ବିବାହ ପରେ ଜଣାପଡିଲା ସ୍ବାମୀ ନପୁଂସକ,ଆଉ ସମ୍ପର୍କ ନ ରଖିବାରୁ ସ୍ତ୍ରୀ ନେଲେ ଭୟଙ୍କର ପଦକ୍ଷେପ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ସ୍ତ୍ରୀ ନିଜ ସ୍ବାମୀ ଉପରେ ଅଜବ ଆରୋପ ଲଗାଇଛନ୍ତି । ମହିଳା କହିଛନ୍ତି ଯେ ତାଙ୍କ ବିବାହକୁ ଦୁଇବର୍ଷ ହୋଇଗଲାଣି, କିନ୍ତୁ ସ୍ବାମୀ ବର୍ତ୍ତମାନ ସୁଦ୍ଧା କୌଣସି ଶାରୀରିକ ସମ୍ପର୍କ ରଖିନାହାନ୍ତି । ସେ ଯେତେବେଳେ ବି ସ୍ଵାମୀଙ୍କ ପାଖକୁ ଯାଆନ୍ତି, ସେ ରାଗିଯାଏ । ମାରପିଟ କରିବାକୁ ଲାଗେ । ମହିଳା କହିଛନ୍ତି ଯେ ତାଙ୍କ ସ୍ଵାମୀ ନପୁଂସକ ଅଟେ ଏବଂ ଏହି କଥା ବିବାହ ପୂର୍ବରୁ ଲୁଚା ଯାଇଥିଲା । ଏହାବ୍ୟତୀତ ମହିଳା ତାଙ୍କ ଶାଶୂଘର ଲୋକଙ୍କ ଉପରେ ଯୌତୁକ ନିର୍ଯାତନାର ଆରୋପ ମଧ୍ୟ ଲଗାଇଛନ୍ତି ।

ସ୍ତ୍ରୀ ଲଗାଇଲା ସ୍ବାମୀ ଉପରେ ନପୁଂସକ ହେବାର ଆରୋପ :-

ଏହି ମାମଲା ଇନ୍ଦୋରର କାଲାନି ନଗରର ଅଟେ । ଏଠାରେ ଦୁଇବର୍ଷ ପୂର୍ବେ ଜାନୁଆରୀ 2020 ରେ 29 ବର୍ଷୀୟ ମହିଳା ରୋହିତ ଯାଦବ ନାମକ ବ୍ୟକ୍ତିଙ୍କ ସହିତ ବିବାହ କରିଥିଲେ । ବିବାହ ପୁର୍ବରୁ ତାଙ୍କୁ କୁହାଯାଇଥିଲା ଯେ ରୋହିତ ଏମଏସସି କରିଛନ୍ତି । କିନ୍ତୁ ସେ ବର୍ତ୍ତମାନ ସୁଧ ମହିଳାଙ୍କୁ ନିଜର ଡିଗ୍ରୀ କହିନାହାନ୍ତି । ସେହିପରି ମହିଳା ବିକମ, MBA, NTT, ମାଷ୍ଟର ଇନ୍ ଫାଇନ ଆର୍ଟ ଏବଂ ବିଏଡ ଅଟନ୍ତି । ସେହିପରି କେହି ବି ରୋହିତଙ୍କ ନପୁଂସକ ହେବା କଥା ମଧ୍ୟ କହିନାହାନ୍ତି ।

ରୋହିତଙ୍କ ବାପା ମଧୁସୂଦନ ଇନ୍ଦୋର ପୋଲିସରେ ହେଡ କନେଷ୍ଟବଳ ଥିଲେ । ବର୍ତ୍ତମାନ ସେ ରିଟାୟାର୍ଡ ହୋଇ ସାରିଛନ୍ତି । ମହିଳା ଅଭିଯୋଗ କରିଛନ୍ତି ଯେ ଶ୍ଵଶୁର ମଧୁସୂଦନ ଯାଦବ, ଶାଶୂ ରମା ଯାଦବ ଏବଂ ନାନନ୍ଦ ରୁଚି ତାଙ୍କ ଉପରେ ଯୌତୁକକୁ ନେଇ ଚାପ ପକାଉଛନ୍ତି । ବିବାହର 8 ମାସ ପରେ ମହିଳାଙ୍କ ବାପା ଶାଶୂଘର ଲୋକଙ୍କୁ 6 ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ବର୍ତ୍ତମାନ ସମସ୍ତେ ମିଶି ଆହୁରି 10 ଲକ୍ଷ ଟଙ୍କା ମାଗୁଛନ୍ତି । ବାସ୍ତବରେ ମହିଳାଙ୍କ ସ୍ବାମୀ ଗୋଟିଏ ସାନିଟାରୀ କମ୍ପାନୀରେ ସେଲସ୍ ଏଗଜିକ୍ୟୁଟିଭ ଅଟନ୍ତି, କିନ୍ତୁ ବର୍ତ୍ତମାନ ସେ ନିଜର ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି, ଏଥିପାଇଁ ପଇସା ମାଗୁଛନ୍ତି ।

ଯୌତୁକକୁ ନେଇ ମଧ୍ୟ ହଇରାଣ କରନ୍ତି ଶାଶୂଘର ଲୋକେ :-

ମହିଳାଙ୍କ ଅନୁଯାୟୀ, ଆରମ୍ଭରେ ସ୍ବାମୀ ରୋହିତ ଟେନ୍ସନରେ ଅଛନ୍ତି କହି ଶାରୀରିକ ସଂପର୍କ ରଖିବାକୁ ମନା କରୁଥିଲେ । ତାପରେ ପୀଡ଼ିତାଙ୍କୁ ସନ୍ଦେହ ହେଲା । ଯେତେବେଳେ ସେ ଏହା ବିରୋଧରେ କହିବାକୁ ଲାଗିଲେ, ସେତେବେଳେ ରୋହିତ ମାରପିଟ କରିବାକୁ ଲାଗିଲା । ମହିଳା କହିଛନ୍ତି ଯେ ସ୍ବାମୀ 3ଜଣ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇଲେ, କିନ୍ତୁ ତଥାପି ସେ ଠିକ୍ ହେଲେ ନାହିଁ । ଆଉ ଏପଟେ ଆଜିକାଲି ଯୌତୁକ ଚାପ ପକାଇ ଚାଲିଲେ ।

ଏସବୁ ଜିନିଷ ଦ୍ଵାରା ବିରକ୍ତ ହୋଇ ତିନି ଦିନ ପୂର୍ବରୁ ମହିଳାଙ୍କ ବାପା ଏବଂ ଭାଇ ଥାନାରେ କେସ କରିବାକୁ ଯାଇଥିଲେ । ଶନିବାର ଦିନ ପୋଲିସ ରୋହିତ ଏବଂ ତାଙ୍କ ବାପାଙ୍କୁ ଥାନାକୁ ଡ଼କାଇଥିଲେ । କିନ୍ତୁ ସେତେବେଳେ ମଧ୍ୟ ରୋହିତଙ୍କ ବାପା ମଧୁସୂଦନ ପୂର୍ବରୁ ପୋଲିସ ସେବାରେ ଥିବାର ଲାଭ ଉଠାଇ FIR ନ ଲେଖିବାକୁ ଚାପ ପକାଇଲେ । କିନ୍ତୁ ଯେତେବେଳେ ବହୁତ୍ ହଙ୍ଗାମା ହେଲା, ସେତେବେଳେ TI ଜ୍ୟୋତି ଶର୍ମା କେସ ରେଜିଷ୍ଟର କଲେ ।

Leave A Reply

Your email address will not be published.