ସେ ନିଜେ ମଧ୍ୟ କୂଅ ଭିତରକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ। ଏହାପରେ ଯାହାହେଲା ସମ୍ପୂର୍ଣ୍ଣ ଗାଁ ଲୋକ ଆଶ୍ଚର୍ଯ୍ୟ ହୋଇ ରହିଗଲେ।

କୂଅରୁ ମଧ୍ୟ ମିଳିଲା ଛଅଜଣଙ୍କ ଶବ:-

ଏହି ସମ୍ପୂର୍ଣ୍ଣ ଘଟଣା ମହାରାଷ୍ଟ୍ରର ରାୟଗଡ଼ର ଢଲକାଠି ଅଞ୍ଚଳର ଅଟେ। ଏଠାରେ ରୁନା ସାହାନୀ ନିଜର ପତି ଓ ଛଅଜଣ ପିଲାଙ୍କ ସହିତ ରହୁଥିଲେ। ତାଙ୍କର ସମ୍ପୂର୍ଣ୍ଣ ପରିବାର ଉତ୍ତର ପ୍ରଦେଶରେ ରୁହନ୍ତି। ପାରିବାରିକ ସମସ୍ୟା କାରଣରୁ ସେମାନେ ମହାଡ଼ ଶିଫ୍ଟ ହୋଇଗଲେ। ରୁନାଙ୍କ ଛୋଟ ପିଲା ସନ୍ଧ୍ୟା ସମୟରେ ଖେଳିବାକୁ ଯାଇଥିଲେ। କିନ୍ତୁ ଏହାପରେ ସେ ଆଉ ଫେରିନଥିଲେ। ଯେତେବେଳେ ଲୋକେ ଖୋଜିଥିଲେ ସେତେବେଳେ କୂଅ ଭିତରୁ ସେମାନଙ୍କ ଲାଶ ମିଳିଥିଲା।

ଜଲଦି ପୋଲିସ ଘଟଣା ସ୍ଥଳକୁ ଆସିଥିଲା। ଯେତେବେଳେ ପୋଲିସ ପଚାରିଲା ସେତେବେଳେ ଜଣାପଡ଼ିଲା କି, ମାଆ ହିଁ 6 ଜଣ ଛୋଟ ଛୁଆଙ୍କୁ କୂଅରେ ଫିଙ୍ଗିଥିଲେ। ପିଲାଙ୍କୁ ଫିଙ୍ଗିବାପରେ ସେ ନିଜେ ହିଁ ଡେଇଁ ଜୀବନ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।କିନ୍ତୁ ଛୋଟ ପିଲା ମରି ଯାଇଥିଲେ ଓ ସେମାନେ ମାଆଙ୍କ କ୍ରୋଧର ଶିକାର ହୋଇଥିଲେ।

ପତିଙ୍କ ସହିତ ଲଢେ଼ଇ କରିବାପରେ ମାଆ ଏପରି କାଣ୍ଡ ଘଟାଇଥିଲେ:-

ପଡ଼ୋଶୀଙ୍କ କହିବାନୁସାରେ, ପତି ଓ ପତ୍ନୀ ପ୍ରତ୍ୟେକ ଦିନ ଲଢେ଼ଇ ଝଗଡ଼ା କରୁଥିଲେ। ଏହି ଝଗଡ଼ାରେ କ୍ରୋଧିତ ହୋଇ ମାଆ ନିଜର ସମସ୍ତ ଛୁଆଙ୍କୁ କୂଅ ଭିତରକୁ ଫିଙ୍ଗି ଦେଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ବିଧାୟକ ଭରତ ଗୋଗାବଲେ ଘଟଣା ସ୍ଥଳ ଅନୁସନ୍ଧାନ କରିଥିଲେ। ସେମାନେ ସମସ୍ତ ସୂଚନା ଗ୍ରହଣ କରି କାର୍ଯ୍ୟବାହୀ ଆରମ୍ଭ କରିଥିଲେ।

ଏହି ଘଟଣା ଘଟିବାପରେ ସାରା ଗ୍ରାମରେ ମାତମ ଖେଳିଗଲା ଓ କେହି ଭାବିନଥିଲେ କି, ଏମିତି ଜଣେ ମାଆ କରିପାରେ। ବହୁତ ସାରା ଲୋକଙ୍କୁ ମାଆଙ୍କ ଉପରେ କ୍ରୋଧ ମଧ୍ୟ ଆସିଥିଲା। ଲୋକମାନଙ୍କ କହିବା ହେଲା ଯଦି ଝଗଡ଼ା ପରେ ସେ ନିଜ ଜୀବନ ଉଜାଡ଼ିବାକୁ ଚାହୁଁଥିଲା ତ କରିପାରିଥାନ୍ତା କିନ୍ତୁ ପିଲାଙ୍କ ଜୀବନ କାହିଁକି ନେଲା? ଛୋଟ ପିଲାଙ୍କୁ ଜିଇଁବାର ଅଧିକାର ଥିଲା।

ବର୍ତ୍ତମାନ ପିଲାମାନଙ୍କ ପିତାଙ୍କ ମନ କାନ୍ଦି କାନ୍ଦି ଭାଙ୍ଗି ପଡ଼ିଛି, ସେ ଭାବୁଛନ୍ତି ସେ ଯଦି ଏତେ ଝଗଡ଼ା କରିନଥାନ୍ତେ ତାହେଲେ ପିଲାମାନଙ୍କ ସହିତ ଏମିତି ହୋଇନଥାନ୍ତା।

Leave A Reply

Your email address will not be published.