ଯଦି ଏଯାବତ କରାଇ ନାହାଁନ୍ତି ତାହେଲେ ଜଲଦି କରିନିଅନ୍ତୁ ନହେଲେ ଫ୍ରି ରାସନ ମିଳିବା ବନ୍ଦ ହୋଇଯିବ

0

Get real time updates directly on you device, subscribe now.

ସରକାର ଦେଶର କୋଟି କୋଟି ଲୋକଙ୍କୁ ଫ୍ରି ରାସନ ଦେଉଛନ୍ତି। ଏଥିରେ ଗରିବ ଲୋକ ମାନଙ୍କୁ ବହୁତ ସହାୟତା ମିଳୁଛି। ସରକାରଙ୍କ ତରଫରୁ ଏବେବି ଫ୍ରି ରାସନ ଦିଆଯାଉଛି। ସେହିପରି ଫ୍ରି ରାସନକୁ ନେଇ ମିଡ଼ିଆରେ ବହୁତ ପ୍ରକାରର ପ୍ରଶ୍ନ ଉଠୁଛି। ଏବେ ସରକାର ସରକାରୀ ରାସନ ନେଉଥିବା ଲୋକଙ୍କୁ କାର୍ଡ଼ରେ ନିଜର ଆଧାର ଲିଙ୍କ କରାଇବାକୁ କହୁଛନ୍ତି।

ଆପଣଙ୍କୁ ଜଣାଇଦେଉଛୁ କି, ସରକାର ପ୍ରଥମେ ରାସନ କାର୍ଡ଼କୁ ଆଧାରରେ ଲିଙ୍କ କରାଇବାର ଅନ୍ତିମ ତିଥି ମାର୍ଚ୍ଚ 31 ତାରିଖ ତୟ କରିଥିଲେ। ଯଦି ଆପଣ ରାସନରେ ଆଧାରକାର୍ଡ ଲିଙ୍କ କରାଇ ନାହାଁନ୍ତି ତାହେଲେ ଜଲଦି କରାଇ ନିଅନ୍ତୁ। ଯଦି ରାସନରେ ଆଧାରକାର୍ଡ ଲିଙ୍କ ନହୁଏ ତାହେଲେ ସରକାରଙ୍କ ତରଫରୁ ଆସୁଥିବା ଫ୍ରି ରାସନ ବନ୍ଦ ହୋଇଯିବ।

ସରକାର ୱାନ କାର୍ଡ଼, ୱାନ ନେଶନ ଯୋଜନା ପାଇଁ ଏହାକୁ ଲାଗୁ କରିଛନ୍ତି। ରାସନ କାର୍ଡ଼ ଆଧାରରେ ଲିଙ୍କ ହେବାପରେ ଆପଣ ନିଜର ରାସନ କାର୍ଡ଼ ସାହାର୍ଯ୍ୟରେ ଦେଶର କୌଣସିବି କୋଣରେ ଏହାର ସୁବିଧା ନେଇପାରିବେ।

ରାସନ କାର୍ଡ଼କୁ ଆଧାରରେ ଲିଙ୍କ କରିବାର ଅନଲାଇନ ଉପାୟ:-.

-ସର୍ବପ୍ରଥମେ ଆପଣଙ୍କୁ UIDAI ର ଅଧିକାରୀ ୱେବସାଇଟ
uidai.gov.in କୁ ଯିବାକୁ ହେବ।

– ଏଠାରେ ଆପଣ ଷ୍ଟାର୍ଟ ନାଓ ଅପ୍ସନରେ କ୍ଲିକ କରନ୍ତୁ।

– ଏହାପରେ ନିଜ ଜିଲ୍ଲା, ରାଜ୍ୟ ଓ ବାକି ଜରୁରୀ ସୂଚନା ଦିଅନ୍ତୁ।

– ଏବେ ରାସନ କାର୍ଡ଼ ଅପ୍ସନରେ କ୍ଲିକ କରନ୍ତୁ।

– ଏବେ ନିଜ ରାସନ କାର୍ଡ଼ ନମ୍ବର ଦିଅନ୍ତୁ।

– ଏହାପରେ ଆଧାରର ରେଜିଷ୍ଟର୍ଡ଼ ମୋବାଇଲ ନମ୍ବର ଦିଅନ୍ତୁ।

– ଏହାପରେ ଆପଣଙ୍କ ପାଖକୁ ଏକ ଓଟିପି ଆସିବ ଓ ଏହାକୁ ଭରି ସବମିଟ କରିବାପରେ ଆପଣଙ୍କ ରାସନ କାର୍ଡ଼ ସଫଳତାର ସହିତ ଲିଙ୍କ ହୋଇଯିବ।

ରାସନ କାର୍ଡ଼କୁ ଆଧାରରେ ଲିଙ୍କ କରାଇବାର ଅଫଲାଇନ ଉପାୟ:-

ଆପଣ ନିଜ ଆଧାର କାର୍ଡର ଏକ କପି ଓ ଏକ ପାସପୋର୍ଟ ସାଇଜ ଫୋଟ ନିଅନ୍ତୁ।

ଏହାପରେ ଏହି ଦସ୍ତାବିଜକୁ ନେଇ ରାସନ ଦୋକାନକୁ ଯାଆନ୍ତୁ ଓ ଫର୍ମ ଭରନ୍ତୁ।

ଏଠାରେ ଆପଣଙ୍କ ବାୟୋମେଟ୍ରିକର ସତ୍ୟପନା ହେବ।

ଏହାପରେ ଆପଣଙ୍କ ରାସନ କାର୍ଡ଼ ଅଧାରକାର୍ଡରେଲିଙ୍କ ହୋଇଯିବ।

ଆଧାରରେ ଏହାର ଲିଙ୍କ ହେବାର ସୂଚନା ଆପଣଙ୍କୁ ରେଜିଷ୍ଟର ମୋବାଇଲ ନମ୍ବରର ମେସେଜ ଜରିଆରେ ଦିଆଯିବ।

Leave A Reply

Your email address will not be published.