ଦେଖନ୍ତୁ କେମିତି ନିଜ ପିଲାକୁ କାନ୍ଧରେ ପକାଇ ରାସ୍ତା କଡ଼ ସଫା କରୁଛନ୍ତି ଲକ୍ଷ୍ମୀ,ଜାଣନ୍ତୁ ଲକ୍ଷ୍ମୀଙ୍କ ହୃଦୟ ଛୁଆଁ କାହାଣୀ ବିଷୟରେ..

0

Get real time updates directly on you device, subscribe now.

ସାଧାରଣତଃ କିଛିଲୋକେ ନିଜ କାମରେ ଖୁଣ ବାହାର କରିଥାନ୍ତି। କିନ୍ତୁ ଜଣେ ମହିଳା ଏମିତି ଅଛନ୍ତି ଯିଏକି ନିଜ କାମ କରିବାସହ ନିଜର ଦାୟିତ୍ୱକୁ ମଧ୍ୟ ସଠିକ ଭାବରେ ନିଭାଇ ଥାଆନ୍ତି। ଏହିପରି ଲୋକ ନିଜ କାମ ସହିତ ଅନ୍ୟ ମାନଙ୍କୁ ମଧ୍ୟ ଏଥିରେ ପ୍ରେରଣା ଦେଇଥାନ୍ତି। ଆଜି ଆମେ ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏକି ନିଜର ଶିଶୁକୁ କାନ୍ଧରେ ପକାଇ ରୋଡ଼ ସାଇଡ଼ରେ କାମ କରୁଛନ୍ତି।

ଆଜି ଆମେ ଆପଣଙ୍କୁ ଯେଉଁ ମହିଳାଙ୍କ ବିଷୟରେ କହିବୁ ତାଙ୍କର ନାମ ଲକ୍ଷ୍ମୀ ମୁଖୀ ଅଟେ। ଯିଏକି ଓଡ଼ିଶାର ଅଟନ୍ତି। ଲକ୍ଷ୍ମୀ ନିଜର କାମର ଦାୟିତ୍ୱ ଓ ମାଆ ହେବାର କର୍ତ୍ତବ୍ୟ ଏକାଠି ନିଭାଉଛନ୍ତି। କିନ୍ତୁ ଏଥିରେ ତାଙ୍କୁ କୌଣସି ପ୍ରକାରର ଅଭିଯୋଗ ନାହିଁ। ସେ ଏମିତି କରୁଛନ୍ତି କାରଣ ପେଟ ପୋଷିବା ପାଇଁ ତାଙ୍କୁ କାମ କରିବାକୁ ପଡ଼ିବ ଓ ଛୁଆଟିକୁ ରଖିବାପାଇଁ ତାଙ୍କ ଘରେ କେହି ନାହାଁନ୍ତି।

ଲକ୍ଷ୍ମୀ କାମର ଦାୟିତ୍ୱ ଓ ମାଆଙ୍କ କର୍ତ୍ତବ୍ୟ ନିଭାଉଛନ୍ତି ଏକାସହିତ:-

ଓଡ଼ିଶାର ମୟୂରଭଞ୍ଜର ଏହି ମାଆଙ୍କୁ ସୋସିଆଲ ମିଡ଼ିଆରେ ସଲାମ କରାଯାଉଛି। ଲକ୍ଷ୍ମୀ ନାମକ ଜଣେ ସଫେଇ କର୍ମଚାରୀ କାନ୍ଧରେ ନିଜର ପିଲାକୁ ଟାଣି ଦେଇ ରାସ୍ତା କଡ଼ ସଫା କରୁଛନ୍ତି। ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓ ଭାଇରାଲ ହେଉଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଲକ୍ଷ୍ମୀ ନାମକ ଜଣେ ମହିଳା ନିଜ କାନ୍ଧରେ ପିଲାକୁ ବାନ୍ଧି କାମ କରୁଛନ୍ତି।

ଲକ୍ଷ୍ମୀ ଏଥିରେ କହିଛନ୍ତି କି, ସେ ବିଗତ 10 ବର୍ଷ ହେବ ବାରିପଦା ନଗରପାଳିକାରେ କାମ କରୁଛନ୍ତି ଓ ସେ ନିଜ ଛୁଆକୁ ନିଜ କାନ୍ଧରେ ବାନ୍ଧି ଦେଇ କାମ କରୁଛନ୍ତି କାରଣ ତାଙ୍କ ଘରେ କେହି ନାହାଁନ୍ତି। ଏଥିରେ ତାଙ୍କୁ କୌଣସି ପ୍ରକାରର ସମସ୍ୟା ହେଉନାହିଁ ବୋଲି ସେ କହିଛନ୍ତି। ଲକ୍ଷ୍ମୀ ଏଥିପାଇଁ କାହାକୁ ଦୋଷ ଦେଉନାହାଁନ୍ତି ମଧ୍ୟ। ସେ ନିଜ କାମ କରିବା ସହିତ ଜଣେ ମାଆଙ୍କ କର୍ତ୍ତବ୍ୟ ମଧ୍ୟ ପାଳନ କରୁଛନ୍ତି।

ଅଧିକାରୀ କହିଲେ ଏହିକଥା:-

ସେହିପରି ବାରିପଦା ନଗର ପାଳିକା ଚେୟାରମ୍ୟାନ ବାଦଲ ମହାନ୍ତିଙ୍କ ଅନୁସାରେ, ” ଲକ୍ଷ୍ମୀ ମୁଖୀ ହେଉଛନ୍ତି ସଫେଇ କର୍ମଚାରୀ, ସେ କୌଣସି ବ୍ୟକ୍ତିଗତ କାରଣରୁ ନିଜ ପିଲାକୁ ପାଖରେ ରଖି ଡ୍ୟୁଟି କରୁଛନ୍ତି। ନଗର ପାଳିକା କୁହନ୍ତି କି, ସେ ତାଙ୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯଦି କୌଣସି ପ୍ରକାରର ସମସ୍ୟା ଯେପରି ଲକ୍ଷ୍ମୀଙ୍କର ନହୁଏ।

ସୋସିଆଲ ମିଡ଼ିଆରେ ଲୋକେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି:-

ସୋସିଆଲ ମିଡ଼ିଆରେ ଲୋକେ ଲକ୍ଷ୍ମୀଙ୍କୁ ସାଲ୍ୟୁଟ କରୁଛନ୍ତି ଓ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଥିଲେ, ଏହା ଏକ ହୃଦୟ ଛୁଇଁବା ଦୃଶ୍ୟ ଅଟେ ଓ ପ୍ରଶାସନ ତାଙ୍କୁ ତାଙ୍କର ଅସୁବିଧାରେ ସହାୟତା କରିବା ଉଚିତ କାରଣ ଜଣେ ଲୋକକୁ ଆରାମ ଦରକାର ହୋଇଥାଏ।

ସେହିପରି ଆଉଜଣେ ଲେଖିଥିଲେ, ଗରିବଙ୍କ ଆମ ଦେଶରେ ଏମିତି ସ୍ଥିତି ରହିଛି। ସରକାରଙ୍କୁ ଦୋଷ ଦେବା ପୂର୍ବରୁ ନିଜ ପାଖରେ ଏମିତି ଲୋକଙ୍କୁ ସାହାର୍ଯ୍ୟ କରିବା ଆରମ୍ଭ କରନ୍ତୁ।

Leave A Reply

Your email address will not be published.