କାର ନିଅନ୍ତୁ କିମ୍ବା ବାଇକ ଜୁନ ୧ ତାରିଖରୁ ଲାଗିବ ଅଧିକ ଟଙ୍କା, ଜାଣନ୍ତୁ ଏହାର କାରଣ ବିଷୟରେ

0

Get real time updates directly on you device, subscribe now.

ଯଦି ଆପଣ କାର, ବାଇକ କିମ୍ବା ସ୍କୁଟର କିଣିବାକୁ ପ୍ଲାନ କରିଛନ୍ତି ତାହେଲେ ନିଜ ବଜେଟ ବଢ଼ାଇ ଦିଅନ୍ତୁ କାରଣ ଥାର୍ଡ ପାର୍ଟି ଇନ୍ସୁରାନ୍ସ ପ୍ରିମିୟମ ବଢ଼ିବାକୁ ଯାଉଛି।

ଜୁନ ୧ ତାରିଖରୁ ଲାଗୁହେବ ପ୍ରିମିୟମର ନୂଆ ଦର:-

ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ନୋଟିଫିକେସନ ଜାରି କରି ଜଣାଇଛନ୍ତି ଯେ, ଇନ୍ସୁରାନ୍ସ ପ୍ରିମିୟମ ବଢ଼ିବାକୁ ଯାଉଛି। ଏହା ପ୍ରଥମଥର ଅଟେ ଯେ ମନ୍ତ୍ରାଳୟ, ବୀମା ରେଗୁଲେଟର IRDAI ସହିତ ମିଶି ଏହାଉପରେ ନିଷ୍ପତ୍ତି ନେଇଛି। ଏହି ପ୍ରିମିୟମ ଜୁନ୧ ତାରିଖରୁ ବଢ଼ିବା ଆରମ୍ଭ ହୋଇଯିବ।

ବାଇକ-ସ୍କୁଟର ପାଇଁ ଲାଗିବ ଏତିକି ପ୍ରିମିୟମ:-

ସରକାର 150 ସିସି ରୁ ଅଧିକ ଓ 350 ସିସି ରୁ କମ ବାଇକ ଗୁଡ଼ିକ ପାଇଁ ଇନ୍ସୁରାନ୍ସ ପ୍ରିମିୟମ 1,366 କରିଦେଇଛନ୍ତି। ସେହିପରି 350ସିସି ରୁ ଅତ୍ୟଧିକ କ୍ଷମତା ବାଲା ଟୁ-ହ୍ବିଲର୍ସ ବାଇକର ପ୍ରିମିୟମ 2,804 ଟଙ୍କା ହୋଇଯାଇଛି।

ଯଦି ଆପଣ ସିଙ୍ଗିଲ ପ୍ରିମିୟମରେ 5 ବର୍ଷ ପାଇଁ ଥାର୍ଡ ପାର୍ଟି ଇନ୍ସୁରାନ୍ସ କରାଇବାକୁ ଯାଉଛନ୍ତି ତାହେଲେ 75 ସିସି ପର୍ଯ୍ୟନ୍ତ ଟୁ-ହ୍ବିଲର୍ସର ପ୍ରାଇସ 2,901 ଟଙ୍କା ଓ 75 ରୁ 150ସିସି ପର୍ଯ୍ୟନ୍ତ 3,851 ଟଙ୍କା। 150 ରୁ 350 ସିସି ପର୍ଯ୍ୟନ୍ତ 7,365 ଟଙ୍କା ଓ ଏହାଉପର ଗାଡ଼ି ଗୁଡ଼ିକ ପାଇଁ 15,117 ଟଙ୍କା ରହିବ।

ମହଙ୍ଗା ହୋଇଗଲା କାର, ଏତିକି ଟଙ୍କା ହେଲା ପ୍ରିମିୟମ:-

କାର ଗୁଡ଼ିକର ମଧ୍ୟ ଇନ୍ସୁରାନ୍ସ ରାଶି ଜୁନ ୧ ତାରିଖରୁ ବଢ଼ିବାକୁ ଯାଉଛି। 1000 ସିସି ଇଞ୍ଜିନ କ୍ଷମତା ବିଶିଷ୍ଟ କାର ଗୁଡ଼ିକର ପ୍ରିମିୟମ ରାଶି 2,094 ଟଙ୍କା ହେବ। କୋଭିଡ଼ ପୂର୍ବରୁ 2019-20 ରେ ଏହି ରାଶି 2,072 ଟଙ୍କା ଥିଲା। ସେହିପରି 1000 ସିସି- 1500 ସିସି କାର ଗୁଡ଼ିକ ପାଇଁ ଏହା 3,416 ଟଙ୍କା ହେବ। ଯାହାକି ପୂର୍ବରୁ 3,221 ଟଙ୍କା ଥିଲା। ଏହାବ୍ୟତୀତ ଯଦି ଆପଣଙ୍କ କାର ଇଞ୍ଜିନ 1500 ସିସି ରୁ ଅଧିକ ରହୁଛି ତାହେଲେ ଇନ୍ସୁରାନ୍ସ ପ୍ରିମିୟମ ଆପଣଙ୍କୁ 7,890 ଟଙ୍କା ପଡ଼ିବ ଯାହାକି ପୂର୍ବରୁ 7,897 ଟଙ୍କା ଥିଲା।

ସରକାର 3 ବର୍ଷର ସିଙ୍ଗଲ ପ୍ରିମିୟମକୁ ମଧ୍ୟ ବଢ଼ାଇଛନ୍ତି। 1000 ସିସି ବିଶିଷ୍ଟ କାର ଗୁଡ଼ିକ ପାଇଁ ଏହା 6,521 ଟଙ୍କା ରହିଥିବା ବେଳେ 1500 ସିସି କାର ପାଇଁ 10,540 ଟଙ୍କା ଓ 1500 ସିସି ରୁ ଅଧିକ କାର ଗୁଡ଼ିକ ପାଇଁ 24,596 ଟଙ୍କା ରହିଛି।

ଇଲେକ୍ଟ୍ରିକ ଓ ହାଇବ୍ରିଡ଼ ଗାଡ଼ି ଗୁଡ଼ିକ ହେବ ବହୁତ ଶସ୍ତା:-

ସରକାର ଇଲେକ୍ଟ୍ରିକ ଓ ଫୁଏଲ ସେଭିଂ ଗାଡ଼ି ଗୁଡ଼ିକୁ ବହୁତ ସପୋର୍ଟ କରୁଛନ୍ତି ସେଥିପାଇଁ ଏହି ଗାଡ଼ି ଗୁଡ଼ିକରେ ଇନ୍ସୁରାନ୍ସ ପ୍ରିମିୟମ 15% ଓ ହାଇବ୍ରିଡ଼ ଗାଡ଼ି ଗୁଡ଼ିକର ପ୍ରିମିୟମରେ 7.5% ଡିସ୍କାଉଣ୍ଟ ଦେବେ। ଏହାସହ ସ୍କୁଲ ବସ ଓ ଭିଣ୍ଟେଜ କାର ଗୁଡ଼ିକର ଇନ୍ସୁରାନ୍ସରେ 15% ଓ 50% ଡିସ୍କାଉଣ୍ଟ ମିଳିବ।

ଥାର୍ଡ ପାର୍ଟି ଇନ୍ସୁରାନ୍ସ କଣ? :-

କୌଣସି ନୂଆ ଗାଡ଼ିକୁ କିଣିବାପରେ ମାଲିକଙ୍କୁ ଗାଡ଼ିର ଥାର୍ଡ ପାର୍ଟି ଇନ୍ସୁରାନ୍ସ ନେବା ଅନିବାର୍ଯ୍ୟ ହୋଇଥାଏ। ଏହି ଇନ୍ସୁରାନ୍ସ ଗାଡ଼ି ମାଲିକଙ୍କୁ ନୁହେଁ ବରଂ ସଡ଼କ ଦୁର୍ଘଟଣାରେ ଆଘାତ ବ୍ୟକ୍ତିଙ୍କୁ ବୀମା ପ୍ରଦାନ କରା ଯାଇଥାଏ। ସେହିପରି ଗାଡ଼ିର ମାଲିକ ନିଜ ବାହାନକୁ ସୁରକ୍ଷା କରିବାପାଇଁ ବିଭିନ୍ନ ବୀମା ବ୍ୟତୀତ ଏହି ବୀମାକୁ ଚୟନ କରିଥାଏ। ଏଥିରେ ସବୁଠାରୁ ପପୁଲାର ଅଫର ହେଉଛି Bumper to Bumper ବୀମା।

Leave A Reply

Your email address will not be published.