ବାରମ୍ବାର ଲାଇନ୍ କଟୁଥିବା କାରଣରୁ ଚିନ୍ତିତ କି ? ତେବେ ଘରକୁ ନେଇ ଆସନ୍ତୁ ଏହି Rechargeable Fans, ଲାଇନ ଯିବା ପରେ ମଧ୍ୟ ବହୁତ୍ ସମୟ ଚାଲିବ !

0

Get real time updates directly on you device, subscribe now.

କ’ଣ ଆପଣଙ୍କ ଏରିଆରେ ବାରମ୍ବାର ଲାଇନ୍ କଟୁଛି କି ? ଖରାଦିନେ ଲାଇନ୍ କଟିଲେ ବହୁତ୍ ଅସୁବିଧା ହୋଇଥାଏ । କିନ୍ତୁ ଆପଣଙ୍କର ଏହି ସମସ୍ୟାକୁ ଦୂର କରାଯାଇପାରେ । ଆପଣ ନିଜ ପାଇଁ ଗୋଟିଏ Rechargeable Fan କିମ୍ବା Rechargeable Mini Fan କିଣିପାରିବେ ।

Rechargeable Fan ନାମରୁ ହିଁ ସ୍ପଷ୍ଟ ଅଟେ, ଏହାକୁ ଲାଇନ୍ କଟିବା ପରେ ମଧ୍ୟ ବ୍ୟବହାର କରାଯାଇପାରିବ । ଲାଇନ୍ ଥିଲେ ଏହି ଫ୍ୟାନ ରିଚାର୍ଜ ହୋଇଯାଏ । ଯାହା ଦ୍ଵାରା ଲାଇନ୍ ଯିବା ପରେ ମଧ୍ୟ ଏହା ଲଗାତାର କାମ କରିଚାଲେ । ଏହାଦ୍ବାରା ଆପଣଙ୍କୁ ଗରମ ପାଇଁ ସମସ୍ୟା ହୁଏନାହିଁ ।

ଏହା ପୂର୍ବରୁ ଆପଣଙ୍କୁ ଆମେ Rechargeable LED ବଲ ବିଷୟରେ କହିଥିଲୁ । ଏଠାରେ ଆପଣଙ୍କୁ Rechargeable Fan ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଉଛୁ । ଯାହାକୁ ଆପଣ ବହୁତ୍ ଶସ୍ତାରେ ଘରକୁ ଆଣିପାରିବେ ।

RYLAN Rechargeable Table Fan :-

ଏହି Rechargeable Table Fan କୁ ଇ କମର୍ସ ସାଇଟ୍ Amazon ରୁ କିଣି ପାରିବେ । ଏହି ଫ୍ୟାନରେ 7200mAh ର ରିଚାର୍ଜେବଲ ବ୍ୟାଟେରୀ ଦିଆଯାଇଛି । ଏହି ଫ୍ୟାନକୁ ଘର, ଅଫିସ, କିଚେନ କିମ୍ବା ଅନ୍ୟ ସ୍ଥାନରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ଏହାକୁ Amazon ରେ 1699 ଟଙ୍କାରେ ଲିଷ୍ଟ କରାଯାଇଛି । କିନ୍ତୁ କମ୍ପାନୀ ଏହା ସହିତ ବ୍ୟାଙ୍କ୍ ଅଫର ମଧ୍ୟ ଦେଇଛି । କମ୍ପାନୀ ଦାବି କରିଛି ଯେ ଏହି ଫ୍ୟାନ 5 ରୁ 24 ଘଣ୍ଟା ପର୍ଯ୍ୟନ୍ତ ଲାଇନ୍ ଯିବା ପରେ ମଧ୍ୟ କାମ କରିଥାଏ । ଏହା ଆପଣ ଫ୍ୟାନକୁ କେତେ ସ୍ପିଡରେ ବ୍ୟବହାର କରୁଛନ୍ତି, ତା ଉପରେ ନିର୍ଭର କରେ ।

Xiqarn Rechargeable Table Fan :-

ଏହି ରିଚାର୍ଜେବଲ ଫ୍ୟାନକୁ ଆପଣ Amazon ରୁ 1000 ଟଙ୍କାରୁ କମ୍ ଦାମରେ କିଣି ପାରିବେ । ଏଥିରେ LED ଲାଇଟ ମଧ୍ୟ ଦିଆଯାଇଛି । କମ୍ପାନୀ ଦାବି କରିଛି ଯେ ଏହି ଫ୍ୟାନକୁ ବିନା LED ଲାଇଟରେ 4 ଘଣ୍ଟା କିମ୍ବା ତାଠାରୁ ଅଧିକ ବ୍ୟବହାର କରାଯାଇପାରିବ । ଏହାକୁ ସୋଲାର ପ୍ୟାନେଲ ମାଧ୍ୟମରେ ମଧ୍ୟ ଆପଣ ଚାର୍ଜ କରିପାରିବେ ।

Leave A Reply

Your email address will not be published.