ଅଭିନେତ୍ରୀରୁ ହେଲେ RJD ନେତ୍ରୀ, ତିନି ପିଲା ଓ ତିନିଜଣ ସ୍ୱାମୀ ମଧ୍ୟ ତାଙ୍କର ଥିଲେ,ଆଉ ଯାହାସହ ଅବୈଧ ସମ୍ଵନ୍ଧ ରଖିଲେ ତାଙ୍କୁ ମାରିଦେଲେ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ତିନିଜଣ ପୁରୁଷଙ୍କ ସ୍ୱାମୀ ଓ ତିନି ପିଲାଙ୍କ ମାଆ ପ୍ରଥମେ ଜଣେ ଟିଭି ସିରିଏଲ ଅଭିନେତ୍ରୀ ଥିଲେ। ଏହାପରେ ସେ ନେତ୍ରୀ ହୋଇ ଆରୋପୀ ସାଜିଲେ। ଆମେ ଆଲୋଚନା କରୁଛୁ ଆରଜେଡ଼ି ନେତ୍ରୀ ପଲ୍ଲବୀ ଠାକୁର ଓରଫ ନିରାଲୀଙ୍କ ବିଷୟରେ। ଏବେଏବେ ନିରାଲୀଙ୍କ ନାମ ବିହାରର ପଶ୍ଚିମ ଚମ୍ପାରଣରେ ଜଣେ ଠିକାଦାରଙ୍କ ହତ୍ୟା ଅଭିଯୋଗରେ ସାମ୍ନାକୁ ଆସିଛି।

ଜଣାଇଦେଉଛୁ କି, ବିହାରର ପଶ୍ଚିମ ଚମ୍ପାରଣରେ ଏକ ସପ୍ତାହ ପୂର୍ବରୁ ମେ 16 ତାରିଖରେ ଠିକାଦାର ଜୟପ୍ରକାଶ ଶାହଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଏହି ମାମଲାରେ ପୋଲିସ ବର୍ତ୍ତମାନ ରାଷ୍ଟ୍ରୀୟ ଜନତା ଦଳର ନେତ୍ରୀ ପଲ୍ଲବୀ ଠାକୁର ଓରଫ ନିରାଲୀଙ୍କୁ ଗିରଫ କରିଛି। ନିରାଲୀଙ୍କ ସହିତ ପୋଲିସ ତାଙ୍କ ପତି ଅବନୀଶ ସିଂହ ଓ ସୁପାରି କିଲର ରାଜୀବ ସିଂହଙ୍କୁ ଗିରଫ କରିଛି।

ଠିକାଦାର ଜୟପ୍ରକାଶ ଶାହଙ୍କ ହତ୍ୟା ମାମଲାରେ ନିରାଲୀ ଗିରଫ ହେବାପରେ ନିରାଲୀଙ୍କ ସହିତ ଜଡ଼ିତ ବହୁତ ହଇରାଣ କରି ଦେବାଭଳି ଖୁଲାସା ହେଉଛି। ମୃତ ଠିକାଦାର ଜୟପ୍ରକାଶଙ୍କର ନିରାଲୀଙ୍କ ସହିତ ଅବୈଧ ସମ୍ଵନ୍ଧ ଥିଲା। ଏହିକଥାର ଖବର ନିରାଲୀଙ୍କ ସ୍ୱାମୀ ଅବନୀଶଙ୍କୁ ଲାଗିଥିଲା। ଏହାପରେ ଅବନୀଶ ଓ ନିରାଲୀ ତାକୁ ମାରିବାପାଇଁ ଯୋଜନା କଲେ। ଏହିକାମରେ ସେମାନେ ସାର୍ପ ସୁଟର ରାଜୀବର ସହାୟତା ନେଇଥିଲେ।

ଠିକାଦାର ଜୟପ୍ରକାଶ ଉପରେ ଚଳାଇଲେ ଗୁଳି:-

ରାଜୀବ ସହିତ ମିଶି ପଲ୍ଲବୀ ଓ ଅବନୀଶ ଜୟପ୍ରକାଶକୁ ମାରିବାକୁ ଯୋଜନା ବନାଇଥିଲେ ଓ ମେ 16 ତାରିଖ ଦିନ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜୟପ୍ରକାଶ ଯେତେବେଳେ ମୋତିହାରୀ ରୁ ପାଟନା ଯାଉଥିଲା ସେତେବେଳେ ତାକୁ ଗୁଳି ମରା ଯାଇଥିଲା। ପୋଲିସ କହିଥିଲା ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ମାମଲାରେ ପଲ୍ଲବୀକୁ ଗିରଫ କରାଯିବା ପରେ ଜେଲ ପଠାଇ ଦିଆଗଲା।

ନିରାଲୀ ତିନୋଟି ବିବାହ କରିଥିଲେ, ତାଙ୍କର ପ୍ରଥମ ବିବାହ ବହୁତ ପୂର୍ବରୁ ହୋଇଥିଲା କିନ୍ତୁ ତାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା ଓ ଏହାପରେ ଦ୍ବିତୀୟ ବିବାହ ମଧ୍ୟ ଲମ୍ବା ସମୟ ଚାଲିନଥିଲା। ଦ୍ଵିତୀୟ ପତି ତାଙ୍କ ଚରିତ୍ରକୁ ସନ୍ଦେହ କରି ଛାଡ଼ି ଦେଇଥିଲେ। ଏହାପରେ ଅବନୀଶ ତାଙ୍କ ତୃତୀୟ ପତି ହୋଇଥିଲେ। ପଲ୍ଲବୀ ଓ ଅବନୀଶ ଦୁଇ ପିଲାର ମାତା-ପିତା ବନିଥିଲେ। ଏହାପୂର୍ବରୁ ପ୍ରଥମ ପତିଙ୍କ ଠାରୁ ତାଙ୍କର ଏକ ଝିଅ ଥିଲା। ଏହିପରି ଭାବରେ ତାଙ୍କର ତିନୋଟି ସନ୍ତାନ ଥିଲେ।

ତେଜସ୍ଵୀ ଯାଦବଙ୍କ ନିକଟସ୍ଥ ଥିଲେ ନିରାଲୀ:-

କୁହାଯାଉଛି ଆରୋପୀ ନିରାଲୀ ଜିଲ୍ଲା ସ୍ତରୀୟ ନେତ୍ରୀ ଅଟନ୍ତି। କୁହାଯାଉଛି ତାଙ୍କର ବିହାର ନେତା ପ୍ରତିପକ୍ଷ ତେଜସ୍ଵୀ ଯାଦବଙ୍କ ସହିତ ଭଲ ଭାବ ରହିଛି। ସେ ତେଜସ୍ଵୀଙ୍କ ନିକଟସ୍ଥ ଅଟନ୍ତି। ଠିକାଦାରଙ୍କ ହତ୍ୟାରେ ନାମ ସାମ୍ନାକୁ ଆସିବାପରେ ନିରାଲୀ ତେଜସ୍ଵୀଙ୍କ ସାଥିରେ କେତେକ ଫୋଟ ଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲେ।

Leave A Reply

Your email address will not be published.