ଲଞ୍ଚ ହେଲା ୨ ଟି ନୂଆ ଇଲେକ୍ଟ୍ରିକ୍ ସ୍କୁଟର: ୨୨୦ କିଲୋମଟର ଦେବ ମାଇଲେଜ୍, ଜାଣନ୍ତୁ ଆଉ କଣ କଣ ସବୁ ଫିଚର୍ ଅଛି !

0

Get real time updates directly on you device, subscribe now.

ପେଟ୍ରୋଲର ଦାମ ଦିନକୁ ଦିନ ବଢ଼ିବାରେ ଲାଗୁଛି । ଅନେକ ରାଜ୍ୟରେ ଏହାର ଦାମ ୧୦୦ ଉପରୁ ହୋଇସାରିଲାଣି । ତେଲ ଦର ବୃଦ୍ଧିକୁ ଧ୍ୟାନରେ ରଖି ଅନେକ ଲୋକ ଚିନ୍ତାରେ ପଡିଲେଣି । ପେଟ୍ରୋଲିୟମ ଓ ଡିଜେଲ ର ମୂଲ୍ୟରେ ହ୍ରାସ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସେଥିପାଇଁ ଆମର ନଜର ପ୍ରତିଦିନ ଏହାର ମୂଲ୍ୟ ଉପରେ ଥାଏ । ତେବେ ହଠାତ୍ କମିଯାଇଛି ପେଟ୍ରୋଲ ଓ ଡିଜେଲ୍ ଦର ।

ପେଟ୍ରୋଲ ଓ ଡିଜେଲର ମୂଳ ମୂଲ୍ୟରେ ଏସବୁ ଯୋଡିବା ପରେ ଖୁଚୁରା ମୂଲ୍ୟ ସାମ୍ନାକୁ ଆସେ । ପେଟ୍ରୋଲ ଓ ଡିଜେଲ ତଥା ରନ୍ଧନ ଗ୍ୟାସ ଉପରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ବା ଏକ୍ସାଇଜ୍ ଡ୍ୟୁଟି ଆଦାୟ କରନ୍ତି ଯାହା ସମଗ୍ର ଦେଶରେ ସମାନ ଅଟେ । ରାଜ୍ୟ ସରକାର ଭ୍ୟାଟ୍ ଆଦାୟ କରନ୍ତି । ରାଜ୍ୟଗୁଡ଼ିକରେ ଅଲଗା ଅଲଗା ଭ୍ୟାଟ୍ କାରଣରୁ ବିଭିନ୍ନ ରାଜ୍ୟ ଓ ସହରରେ ପେଟ୍ରୋଲ ଓ ଡିଜେଲର ଭିନ୍ନ ଦର ରହିଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ଆଦାୟ କରୁଛନ୍ତି ।

ଏହି ତୈଳ ଦର ବୃଦ୍ଧି ହେତୁ ଲୋକ ମାନେ ଗାଡ଼ି ଚଳାଇବା ଅନେକ କଷ୍ଟକର ହୋଇପଡ଼ିଲାନି । ତେବେ ଦେଶ ରେ ଅନେକ ଇଲେକ୍ଟ୍ରିକାଲ ବାଇକ୍ ବା ସ୍କୁଟି ବର୍ତମାନ ଅନେକ ପରିମାଣ ରେ ଚାଲିଛି । ତେବେ କୋମାକି କମ୍ପାନୀ ଭାରତରେ ଦୁଇଟି ନୂତନ ଇଲେକ୍ଟ୍ରିକ୍ ସ୍କୁଟର କୋମାକି ଡିଟି ୩୦୦୦ ଏବଂ କୋମାକି ଏଲ୍ ୱାଇ ଲଞ୍ଚ କରିଛି । କୋମାକି ଡିଟି ୩୦୦୦ ର ମୂଲ୍ୟ ରହିଛି ୧ ଲକ୍ଷ ୨୨ ହଜାର ୫୦୦ ଟଙ୍କା, ଯାହାକି ଏହାର ଏକ୍ସ-ସୋରୁମ୍ ରେଟ୍ ।

ଏହାର ଅନ୍ୟ ଏକ ଭାରିଆଣ୍ଟ କୋମାକି ଏଲ୍ ୱାଇ ର ମୂଲ୍ୟ ୮୮୦୦୦ ଟଙ୍କା ରହିଛି । ଏହି ଗାଡ଼ିର ଅନେକ ନୂତନ ଫିଚର୍ ରହିଛି । ଡିସ୍କ ବ୍ରେକ୍, ମୋବାଇଲ୍ ଚାର୍ଜିଂ ପଏଣ୍ଟ, ସେଲ୍ପ ଡାଇଗ୍ନୋସିସ୍ ଇନଷ୍ଟ୍ରୁମେଣ୍ଟ , ରିଭର୍ସ ଆସିଷ୍ଟ, ରିମୋଟ୍ ଲକ୍, ଟେଲିସ୍କୋପିକ୍ ଶକର୍, ନଏଜ୍ ଫ୍ରି ଫଙ୍କକ୍ସନିଙ୍ଗ, କ୍ରୁଜ୍ କଣ୍ଟ୍ରୋଲ୍ ଏବଂ ବ୍ଲୁଟୁଥ୍ ସ୍ପିକର ପରି ଅନେକ ଭଲ ଫିଚର୍ ରହିଛି ଏହି ଇଲେକ୍ଟ୍ରିାଲ ସ୍କୁଟି ରେ । କୋମାକି ଡିଟି ୩୦୦୦ ସମ୍ପୂର୍ଣ୍ଣ ଚାର୍ଜରେ ୨୨୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ । କୋମାକି ଏଲ୍ ୱାଇ ସମ୍ପୂର୍ଣ୍ଣ ଚାର୍ଜରେ ୮୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ । ତେବେ ପେଟ୍ରୋଲ ସ୍କୁଟି ଟି ଏହି ସ୍କୁଟି ର ମାଇଲେଜ୍ ଅଧିକ ରହୁଚି ।

Leave A Reply

Your email address will not be published.