ଏହି ସ୍କିମରେ ପ୍ରତି ମାସରେ ଜମା କରନ୍ତୁ ମାତ୍ର 1515 ଟଙ୍କା, ସାଢେ଼ 31 ଲକ୍ଷ ଟଙ୍କା ମିଳିବାର ରହିଛି ଗ୍ୟାରେଣ୍ଟି,ଜାଣନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

Post Office Scheme: ପୋଷ୍ଟ ଅଫିସରେ ବିନିଯୋଗ କରିବା ସର୍ବଦା ବିପଦମୁକ୍ତ ଅଟେ, ଏହାର ରିଟର୍ଣ୍ଣର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ରହିଥାଏ । ବଜାରର ଉତ୍ଥାନ-ପତନ ସହିତ ଏହାର କୌଣସି ସମ୍ପର୍କ ନାହିଁ । ଏଥିରେ କରାଯାଇଥିବା ପୁଞ୍ଜି ବିନିଯୋଗର ରିଟର୍ଣ୍ଣ ସରକାରଙ୍କ ଦ୍ଵାରା ସ୍ଥିର କରାଯାଇଥିବା ବାର୍ଷିକ ସୁଧ ଅନୁଯାୟୀ ଦିଆଯାଏ ।

ଯଦି ଆପଣ ଛୋଟ ସଞ୍ଚୟ କରି ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ପୋଷ୍ଟ ଅଫିସର ଗ୍ରାମ ସୁରକ୍ଷା ଯୋଜନାରେ ବିନିଯୋଗ କରନ୍ତୁ । ଯଦି ଆପଣ ଏହି ଯୋଜନାରେ ପ୍ରତି ମାସରେ 1515 ଟଙ୍କା ଜମା କରନ୍ତି, ତେବେ ଶେଷରେ ଆପଣଙ୍କୁ 31 ଲକ୍ଷ 60 ହଜାର ଟଙ୍କା ମିଳିବ । ଭବିଷ୍ୟତରେ ଏହି ଟଙ୍କା ଆପଣଙ୍କ ପାଇଁ ଏବଂ ଆପଣଙ୍କ ପିଲାମାନଙ୍କ ପାଇଁ ବହୁତ କାମରେ ଆସିବ ।

ପୋଷ୍ଟ ଅଫିସର ଗ୍ରାମ ସୁରକ୍ଷା ଯୋଜନାରେ ଯଦି ଆପଣ ଠିକ୍ ସମୟରେ ବିନିଯୋଗ କରିବା ଆରମ୍ଭ କରନ୍ତି, ତେବେ ଆପଣ ଲକ୍ଷ ଲକ୍ଷ ଟଙ୍କାର ମାଲିକ ହୋଇପାରିବେ । ଯଦି ଆପଣ ଏଥିରେ ନିର୍ଦ୍ଦିଷ୍ଟ ପରିମାଣକୁ 4 ବର୍ଷ ପାଇଁ ନିୟମିତ ଜମା କରିଛନ୍ତି, ତେବେ ଆପଣଙ୍କୁ ପୋଷ୍ଟ ଅଫିସ ଦ୍ୱାରା ଲୋନ ସୁବିଧା ମଧ୍ୟ ଦିଆଯିବ । ଏହି ପୋଷ୍ଟ ଅଫିସ ଯୋଜନାରେ ଗୋଟିଏ ଖାତା ଖୋଲିବା ପାଇଁ ଆପଣଙ୍କର ବୟସ ଅତିକମରେ 18 ବର୍ଷ ଏବଂ ସର୍ବାଧିକ 55 ବର୍ଷ ହେବା ଉଚିତ ।

ଏହା ହେଉଛି 31 ଲକ୍ଷ 60 ହଜାର ଟଙ୍କା ମିଳିବାର କାଲକୁଲେସନ :-

ଯଦି ଆପଣ 19 ବର୍ଷ ବୟସରେ ଗ୍ରାମ ସୁରକ୍ଷା ଯୋଜନାରେ 10 ଲକ୍ଷ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ 55 ବର୍ଷ ପାଇଁ ଆପଣଙ୍କୁ ପ୍ରତି ମାସରେ 1515 ଟଙ୍କା ଜମା କରିବାକୁ ପଡିବ । 55 ବର୍ଷ ବୟସରେ ଏହି ଯୋଜନାରେ ଚାଲୁଥିବା ବାର୍ଷିକ କମ୍ପାଉଣ୍ଟ ସୁଧ ଅନୁଯାୟୀ ଆପଣଙ୍କୁ 31 ଲକ୍ଷ 60 ହଜାର ଟଙ୍କା ମିଳିବ । ଆପଣ ବିନିଯୋଗ କରିବାର ବର୍ଷକୁ ମଧ୍ୟ ବଢାଇ ପାରିବେ ।

ଏପରି ପରିସ୍ଥିତିରେ ଆପଣଙ୍କୁ ପ୍ରତି ମାସରେ କିଛି ଟଙ୍କା ଜମା କରିବାକୁ ପଡିବ । ଯଦି ଆପଣ 58 ବର୍ଷ ପାଇଁ ଏହି ଯୋଜନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ 1463 ଟଙ୍କା ଜମା କରିବାକୁ ପଡିବ । ଏଥିରେ ଆପଣଙ୍କୁ 33 ଲକ୍ଷ 40 ହଜାର ଟଙ୍କା ମିଳିବ । ଅନ୍ୟ ପଟରେ ଯଦି ଆପଣ ଏହାକୁ 60 ବର୍ଷରେ ନେବାକୁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ମାସରେ ଆପଣଙ୍କୁ 1411 ଟଙ୍କା ଜମା କରିବାକୁ ପଡିବ, ଯେଉଁଥିରେ ଆପଣଙ୍କୁ ଶେଷରେ 34 ଲକ୍ଷ 60 ହଜାର ଟଙ୍କାର ଗ୍ୟାରେଣ୍ଟି ମିଳିବ ।

Leave A Reply

Your email address will not be published.