ମୋ କାହାଣୀ: ମୋ ସ୍ତ୍ରୀ ମତେ ବିଲକୁଲ ସମ୍ମାନ ଦିଏନାହିଁ, ସେ ଘରର ସବୁ କାମ ମୋ ଦ୍ଵାରା କରାଇଥାଏ,ମୁ ଏବେ କଣ କରିବି ?

0

Get real time updates directly on you device, subscribe now.

ପ୍ରଶ୍ନ : ମୁଁ ଜଣେ ବିବାହିତ ବ୍ୟକ୍ତି ଅଟେ । ମୋ ବିବାହକୁ ବହୁତ୍ କମ ସମୟ ହୋଇଛି । ଆମର ଏପର୍ଯ୍ୟନ୍ତ କୌଣସି ପିଲା ମଧ୍ୟ ହୋଇନାହାଁନ୍ତି । କିନ୍ତୁ ମୋର ସମସ୍ୟା ହେଉଛି ଯେ ମୋ ସ୍ତ୍ରୀ ମୋତେ ବିଲକୁଲ ସମ୍ମାନ ଦିଅନ୍ତି ନାହିଁ । ବାସ୍ତବରେ, ଯେବେଠୁ ଆମର ବିବାହ ହୋଇଛି, ସେ ମୋତେ ପ୍ରତିଦିନ ଘରର ସବୁ କାମ କରିବାକୁ ବାଧ୍ୟ କରନ୍ତି । ମୋର ତାଙ୍କୁ ଘର କାମରେ ସାହାଯ୍ୟ କରିବାରେ କୌଣସି ଆପତ୍ତି ନାହିଁ, କିନ୍ତୁ ସମସ୍ୟା ହେଉଛି ଯେ ସେ ନିଜେ କିଛି କରନ୍ତି ନାହିଁ । ସେ ଦିନସାରା ଟିଭି ଦେଖି ଆନନ୍ଦ ନିଅନ୍ତି ।

ମୁଁ ଅଫିସରେ ଯେତେବେଳେ କାମ ଶେଷ କରି ଘରେ ପହଞ୍ଚେ, ସେତେବେଳେ ପ୍ରଥମେ ଘରର ସବୁ କାମ କରେ । ମୋ ସହିତ ଏପରି ସବୁଦିନ ହେଉଛି । ଏଥିରେ ମୁଁ ମୋର ଭୁଲକୁ ମଧ୍ୟ ମାନୁଛି, କାରଣ ମୁଁ ମୋ ସ୍ତ୍ରୀ ସାମ୍ନାରେ ନିଜର ମତାମତ ରଖିବାରେ ଲାଜ କରେ । କିନ୍ତୁ ବର୍ତ୍ତମାନ ମୁଁ ଏସବୁକୁ ଆଉ ସହି ପାରିବିନାହିଁ । ମୋ ସ୍ତ୍ରୀ ଜଣେ ଅଳସୁଇ ମହିଳା ଅଟେ, ଯାହାକୁ ମୁଁ କେମିତି ସାମ୍ନା କରିବି କିଛି ବୁଝିପାରୁ ନାହିଁ ?

ଏକ୍ସପର୍ଟଙ୍କ ଜବାବ :-

ଅନ୍ଟୋଲୋଜିଷ୍ଟ ଏବଂ ରିଲେସନସିପ ଏକ୍ସପର୍ଟ ଆଶମିନ ମୁଞ୍ଜଲ କହିଛନ୍ତି ଯେ ଯଦି ତୁମେ ବିବାହର ପ୍ରଥମ ଦିନରେ ଚାପ-ସମାଲୋଚନା, ବିଚାର, କ୍ରୋଧ-ଭୟ ଏବଂ ଚାପ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛ, ତେବେ ଆପଣ ପ୍ରକୃତରେ ନିଜ ସ୍ତ୍ରୀ ସହିତ କଥା ହେବା ଆବଶ୍ୟକ ।

ଏହାର କାରଣ ହେଉଛି ଯେଉଁ ବିବାହିତ ସମ୍ପର୍କ ନକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ, ତାହା ଦୀର୍ଘସ୍ଥାୟୀ ହେବା କଷ୍ଟକର ହୋଇଯାଏ । ଆପଣଙ୍କ କ୍ଷେତ୍ରରେ ମଧ୍ୟ ମତେ ଏହିପରି ଦେଖାଯାଉଛି । ଆପଣ କେବଳ ଖୁସି ଅଛନ୍ତି ବୋଲି ଦେଖେଇ ହେଉଛନ୍ତି, କିନ୍ତୁ ଆପଣ ଭିତରେ ବହୁତ୍ ଚିନ୍ତିତ ଅଛନ୍ତି ।

ଆପଣ ଆପଣଙ୍କ ସ୍ତ୍ରୀ ଠାରୁ କଣ ଚାହୁଁଛନ୍ତି ?

ଯେପରି ଆପଣ କହୁଛନ୍ତି ଯେ ଆପଣଙ୍କ ସ୍ତ୍ରୀ ଜଣେ ଅଳସୁଆ ମହିଳା ଅଟନ୍ତି । ସେ କେବଳ ଆପଣଙ୍କ ଦ୍ଵାରା ସମସ୍ତ ଘର କାମ କରାନ୍ତି ନାହିଁ ବରଂ ନିଜେ ଟିଭି ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ।ଏପରି ପରିସ୍ଥିତିରେ, ମୁଁ କହିବି ଯେ ସର୍ବପ୍ରଥମେ ଆପଣ ନିଜକୁ ପଚାରିବା ଉଚିତ ଯେ ଆପଣ ଏହି ସମ୍ପର୍କରୁ କ’ଣ ଚାହୁଁଛନ୍ତି ? ଆପଣ ଆପଣଙ୍କ ସ୍ତ୍ରୀଙ୍କ ଏହି ମନୋଭାବ ସହିତ ଆଡଜଷ୍ଟ କରିବାକୁ ଚାହୁଁଛନ୍ତି କି ? କିମ୍ବା ଆପଣ ଚାହୁଁଛନ୍ତି ଯେ ସେ ଆପଣଙ୍କ ସହିତ ଘରର ମଧ୍ୟ ଯତ୍ନ ନିଅନ୍ତୁ ।

ଏହା ସମ୍ପୂର୍ଣ୍ଣରୂପେ ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ ଆପଣଙ୍କ ସ୍ତ୍ରୀ ଦ୍ଵାରା କଣ୍ କରାଇବାକୁ ଚାହୁଁଛନ୍ତି, ଆଉ କଣ ନାହିଁ । ଅବଶ୍ୟ ଏଥିରେ କିଛି ଭୁଲ୍ ନାହିଁ, ପ୍ରତ୍ୟେକ ପୁରୁଷ ତାଙ୍କ ହୃଦୟର ନିକଟତମ ମହିଳାଙ୍କଠାରୁ ଇଚ୍ଛା କରନ୍ତି ଯେ ସେ ତାଙ୍କ ସହିତ ଅତି ଭଦ୍ର-ସମ୍ମାନଜନକ ଏବଂ ସହଯୋଗ କରନ୍ତୁ ଏବଂ ଯେତେବେଳେ ଏହା ନହୁଏ, ସେତେବେଳେ ସେ ମନେ ମନେ କଷ୍ଟ ପାଆନ୍ତି, ଯାହା ବର୍ତ୍ତମାନ ଆପଣଙ୍କ ସହିତ ଘଟୁଛି ।

ନିଜ ପରିବାର ଲୋକଙ୍କ ସହ କଥା ହୁଅନ୍ତୁ :-

ଆପଣକୁ ମୁଁ କେବଳ ଏତିକି କହିବାକୁ ଚାହେଁ ଯେ ଆପଣ ଏବଂ ଆପଣଙ୍କ ସ୍ତ୍ରୀଙ୍କ ପରିବାର ମଧ୍ୟ ଏହି ପରିସ୍ଥିତି ବିଷୟରେ ଜାଣିବା ଉଚିତ୍ | ଏହାର କାରଣ ହେଉଛି ପ୍ରତିଦିନ ବିରକ୍ତ ହେବା କିମ୍ବା ମନେ ମନେ ରାଗିବା ଦ୍ଵାରା କିଛି ହେବ ନାହିଁ । ତାହା ଯେମିତି ସେମିତି ହିଁ ରହିବ । ତେବେ ଏଥିପାଇଁ ଆପଣ ନିଜ ମୁହଁ ଖୋଲିବାକୁ ପଡ଼ିବ ଏବଂ ନିଜର ଅସୁବିଧାକୁ ପ୍ରକାଶ କରିବାକୁ ପଡ଼ିବ, ସେତେବେଳେ ଯାଇ ଏହାର ସମାଧାନ ହୋଇପାରିବ ।

Leave A Reply

Your email address will not be published.