ବିବାହ ପୁର୍ବରୁ ବହୁବାର ସମ୍ବନ୍ଧ ରଖିଲା,ଆଉ ତା ପରେ ବାହାଘର ଦିନ କୁଆଡେ ଛୁ ମାରିଲା ବର,ସେପଟେ କନ୍ୟାର ଅବସ୍ଥା ….ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କନ୍ୟା ହାତରେ ମେହେନ୍ଦି ଲଗାଇ ନିଜ ବରକୁ ଉତ୍ସାହର ସହିତ ଅପେକ୍ଷା କରି ବସିଥିଲା । ବିବାହ ମଣ୍ଡପ ମଧ୍ୟ ସଜା ଯାଇଥିଲା । ବାପା ଦିବ୍ୟାଙ୍ଗ ଥିବାରୁ ମା ହିଁ ଏକୁଟିଆ ସବୁକିଛି ବନ୍ଦୋବସ୍ତ କରିଥିଲେ । କିନ୍ତୁ ବର ବରଯାତ୍ରୀ ଧରି ଆସିଲା ନାହିଁ । ଯେତେବେଳେ କନ୍ୟା ତାକୁ ଫୋନ୍ କଲା, ସେତେବେଳେ ବାପାଙ୍କ ଦେହ ଖରାପ ଥିବା କହି ବାହାନା କରିଦେଲା । କିନ୍ତୁ ପ୍ରକୃତ କଥା ଆଉ କିଛି ବାହାରିଲା ।

ସମ୍ପର୍କ ରଖି ବିବାହ କରିବାରୁ ମୁହଁ ମୋଡ଼ିଲା ପ୍ରେମିକ :-

ବାସ୍ତବରେ ଏହି ପୁରା ମାମଲା ବରେଲିର ବାରାଦରୀ ପୋଲିସ ଷ୍ଟେସନ ଅଞ୍ଚଳର ଅଟେ । ଏଠାରେ ଜଣେ କନ୍ୟା ତା ବିବାହ ଦିନ ଜୀବନର ସବୁଠାରୁ ବଡ ଝଟକା ଖାଇଲା । ପ୍ରେମିକା ଯାହା ସହ ଦୁଇ ବର୍ଷ ଧରି ସମ୍ପର୍କ ରଖିଥିଲା, ସେ ବିବାହ ପୂର୍ବରୁ ତାକୁ ଧୋକା ଦେଲା । ପ୍ରେମିକ ବିବାହ ନାମରେ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ କରିଥିଲେ । ଦୁହିଁଙ୍କର ନିର୍ବନ୍ଧ ମଧ୍ୟ ହୋଇ ସାରିଥିଲା । କିନ୍ତୁ ପ୍ରେମିକର ମନରେ ଲୋଭ ଜାଗ୍ରତ ହେଲା ଏବଂ ବିବାହ ପୂର୍ବରୁ ନିଜ ମୁହଁ ମୋଡିଲା ।

କନ୍ୟାର ମା ପୁରା କାହାଣୀ ସୁଣାଇଲେ । ସେ କହିଛନ୍ତି ଯେ ତାଙ୍କ ସ୍ୱାମୀ ଅକ୍ଷମ । ଦୁଇ ବର୍ଷ ପୂର୍ବେ ଝିଅର ବନ୍ଧୁତା ଶାହାଜାହାନପୁରର ତିଲହର ବାସିନ୍ଦା ଜୋଲାୱର (ପିତା ଗାବର) ଙ୍କ ସହିତ ହୋଇଥିଲା । ସେ ତାଙ୍କ ଝିଅକୁ ପ୍ରେମ ଜାଲରେ ଫସାଇ ଦେଲା । ବିବାହ କରିବ କହି ଶାରୀରିକ ସମ୍ପର୍କ ରଖିଲା । ପ୍ରେମିକ ଅନେକ ଥର ଝିଅକୁ ଦେଖା କରିବାକୁ ଆସିଥିଲେ ଏବଂ ବିବାହ କରିବାକୁ ଇଚ୍ଛା ପ୍ରକାଶ କରି ଚାଲିଥିଲା । ତା’ପରେ ଆମେ ଝିଅର ଜୋଲାୱର ସହ ନିର୍ବନ୍ଧ କରାଇ ଦେଲୁ । ଏଥିରେ ତାଙ୍କୁ 50 ହଜାର ନଗଦ ଟଙ୍କା, ସୁନା ଚେନ୍, ମୁଦି ଏବଂ ପୋଷାକ ଦିଆଯାଇଥିଲା ।

ମଣ୍ଡପ ସଜା ଯାଇଥିଲା, କିନ୍ତୁ ବର ଆସିଲା ନାହିଁ :-

ଝିଅର ମା ଆଗକୁ କହିଛନ୍ତି ଯେ ଆମେ ଶନିବାର ଦିନ ମେ 28 ତାରିଖରେ ବିବାହ ତାରିଖ ସ୍ଥିର କରିଥିଲୁ । ସ୍ୱାମୀ ଅକ୍ଷମ, ତେଣୁ ମୁଁ ଏକୁଟିଆ ବିବାହ ପାଇଁ ସବୁ ପ୍ରସ୍ତୁତି କରିଥିଲି । ଦାନ ଯୌତୁକ ପାଇଁ ସାମଗ୍ରୀ ମଧ୍ୟ କିଣିଛି । କିନ୍ତୁ ବର ଜୋରାୱର ବରଯାତ୍ରୀ ଆଣି ନଥିଲେ । ସେ ବିବାହର ଦୁଇ ଦିନ ପୂର୍ବରୁ ଫୋନ କରି 2 ଲକ୍ଷ ଟଙ୍କା ଏବଂ ଅପାଚେ ବାଇକ ମାଗିଥିଲେ । ଝିଅ ତାଙ୍କୁ ବୁଝାଇଥଲା ଯେ ମାଆ ଏକୁଟିଆ ସବୁକିଛି କରୁଛି, ବାପା ଅକ୍ଷମ । ଏହି ଚାହିଦା ପୂରଣ କରିବା କଷ୍ଟକର ଅଟେ । ସେତେବେଳେ ସେ ଶାନ୍ତ ହୋଇଗଲା ଏବଂ ଫୋନ୍ କାଟିଦେଲା ।

କିନ୍ତୁ ବିବାହ ଦିନ ସେ ବରଯାତ୍ରୀ ଆଣି ଆସିଲା ନାହିଁ । ଫୋନରେ ବାପାଙ୍କ ଦେହ ଖରାପ ହେବାର ବାହାନା କରିଦେଲା । ତାପରେ ଆମେ ବୁଝିପାରିଲୁ ଯେ ଯୌତୁକ 2 ଲକ୍ଷ ଟଙ୍କା ଏବଂ ଆପାଚେ ବାଇକ୍ ନ ମିଳିବାରୁ ସେ ରାଗିଛି ଏବଂ ବରଯାତ୍ରୀ ଆଣିଲା ନାହିଁ । ଏହାପରେ ଆମେ ବାରାଦରି ଥାନାରେ ଅଭିଯୋଗ କଲୁ ।

ଇନ୍ସପେକ୍ଟର ସୂଚନା ଦେଲେ ଯେ ପୀଡ଼ିତ ମହିଳାଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ଯୋଲାୱରଙ୍କ ବିରୋଧରେ ଦୁଷ୍କର୍ମ ସହିତ ଅନେକ ଗମ୍ଭୀର ଧାରାରେ ମାମଲା ରୁଜ୍ଜୁ କରାଯାଇଛି । ବର୍ତ୍ତମାନ ଅଭିଯୋଗ ପରେ ପୋଲିସ ମାମଲାର ଯାଞ୍ଚ କରୁଛି । ଖୁବ୍ ଶୀଘ୍ର ପ୍ରମାଣ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.