ଭାରତ ପାଇଁ ବଡ଼ ବିପଦ ସାଜୁଛି ଜଳବାୟୁର ପରିବର୍ତ୍ତନ : ଭବିଷ୍ୟତରେ ଆସିପାରେ ଅଧିକରୁ ଅଧିକ ‘ମହାବାତ୍ୟା’, ତା ସହିତ ମାଡ଼ିଆସିବ ୩ ମିଟରରୁ ଅଧିକ ଉଚ୍ଚର ଜୁଆର !

0

Get real time updates directly on you device, subscribe now.

ପ୍ରକୃତି ରେ ଘଟିବାକୁ ଥିବା ଘଟଣାକୁ କେହି ବି ରୋକି ପାରିବେ ନାହିଁ । ବିଶ୍ୱରେ ବୈଜ୍ଞାନିକ ସ୍ତରରେ ଯେତେ ଉନ୍ନତି କଲେ ମଧ୍ୟ ପ୍ରକୃତିର ତାଣ୍ଡବ ରୂପରୁ କେହିଁ ବି ଆଜି ପର୍ଯ୍ୟନ୍ତ ବର୍ତ୍ତ ପାରି ନାହାନ୍ତି । ବିଶ୍ୱରେ ଯେତେ ନୂଆ ନୂଆ ଟେକ୍ନୋଲୋଜି ର ଆବିଷ୍କାର ହେଲେ ମଧ୍ୟ ପ୍ରକୃତି ଆଗରେ ସମସ୍ତେ ହାର ମାନିଛନ୍ତି । ରାଜ୍ୟରେ କାଳ ବୈଶାଖୀ ରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।

ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆତଙ୍କର କାରଣ ପାଲଟିଥିବା ବେଳେ ଏହା ଭାରତ ପାଇଁ ବିପଦର କାରଣ ସାଜିପାରେ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି । ଆଗକୁ ଅଧିକ ମହାବାତ୍ୟା ଆସିବାର ଯଥେଷ୍ଟ ସମ୍ଭାବନା ଥିବା ନେଇ ସତର୍କ କରାଇ ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଓ ବିଶେଷଜ୍ଞ । ତେବେ ଏହି ବିନାଶ ରୁ ରକ୍ଷା ପାଇବା ପାଇଁ ଏକ ମାତ୍ର ଉପାୟ ହେଉଛି ବୃକ୍ଷ ରୋପଣ । ନଚେତ୍ ଏହି ପୃଥିବୀ କୁ ଆଉ କେହି ବଞ୍ଚାଇ ପାରିବେ ନାହିଁ ।

ତେବେ ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ ଗବେଷକ ଏନେଇ ଜାରି କରିଥିବା ତଥ୍ୟ ଅନୁସାରେ ଆଗକୁ ଭାରତରେ ଏକାଧିକ ମହାବାତ୍ୟା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୨୦ରେ ସୃଷ୍ଟି ହୋଇଥିବା ‘ଅମ୍ପନ’ ଉପରେ ଗବେଷଣା କରି ଏହି ତଥ୍ୟ ଜାରି କରିଛନ୍ତି ବ୍ରିଟେନର ଗବେଷକ । ସେ ଏହା ଲେଖିଛନ୍ତି ଯେ, ସାରା ଦକ୍ଷିଣ ଏସିଆରେ ମହାବାତ୍ୟା ଅମ୍ପନ ସର୍ବାଧିକ କ୍ଷତି ଘଟାଇଥିଲା । ଜଳବାୟୁ ପରିବର୍ତ୍ତନ ହେତୁ ସମୁଦ୍ର ପତ୍ତନରେ ବୃଦ୍ଧି ଘଟୁଛି । ବର୍ତମାନ ସମୟ ରେ ଶୀତ ଦିନେ ଖରା ହେଉଛି । ଏପରି ଜଳବାୟୁ ପରିବର୍ତନ ପାଇଁ ଗଛ କାଟିବା ହିଁ କେବଳ ଏକ ମାତ୍ର ଦାୟୀ ।

କ୍ଲାଇମେଟ୍‌ ରେଜିଲିନସ ଆଣ୍ଡ ସଷ୍ଟେନବିଲିଟି ଜର୍ଣ୍ଣାଲ୍‌ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ବର୍ତ୍ତମାନ ଯେପରି ଗ୍ରୀନ ହାଉସ୍‌ ଗ୍ୟାସ ନିର୍ଗତ ହେଉଛି ସେହିପରି ଯଦି ଆଗକୁ ମଧ୍ୟ ଜାରି ରହେ ତେବେ ଭାରତ ଜନସଂଖ୍ୟାର ଅଢ଼େଇ ଗୁଣ ଅର୍ଥାତ୍‌ ୩୦୦ କୋଟିରୁ ଅଧିକ ଲୋକ ବନ୍ୟାର ଶୀକାର ହେବା ସମ୍ଭାବନା ରହିଛି । ତେବେ ଏହି ମହାବାତ୍ୟା ହେଲେ ସମୁଦ୍ରରେ ୩ ମିଟରରୁ ଅଧିକ ଉଚ୍ଚତାର ଜୁଆର ମାଡ଼ି ଆସିବାର ଯଥେଷ୍ଟ ସମ୍ଭାବନା ଥିବା ବିଷୟ ରେ କୁହାଯାଇଛି । ତେବେ ୧୯୯୯ ମସିହା ଅକ୍ଟୋବର ୨୯ରେ ସୃଷ୍ଟି ହୋଇଥିବା ମହାବାତ୍ୟା ରେ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ସେହି ମହାବାତ୍ୟା ର କରାଳ ରୂପ ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ଲୋକ ଙ୍କ ମନରେ ଲିଭୁ ନାହିଁ ।

Leave A Reply

Your email address will not be published.