ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ଯୁବକ ମାନଙ୍କ ପାଇଁ ଏକ ଖୁସି ଖବର,ଏହି ପଦବୀ ପାଇଁ ମିଳିବ ୩୦,୦୦୦ ଟଙ୍କା ଦରମା

0

Get real time updates directly on you device, subscribe now.

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ।ତେବେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଲିମିଟେଡ ପୋଷ୍ଟ ବିଭାଗ, ଯୋଗାଯୋଗ ମନ୍ତ୍ରଣାଳୟରେ ଗ୍ରାମିଣ ଡାକ ସେବକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଯାହାର ଅବଦାନ କରିବାକୁ ସମୟ ମାତ୍ର ୩ ଦିନ ବାକି ଅଛି ।

*ଆବେଦନର ତାରିଖ :-

ଆବେଦନ କରିବାର ଆରମ୍ଭ ତାରିଖ – ୧୦ ମଇ ୨୦୨୨
ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ – ୨୭ ମଇ ୨୦୨୨

*ଖାଲି ଥିବା ପଦବୀ ବିବରଣୀ

ଗ୍ରାମୀଣ ଡାକ ସେବକ – ୬୫୦

*ଶିକ୍ଷାଗତ ଯୋଗ୍ୟତା:-

ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ବିଶ୍ୱବିଦ୍ୟାଳୟ / ବୋର୍ଡରୁ ସ୍ନାତକ ହେବା ଜରୁରୀ । ଆହୁରି ମଧ୍ୟ, GDS ଭାବରେ ସର୍ବନିମ୍ନ ୨ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିବା ଉଚିତ୍ ।

*ବୟସ ସୀମା:-

ପ୍ରାର୍ଥୀଙ୍କ ବୟସ ସୀମା ୨୦ ରୁ ୩୫ ବର୍ଷ ମଧ୍ୟରେ ରହିବା ଉଚିତ୍ ।

*ଆବେଦନ ଫି:-

ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ବାବଦକୁ ୭୦୦ ଟଙ୍କା ଦେବାକୁ ପଡିବ ।

*ଦରମା :-

ପ୍ରାର୍ଥୀମାନଙ୍କୁ ବେତନ ବାବଦରେ ପ୍ରତି ମାସରେ ୩୦,୦୦୦ ଟଙ୍କା ଦିଆଯିବ ।

ତେବେ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏପର୍ଯ୍ୟନ୍ତ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିନାହାଁନ୍ତି ସେମାନେ ଏହି ଲିଙ୍କ୍ https://ibpsonline.ibps.in/ippbgdsapr22/ ମାଧ୍ୟମରେ ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ ।

Leave A Reply

Your email address will not be published.