ରକି ଭାଇକୁ କପି କରିବା ପଡିଲା ମହଙ୍ଗା,ସିଧା ଯାଇ ହସ୍ପିଟାଲ ବେଡ଼ରେ ପଡିଲା ୧୫ ବର୍ଷୀୟ ବାଳକ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ସୁପରହିଟ ଫିଲ୍ମ ” କେଜିଏଫ ଚାପ୍ଟର 2″ ରେ ରକି ଭାଇଙ୍କ ଚରିତ୍ରରେ ଅନୁପ୍ରାଣିତ ହୋଇ ଜଣେ 15 ବର୍ଷୀୟ ଛାତ୍ର ଏତେଗୁଡ଼ିଏ ସିଗାରେଟ ଟାଣିଦେଲା ଯେ ତାକୁ ସିଧା ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା । ମାମଲାଟି ହାଇଦ୍ରାବାଦର ବଞ୍ଜାରାହିଲ୍ସର ଅଟେ ।

କୁହାଯାଇଛି ଯେ ଛାତ୍ରଜଣକ ପ୍ରଥମଥର ପାଇଁ ସିଗାରେଟ ପିଇଛନ୍ତି ଏବଂ ତା ପୁଣି ବହୁତ୍ ସଂଖ୍ୟାରେ । ଛାତ୍ରଙ୍କର ସିଗାରେଟ ପିଇବା ପରେ ପ୍ରଥମେ କଫ ସମସ୍ୟା ଦେଖାଯାଇଥିଲା, ଯାହା ପରେ ତାଙ୍କ ବେକରେ ଯନ୍ତ୍ରଣା ହେବାକୁ ଲାଗିଲା ।

ଛାତ୍ରଙ୍କ ପରିବାର ଲୋକେ ତାଙ୍କୁ ହାଇଦ୍ରାବାଦର ଗୋଟିଏ ପ୍ରାଇଭେଟ୍ ହସ୍ପିଟାଲରେ ଦେଖାଇଲେ, ଯେଉଁଠାରେ ଜଣାପଡ଼ିଲା ଯେ ସିଗାରେଟ ପିଇବା କାରଣରୁ ଛାତ୍ରଙ୍କର ଏପରି ଅବସ୍ଥା ହୋଇଛି । ସେଞ୍ଚୁରି ହସ୍ପିଟାଲର ଡାକ୍ତର କହିଛନ୍ତି ଯେ ” କେଜିଏଫ ଚାପ୍ଟର 2″ ରିଲିଜ୍ ହେବାର ଦ୍ୱିତୀୟ ସପ୍ତାହ ପରେ ଛାତ୍ର ଫିଲ୍ମ ଦେଖିଥିଲେ । ସେ ଦୁଇ ଦିନରେ ତିନିଥର ଏହି ଫିଲ୍ମ ଦେଖିଲେ । ସେହି ସମୟରେ ସେ ଲଗାତାର ସିଗାରେଟ ପିଉଥିଲା ।

କୁହାଯାଉଛି ଯେ ଛାତ୍ରଜଣକ ” କେଜିଏଫ ଚାପ୍ଟର 2″ରେ ରକି ଭାଇଙ୍କ ଭୂମିକା ଦ୍ଵାରା ଏତେ ପ୍ରଭାବିତ ହୋଇଗଲା ଯେ ସେ ତାଙ୍କ ପରି ହେବାକୁ ଏପରି କଲେ । ରୋଗଗ୍ରସ୍ତ ହେବାରୁ ଛାତ୍ରକୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା । ଡାକ୍ତର କହିଛନ୍ତି ଯେ ଚିକିତ୍ସା ପରେ ବର୍ତ୍ତମାନ ଛାତ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି । ତାକୁ ଗତ ସପ୍ତାହରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେଞ୍ଚୁରି ହସ୍ପିଟାଲର ଡାକ୍ତର ରୋହିତ ରେଡ୍ଡୁ କହିଛନ୍ତି, ” ଲୋକମାନେ ପ୍ରାୟତଃ ଫିଲ୍ମରେ ଅଭିନେତାଙ୍କ କରାଯାଇଥିବା ଅଭିନୟ ଦ୍ଵାରା ପ୍ରଭାବିତ ହୋଇଯାନ୍ତି । ତାପରେ ତାଙ୍କ ଭଳି ହେବାକୁ ତାଙ୍କୁ କପି କରିବାକୁ ଲାଗନ୍ତି । କିନ୍ତୁ ଅନେକଥର ଏହି ପଦକ୍ଷେପ ସେମାନଙ୍କ ଉପରେ ଭାରି ପଡ଼ିଯାଏ । ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ଏପରି ଜିନିଷ ଫିଲ୍ମରେ ଦେଖାଇବା ଉଚିତ୍ ନୁହେଁ, ଯାହାର ପ୍ରଭାବ ଲୋକଙ୍କ ଜୀବନ ଉପରେ ପଡ଼ିବ । ଯେପରି ଫିଲ୍ମରେ ଧୁମ୍ରପାନ ଏବଂ ତବାକୁ ଇତ୍ୟାଦିକୁ ଦେଖାଇବା ବ୍ୟାନ୍ ହେବା ଉଚିତ୍ ।”

Leave A Reply

Your email address will not be published.