ଗୋଟିଏ ଆମ୍ବର ଦାମ ୨୧୦୦୦: ଜାଣନ୍ତୁ ଏହି ଆମ୍ବର ଖାସିୟତ, ଗୋଟେ ଗଛର ସୁରକ୍ଷାପାଇଁ ନିୟୋଜିତ ଚାରିଟି ଗାର୍ଡ ଓ ୬-୬ କୁକୁର

0

Get real time updates directly on you device, subscribe now.

ଫଳର ରାଜା ଆମ୍ବ କେତେ ଖାସ ହୋଇପାରେ ଏହାର ଅନୁମାନ କରାଯାଇ ପାରିନାହିଁ କାରଣ ଜଵଲପୁରରେ ଜଣେ କୃଷକ ବିଦେଶୀ ଆମ୍ବର ଚାଷ କରୁଛନ୍ତି ଓ ଏଥିରେ ଥିବା ଆମ୍ବ ପ୍ରତି ଦର ପାଖାପାଖି ୨୧୦୦ ଟଙ୍କା ଅଟେ|ନର୍ମଦା କୂଳରେ ଥିବା ସହର ଲଗେ ଗ୍ରାମ ଅନ୍ତର୍ଗତ ଡଗଡଗା ହିନୈଚାର ବଗିଚାରେ ଏଵେ ଜାପାନର ସବୁଠାରୁ ମହଙ୍ଗା ଆମ୍ବ ସ୍ତାଇଓ ନେ ତମାଗୋଶ ଓ ମିୟାଜାକି ଭଳି ଆମ୍ବ ସହରର ଏହି ବଗିଚାରେ ହେଉଛି|ପୂର୍ବବର୍ଷ ମଧ୍ୟ ଏହି ଆମ୍ବର ଚାହିଦା କେଵଳ ସହରରେ ନାହିଁ ମୁମ୍ବାଇ ପର୍ଯ୍ୟନ୍ତ ହୋଇଥିଲା|

ଏଠାରେ ବହୁ ଆମ୍ବ କାରବାରୀ ଏହି ଆମ୍ବ ପାଇଁ ୨୧୦୦୦ ଗୋଟି ପ୍ରତି ନିଲାମ ଡାକିଥିଲେ|ଏଠାରେ ହେଉଥିବା ଆମ୍ବର ଓଜନ ପାଖାପାଖି ୯୦୦ ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ|ଯଦିଓ ବଗିଚାର ମାଲିକ ସଙ୍କଳ୍ପ ସିଂ ଏବର୍ଷ ଆମ୍ବ ବିକିବାକୁ ମନାକଲେ|ତାଙ୍କ କହିବାନୁଯାୟୀ ଏବର୍ଷ ଆମ୍ବ ଫସଲ ଆଶାନୁରୂପ ହୋଇନାହିଁ|ମହଙ୍ଗା ଦରରେ ହେଲେ ବି ବିକିବେ ନାହିଁ|

ବିଶେଷଜ୍ଞଙ୍କ ଅନୁସାରେ ଏହି ଆମ୍ବର ଚାଷ ଜାପାନରେ ହୋଇଥାଏ ଓ ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ|ଏହାର ନାମ ମିଆଜାକି ଅଟେ|ଏହି ନାମ ଜାପାନ ସହର ମିଆଜାକି ଅନୁସାରେ ହୋଇଛି|କାରଣ ଏହାର ଚାଷ ସେଠାରେ ଅଧିକ କରାଯାଏ|ସେଠାକାର ସ୍ଥାନୀୟ ଭାଷାରେ ତାକୁ ଟାଇୟୋ ନୋ ତମାଗୋ କୁହାଯାଏ|ଏହାର ରଙ୍ଗ ଲାଲ ଅଟେ ଓ ଏହାର ଓଜନ ୩୫୦-୯୦୦ ଗ୍ରାମ ଭିତରେ ହୋଇଥାଏ|

ଗୋଟେ ମିୟୋଜାକି ଆମ୍ବରେ ୧୫%ରୁ ଅଧିକ ଚିନି ହୋଇଥାଏ|ଏଥିପାଇଁ ଏହା ଅଧିକ ମିଠା ଲାଗେ|ଏଥିପାଇଁ ଅନ୍ୟ ଆମ୍ବ ତୁଳନାରେ ଏହା ଅଧିକ ଦରରେ ବିକ୍ରୀ ହୋଇଯାଏ|ଏହି ଆମ୍ବ ତିଆରି ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କାରଣ ଆବଶ୍ୟକ|ଗରମ ମୈସମ ଓ ଅଧିକ ବର୍ଷା ଏଥିରେ ଆବଶ୍ୟକ ହୁଏ|

ମିୟୋଜାକି ଆମ୍ବର ସୁରକ୍ଷା ପାଇଁ ଚାରିପାଖରେ ନେଟ ଲଗାଯାଇଥାଏ|ମିୟୋଜାକି ସହରରେ ଏହାର ଚାଷ ୧୯୮୪ରୁ ହେଉଛି|ଏହି ଆମ୍ବ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ହୋଇଥାଏ|ବଜାରରେ ମେ ଠାରୁ ଜୁନ ମଧ୍ୟରେ ଉପଲବ୍ଧ ହୁଏ|ଜାପାନରେ ଏହା ସବୁଠାରୁ ମହଙ୍ଗା ଆମ୍ବ|୨ଟା ଆମ୍ବ(ଗୋଟେ ବକ୍ସ) ଏହାର ଦାମ ୮୬୦୦୦ରୁ ୨.୭ ଲକ୍ଷ ପର୍ଯ୍ୟନ୍ତ ହୁଏ|ଭାରତ , ଥାଇଲାଣ୍ଡ ଓ ଫିଲିପାଇନ୍ସ ଦେଶରେ ମଧ୍ୟ ଏହା ମିଳେ|ଭାରତରେ ଏହା ଜବଲପୁରରେ ମିଳେ|

ଆମ୍ବ ଚାଷ କରୁଥିବା ସଙ୍କଳ୍ପ ସିଂ କହନ୍ତି ନିଜ ବଗିଚାରେ “ତଇୟୋ ନୋ ତମାଗୋ” କିସମର ୫୦୦ ଗଛ ପ୍ରସ୍ତୁତ କରିବା|ଏହାପରେ ସେ ବଜାରରେ ବିକ୍ରି କରିବେ|ଏହି ବଗିଚାରେ ୬ ବିଦେଶୀ କିସମର ଆମ୍ଵ ଲାଗିଛି|ଏଵେ ସେ ୧୨ ଏକରର ଚାଷ କରୁଛନ୍ତି|ସୁରକ୍ଷା ପାଇଁ ବଗିଚାର ଚାରିଆଡ଼େ ବନ୍ଦୋବସ୍ତ କରିଛନ୍ତି|ଲାଠି ଧରି ବହୁ ସୁରକ୍ଷା ଗାର୍ଡ ନିୟୋଜିତ ହୋଇଛନ୍ତି ଯିଏ ଆମ୍ବର ଦେଖାଶୁଣା କରନ୍ତି|ସେ ଏହାର ସୁରକ୍ଷାପାଇଁ ୪ ଗାର୍ଡ ଓ ୬-୬ କୁକୁର ନିୟୋଜନ କରିଛନ୍ତି|

Leave A Reply

Your email address will not be published.