ଆଇପିଏଲ 2022 ଫାଇନାଲ: ଆଇପିଏଲ ଇତିହାସରେ ଯେଉଁ ରେକର୍ଡକୁ କେହି ବି କରି ପାରିନଥିଲେ ତାକୁ କରି ଦେଖାଇଲେ ଆଶିଷ ନେହେରା, ଜାଣନ୍ତୁ ଏହି ବଡ ରେକର୍ଡ ବିଷୟରେ ……….

0

Get real time updates directly on you device, subscribe now.

ଇଣ୍ଡିଆନ ପ୍ରିମିୟାର ଲିଗ 2022 ରେ ଗୁଜୁରାଟ ଟାଇଟାନ୍ସ ନୂଆ ଟିମ ରୂପରେ ପ୍ରବେଶ କରିଥିଲା। ନିଜର ପ୍ରଥମ ସିଜିନରେ ଏମିତି ପ୍ରଦର୍ଶନ କଲା ଯେ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ଓ ଟ୍ରଫି ନିଜ ନାମରେ କରିଦେଲା। ଟିମର ଅଧିନାୟକ ପଦ ହାର୍ଦିକ ପାଣ୍ଡ୍ୟା ଓ କୋଚିଂ ଭୂମିକା ଆଶିଷ ନେହେରା ସମ୍ଭାଳୁଥିଲେ।

ସବୁଠାରୁ ରୋମାଞ୍ଚକର କାହାଣୀ ଏହାକି ଯେ, ନେହେରା ଟ୍ରଫି ଜିତି ଇତିହାସ ରଚିଲେ। ଆଇପିଏଲରେ ଯେଉଁ କାମ କୌଣସି ଭାରତୀୟ କରିନାହାଁନ୍ତି ତାକୁ ନେହେରା କରିଦେଇଛନ୍ତି। ନେହେରା ଆଇପିଏଲ ଜିତିବାରେ ପ୍ରଥମ ଭାରତୀୟ କୋଚ୍ ହୋଇଗଲେ।

ଏହାପୂର୍ବରୁ ଅନୀଲ କୁମ୍ବଲେ ଦୁଇଥର ମେଣ୍ଟର ରହି ଆଇପିଏଲ ଟ୍ରଫି ଜିତିଛନ୍ତି। ସେସମୟର ସେ ଟିମର କୋଚ୍ ନଥିଲେ। ଅନୀଲ କୁମ୍ବଲେ 2013 ଓ 2015 ମସିହାରେ ମୁମ୍ବଇ ଇଣ୍ଡିଆନ୍ସର ମେଣ୍ଟର ଥିଲେ। ସେତେବେଳେ ମୁମ୍ବଇ ଟ୍ରଫି ଜିତିଥିଲା।

ହାର୍ଦିକ ଏହି ଉପଲବ୍ଧି ବିଷୟରେ କହିଲେ, ନେହେରାଙ୍କୁ ବିଶ୍ୱାସ ହେଲାନାହିଁ:-

ଏହିକଥା ମ୍ୟାଚ ଜିତିବାପରେ ହାର୍ଦିକ ପାଣ୍ଡ୍ୟା କହିଥିଲେ, ଏହିକଥା ଉପରେ ନେହେରାଙ୍କୁ ବିଶ୍ବାସ ହୋଇନଥିଲା। ନେହେରାଙ୍କୁ ମଧ୍ୟ ଜଣାନଥିଲା ଯେ, ସେ ଏତେ ବଡ଼ କାରନାମା କରି ଦେଇଛନ୍ତି। ମ୍ୟାଚ ପରେ ନେହେରାଙ୍କ ସହିତ କଥା ହେଉଥିବା ସମୟରେ ହାର୍ଦିକ ତାଙ୍କୁ ପଚାରିଥିଲେ କି, ଆପଣଙ୍କୁ କେମିତି ଲାଗୁଛି। ଆପଣ ପ୍ରଥମ ଭାରତୀୟ କୋଚ୍ ଅଟ ଯିଏକି ଏହି ଟ୍ରଫି ଉଠାଇବେ।

ଏହାଉପରେ ନେହେରା କହିଲେ, କଣ ଏହା ସତରେ? ଏହାପରେ ନେହେରା କହିଥିଲେ ମୋତେ ବହୁତ ଭଲ ଅନୁଭୂତି ହେଉଛି ଓ ତୁମ ଅଧିନାୟକତାରେ ଦଳ ବହୁତ ଭଲ ଖେଳିଲା।

ଏହା ସହ ନେହେରା ତୃତୀୟ ପ୍ଲେୟାର ହୋଇସାରିଛନ୍ତି ଯିଏକି ପ୍ଲେୟାର ରହିବା ସହିତ କୋଚିଂ କରି ଆଇପିଏଲ ଟ୍ରଫି ଜିତିଛନ୍ତି। ତାଙ୍କ ପୂର୍ବରୁ ଏହି କାରନାମା ଅଷ୍ଟ୍ରେଲିଆନ ତାରକା ରିକି ପଣ୍ଟିଂ ଓ ଶେନ ୱାର୍ନ କରିସାରିଛନ୍ତି।

Leave A Reply

Your email address will not be published.