ବାପା ଜଣେ କୃଷକ କିନ୍ତୁ ସଂଘର୍ଷ ବଳରେ କେଦାରନାଥ UPSC ପରୀକ୍ଷାରେ କଲେ କମାଲ,ଜାଣନ୍ତୁ କେମିତି ଥିଲା ତାଙ୍କ ସଙ୍ଘର୍ଷ ଭରା କାହାଣୀ !

0

Get real time updates directly on you device, subscribe now.

ସଂକଳ୍ପ ପ୍ରବଳ ଓ ଇଛାଶକ୍ତି ଦୃଢ଼ ରହିଲେ କୌଣସି କଠିନତା ବାଧା ସାଜି ପାରେନାହିଁ। ଗୋରଖପୁରର ଜଣେ କୃଷକଙ୍କ ପୁଅ ଏହା କରି ଦେଖାଇଛନ୍ତି। ବିପରୀତ ପରିସ୍ଥିତିରେ ରହି ସେ ଘର ଖର୍ଚ୍ଚ ପାଇଁ ଆକାଉଣ୍ଟାଟ ଚାକିରୀ କରିଥିଲେ ଓ ଏହି ସମୟରେ ଦେଶର ସବୁଠାରୁ ବଡ଼ ପରୀକ୍ଷାରେ ସଫଳତା ହାସଲ କରିପାରିଲେ।

ଆକାଉଣ୍ଟାଟ ହେଲେ ଅଧିକାରୀ:-

ଗୋରଖପୁରର କେଦାରନାଥ ଶୁକ୍ଳା ଯିଏକି ଆକାଉଣ୍ଟାଟ ଚାକିରୀ କରି ଆଜି ୟୁପିଏସସି ପରୀକ୍ଷାରେ 465ତମ ରାଙ୍କ ହାସଲ କରି ନିଜର ଗ୍ରାମ ଗୋରଖପୁରର ନାମ ରୋଶନ କରିଦେଇଛନ୍ତି। କେଦାରନାଥ ଶୁକ୍ଳା ନବୋଦୟ ବିଦ୍ୟାଳୟ ପିପିଗଞ୍ଜରେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ ଓ ଏହାପରେ ଆକାଉଣ୍ଟାଟ ଭାବରେ ସରକାରୀ ଚାକିରୀ ପାଇଥିଲେ। ତାଙ୍କର ମନ ଆଇଏଏସ ହୋଇ ଲୋକସେବା କରିବାର ଥିଲା।

ଏଥିପାଇଁ ସେ ଆକାଉଣ୍ଟାଟ ରହି ସିଭିଲ ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇଥିଲେ। କେଦାରନାଥ ଜଏଣ୍ଟ ମାଜିଷ୍ଟ୍ରେଟ କୁଲଦୀପ ମୀନାଙ୍କ ଠାରୁ ୟୁପିଏସସି ପ୍ରସ୍ତୁତି ପାଇଁ ଛୁଟିର ଗୁହାରି କରିଥିଲେ।

କୂଲଦୀପ ମୀନା ମଧ୍ୟ ତାଙ୍କର ଏହି ଇଛାଶକ୍ତିକୁ ନଜର ରଖି ତାଙ୍କୁ ଏକବର୍ଷ ପର୍ଯ୍ୟନ୍ତ ଛୁଟି ଦେଇଥିଲେ। ଆଜି ଏହି କୃଷକଙ୍କ ପୁଅ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି। ତାଙ୍କର ସଫଳତାରେ ପରିବାର ନୁହେଁ ବରଂ ସାରା ଗାଁରେ ଖୁସି ଖେଳିଯାଇଛି।

କେଦାରନାଥ ଶୁକ୍ଳା ପିତା ଓଁକାରନାଥ ଶୁକ୍ଳା ମାତା କାଳିନ୍ଦୀ ଦେବୀଙ୍କ 9 ଜଣ ପିଲାଙ୍କ ମଧ୍ୟରୁ ସବୁଠାରୁ ସାନ ଅଟନ୍ତି। କେଦାରନାଥ ନିଜ ସଫଳତାର ଶ୍ରେୟ ମାତା,ପିତା, ଭାଇଙ୍କ ବ୍ୟତୀତ ଏସଡ଼ିଏମ ସଦର କୂଲଦୀପ ମୀନା ଜଏଣ୍ଟ ମାଜିଷ୍ଟ୍ରେଟ ସୁମିତ ମହାଜନଙ୍କୁ ଦେଇଥିଲେ। କେଦାରନାଥ କହିଥିଲେ, ଯଦି ଏସଡ଼ିଏମ ସାର ମୋତେ ପଢ଼ିବା ପାଇଁ ଛୁଟି ଦେଇନଥାନ୍ତେ ତାହେଲେ ମୁଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିନଥାନ୍ତି।

ଏକ ସାଧାରଣ ପରିବାରରୁ ଆସି ଚାକିରୀ ସହିତ ୟୁପିଏସସି ପରୀକ୍ଷା କ୍ରାକ କରି ସେ ଏହା ଦର୍ଶାଇଛନ୍ତି ଯେ, ଆପଣ ସାଧାରଣ ପରିବାରରୁ ହୁଅନ୍ତୁ କି ସମୃଦ୍ଧ ପରିବାରରୁ ଯଦି ଆପଣଙ୍କ ଲକ୍ଷ୍ୟ ପ୍ରତି ଆପଣ ସଂକଳ୍ପ ବଦ୍ଧ ତାହେଲେ କିଛିବି ହାସଲ କରିପାରିବେ।

Leave A Reply

Your email address will not be published.