ହେ ପ୍ରଭୁ ଘୋର କଳିଯୁଗ ! ତିନିଦିନ ଧରି ହସ୍ପିଟାଲରେ ପଡ଼ିଛି ମାଆର ଶବ, ପୁଅ କହୁଛି ମୋ ପାଖରେ ସମୟ ନାହିଁ …….

0

Get real time updates directly on you device, subscribe now.

ଯେଉଁ ପୁଅ ପାଖରେ ମାଆ କ୍ଷୀରର ଏକ ଋଣ ରହିଛି ଯଦି ସେଇ ପୁଅ ପାଖରେ ନିଜ ମାଆର ଅନ୍ତିମ ସଂସ୍କାର ବେଳରେ ସମୟ ନଥାଏ ତାହେଲେ ଏହାକୁ ଘୋର କଳିଯୁଗ କୁହା ଯିବନାହିଁ ତ ଆଉ କଣ କୁହାଯିବ? ଏମିତି ଏକ ଘଟଣା ଘଟି ଯାଇଛି ମଧ୍ୟ ପ୍ରଦେଶର ଖଣ୍ଡବା ଅଞ୍ଚଳରେ ଏଠାରେ ଏକ ମାଆର ମୃତ ଶରୀର ତିନିଦିନ ହେବ ହସ୍ପିଟାଲରେ ପଡ଼ି ରହିଥିଲା ଓ ପୁଅ ମୁଖାଗ୍ନି ଦେବା ତ ଦୂରର କଥା, ମାଆଙ୍କୁ ହସ୍ପିଟାଲରୁ ନେବାପାଇଁ ଆସୁନାହିଁ। ପୋଲିସ ଚାରିଦିନ ଧରି ଲଗାତାର ପରିଜନଙ୍କୁ ଫୋନ କରିବାରେ ବ୍ୟସ୍ତ ରହିଛି।

ପୁଅ ପାଖରେ ସମୟ ନାହିଁ:-

ପୁଅ ସମୟ ଅଭାବ କହି ଅନ୍ତିମ ସଂସ୍କାର କରି ପାରିବନାହିଁ ବୋଲି କହିଥିଲା। ପରିବାରର ଅନ୍ୟ ଲୋକେ ମଧ୍ୟ ତାଙ୍କର ଅନ୍ତିମ ସଂସ୍କାର ପାଇଁ ସମୟ ବାହାର କରି ପାରିନଥିଲେ। ଏହି ଯନ୍ତ୍ରଣାଦାୟକ ଘଟଣା ୟବତମାଳ ଜିଲ୍ଲା ବଣି ଗ୍ରାମରେ ରହୁଥିବା 55 ବର୍ଷୀୟ ପୁଷ୍ପାଙ୍କର ଅଟେ।

ଜିଲ୍ଲା ହସ୍ପିଟାଲ ଅନୁସାରେ ମେ 25 ତାରିଖରେ ପୁଷ୍ପା ନିଜର ଝିଅ ନିକିତା (27), ଭଣଜା ଅଭିଷେକ (27) ଓ ଭାଣିଜୀ ପିଙ୍କିଙ୍କ(29) ସହିତ କାରରେ ବସି ବୈତୁଲ ଓଁକାରେଶ୍ବର ଆଡ଼କୁ ଯାଉଥିଲେ। କାରଟି ଭଣଜା ଅଭିଷେକ ଚଳାଉଥିଲେ। ଦେଶଲି ଗ୍ରାମ ପାଖରେ କାର ର ଷ୍ଟିୟାରିଂ ଖରାପ ହୋଇଗଲା। ଏହି ଦୁର୍ଘଟଣାରେ ପୁଷ୍ପା, ନିକିତା ଓ ପିଙ୍କିକୁ ଗମ୍ଭୀର ଆଘାତ ଲାଗିଲା। ଅଭିଷେକ ସୁରକ୍ଷିତ ଥିଲା।

ଅଭିଷେକ ଲୋକଙ୍କ ସହାୟତାରେ ଖଣ୍ଡବା ହସ୍ପିଟାଲରେ ୩ଜଣଙ୍କୁ ପହଞ୍ଚାଇଲେ କିନ୍ତୁ ଡ଼କ୍ଟର ପୁଷ୍ପାଙ୍କୁ ମୃତ ଘୋଷିତ କରିଦେଲେ। ନିକିତା ଓ ପିଙ୍କିଙ୍କ ଅବସ୍ଥା ଦେଖି ତାଙ୍କୁ ନାଗପୁର ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ବିନା ପୋଷ୍ଟମର୍ଟମ କରି ଅଭିଷେକ ପୁଷ୍ପାର ଶବକୁ ସେହିଠାରେ ଛାଡ଼ି ଦେଇ ଆସିଲା।

ତିନିଦିନ ହେବ ମୋଘଟ ଥାନା ଟିଆଇ ଈଶ୍ୱର ସିଂହ ଚୌହାନ ପୁଷ୍ପାର ଶଶୁର ଘର ଠାରୁ ଆରମ୍ଭ କରି ପୁଅ ସନ୍ନି, ଭାଇ ରାକେଶ ସିଂହଙ୍କୁ ଫୋନ କରୁଛନ୍ତି। ପୁଷ୍ପାଙ୍କ ସ୍ୱାମୀ ପ୍ରଥମରୁ ମୃତ୍ୟୁବରଣ କରିସାରିଥିଲେ। ପରିବାରରେ ପୁଅ ସନ୍ନି, ଝିଅ ନିକିତା ଅଛନ୍ତି ଓ ସେମାନଙ୍କର ସବୁ ବିବାହ ହୋଇସାରିଛି।

ପୁଷ୍ପା ନିଜ ଝିଅ ମାନଙ୍କ ସହିତ ରହୁଥିଲା। ସନ୍ନି ବଣିରେ ରହୁଥିଲା ଓ ସେ ଟ୍ରାଭେଲର୍ସ କମ୍ପାନୀରେ ଜଣେ ଏଜେଣ୍ଟ ରହିଛନ୍ତି। ମୋଘଟ ପୋଲିସ ଅନୁସାରେ ଯେତେବେଳେ ସେ ପୁଅକୁ ଫୋନ କରି ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ଖଣ୍ଡବା ଡ଼କାଇଥିଲେ ସେତେବେଳେ ସେ କହିଥିଲେ ମୁଁ ଯାଇ ପାରିବିନାହିଁ। ମୋ ପାଖରେ ସମୟ ହିଁ ନାହିଁ।

ପୁଷ୍ପାଙ୍କ ଶଶୁର ଇନ୍ଦ୍ରଜିତଙ୍କୁ ସମ୍ପର୍କ କରିବାପରେ ସେ କହିଲେ ତାଙ୍କର ବୟସ ହୋଇଗାଲାଣି। ଭାଇ ରାକେଶ ଆସିବେ ବୋଲି ହଁ କହିଥିଲେ ଓ ସେ ମଧ୍ୟ ବିଳମ୍ବରେ ଆସିବେ ବୋଲି କହିଥିଲେ। ମହିଳାଙ୍କ ଭାଇଙ୍କର କଥା ଶୁଣି ପୋଲିସକୁ ବର୍ତ୍ତମାନ ଟିକେ ଆଶ୍ୱାସନା ମିଳିଛି ଓ ତାଙ୍କ ଭାଇ ଦିନେ ଦୁଇଦିନ ଭିତରେ ପହଞ୍ଚିଯିବେ ବୋଲି ଖବର ମିଳିଛି।

Leave A Reply

Your email address will not be published.