କୁକୁର ର ମୃତ୍ୟୁରେ ବ୍ୟକ୍ତି ଜଣକ 1500 ଲୋକଙ୍କୁ ଖାଇବାକୁ ଦେଲେ ଓ ରୀତିନୀତି ସହିତ ଅନ୍ତିମ ସଂସ୍କାର କଲେ, ପଢ଼ନ୍ତୁ ପୁରା ଖବର

0

Get real time updates directly on you device, subscribe now.

ଆମେ ସମସ୍ତେ ଜାଣିଛେ କୁକୁର ଏକ ଚାଲାକ ଓ ଭରସା ଉପଯୋଗୀ ପଶୁ ଅଟେ। ଦେଖାଯାଏ ପ୍ରାୟ ଲୋକେ ନିଜ ଘରେ କୁକୁର ପାଳିଥାନ୍ତି ଓ ସେମାନେ ତାକୁ ବହୁତ ଭଲ ମଧ୍ୟ ପାଇଥାନ୍ତି। ସେହିପରି ଛୋଟ ପିଲା ମଧ୍ୟ ଏହି ପାଳିତ ପଶୁଟି ସହିତ ଖେଳିବାକୁ ବହୁତ ଭଲ ପାଇଥାନ୍ତି। ସାଧାରଣତଃ ଲୋକେ ପଶୁ ସହିତ ଜଡ଼ିତ ବହୁତ ସାରା କାହାଣୀ ପଢ଼ିଥିବେ।

କିନ୍ତୁ କଣ ଆପଣ ଜାଣନ୍ତି ଜଣେ ବ୍ୟକ୍ତିଙ୍କ କୁକୁର ମରି ଯିବାପରେ ସେ ନିଜ କୁକୁରର ମୃତ୍ୟୁରେ ଶୋକ ଦେଖାଇ ରୀତିନୀତି ଅନୁସାରେ ତା’ର ଅନ୍ତିମ ସଂସ୍କାର କରିଥିଲେ। ଉତ୍ତର ପ୍ରଦେଶର ଝାଂସୀରୁ ଏହି ମାମଲା ସାମ୍ନାକୁ ଆସିଛି। ବ୍ୟକ୍ତି ଜଣକ ନିଜ କୁକୁରକୁ ଏତେ ମାତ୍ରାରେ ଭଲ ପାଉଥିଲେ ଯେ, କୁକୁରର ମୃତ୍ୟୁରେ ସେ ଏମିତି ତାଙ୍କୁ ବିଦାୟୀ ଦେଇଥିଲେ ଯାହାକି ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି।

ମେ ୯ ତାରିଖରେ କାଳିଆ ନାମକ କୁକୁରର ମୃତ୍ୟୁ ହୋଇଥିଲା:-

ଜଣାଇଦେଉଛୁ କି, ଲାଖନ ସିଂହ ଯାଦବ ମୋଠ ତହସିଲ ପୁଚ୍ଛ ଗ୍ରାମର ବାସିନ୍ଦା ଅଟନ୍ତି। ସେ ନିଜ କୁକୁର କାଳୁ କୁ ବହୁତ ଭଲ ପାଉଥିଲେ, ଏପରିକି କୁକୁର ମରିବା ପରେ ସେ ତା’ର ତେର ଦିନ କର୍ମ ବିଧି କରାଇଥିଲେ ଯାହାକି ସେଠାକାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ବନିଯାଇଛି। କୁକୁରର ମୃତ୍ୟୁରେ ସେ ପ୍ରାୟ ୧୫୦୦ ଲୋକଙ୍କ ଭୋଜନ ମଧ୍ୟ ପ୍ରସ୍ତୁତ କରି ସେବନ କରାଇଛନ୍ତି।

କାଳୁ ନାମକ ଏହି କୁକୁରର ମୃତ୍ୟୁ ଏକ ରୋଗ କାରଣରୁ ମେ ମାସ ୯ ତାରିଖରେ ହୋଇଥିଲା। ଘର ଲୋକେ କୁକୁରକୁ ବେତବା ନଦୀରେ ଭସାଇ ଅନ୍ତିମ ସଂସ୍କାର କରିଥିଲେ। କୁକୁର ମୃତ୍ୟୁର ୧୩ ଦିନ ପରେ ପରିବାର ଲୋକେ ତା’ ଆତ୍ମା ଶାନ୍ତି ପାଇଁ ଏକ ପୂଜା କରାଇଲେ ଓ ୧୫୦୦ ଲୋକଙ୍କୁ ଖାଇବାକୁ ଦେଇଥିଲେ।

ସମ୍ପୂର୍ଣ ରୀତିନୀତି ସହିତ ଅନ୍ତିମ ସଂସ୍କାର କରାଗଲା:-

ଲାଖନ ସିଂହଙ୍କ କହିବା ହେଲା, ତାଙ୍କ କୁକୁର କାଳୁର ବୟସ ୨୧ବର୍ଷ ଥିଲା। ଯେତେବେଳେ ସେ ମାତ୍ର ୪ମାସର ଥିଲା ସେତେବେଳେ ସେ ତାଙ୍କୁ ଆଣିଥିଲେ ଓ ବହୁତ ଭଲ ପାଇବା ସହିତ ପାଳିଥିଲେ। ପରିବାର ଲୋକେ ମଧ୍ୟ କୁକୁରକୁ ବହୁତ ପସନ୍ଦ କରନ୍ତି। କୁକୁର ସର୍ବଦା ପରିବାର ଲୋକଙ୍କ ସାଥିରେ ରୁହେ ଓ ଏକ ରୋଗ କାରଣରୁ ମେ୯ ତାରିଖରେ ମୃତ୍ୟୁ ହେବାପରେ ପରିବାର ଲୋକେ ବର୍ତ୍ତମାନ ଉଦାସ ରହିଛନ୍ତି।

ଯେଉଁଭଳି ଭାବରେ ଜଣେ ଲୋକର ମୃତ୍ୟୁ ହେଲେ ତାଙ୍କର କର୍ମକାଣ୍ଡ କରାଯାଇଥାଏ ଓ ତାଙ୍କୁ ଅନ୍ତିମ ସଂସ୍କାର ଦିଆଯାଇଥାଏ। ସେହିଭଳି ଭାବରେ କୁକୁର କାଳୁକୁ ମଧ୍ୟ ଅନ୍ତିମ ସଂସ୍କାର ଦିଆଗଲା ଓ ମୃତ୍ୟୁର ୧୩ ଦିନ ପରେ ଏକ ଭୋଜ ରଖାଯାଇଥିଲା ଓ ଏଥିରେ ପରିଜନ ମାନଙ୍କ ସହିତ ବନ୍ଧୁବର୍ଗ ଉପସ୍ଥିତ ଥିଲେ।

ଲାଖନ ସିଂହ କହିଲେ ଏହିକଥା:-

ଲାଖନ ସିଂହ କୁହନ୍ତି କାଳୁକୁ ରଖିବା ସମୟରେ ଘରେ କୌଣସି ଚୌକିଦାର ରଖିବାକୁ ମଧ୍ୟ ଆବଶ୍ୟକ ପଡ଼େନାହିଁ। ଲାଖନ ସିଂହ କୁହନ୍ତି ୭ ବର୍ଷ ପୂର୍ବରୁ ଯେତେବେଳେ ପଡ଼ୋଶୀଙ୍କ ଘରେ ଚୋରି ହୋଇଥିଲା ଓ ଚୋର ମାନେ କାଳୁକୁ ବିଷ ଦେଇଥିଲେ, ଏହାପରେ ସକାଳୁ କାଳୁ ବେହୋସ ପଡ଼ିଥିଲା ଓ ଡାକ୍ତରଖାନା ନେବାପରେ ସେ ଠିକ ହୋଇଥିଲା। ଏହା ପରଠାରୁ ଲାଖନ ସିଂହ ତାଙ୍କୁ ନିଜ ପୁଅ ଭଳି ଭଲ ପାଉଥିଲେ।

Leave A Reply

Your email address will not be published.