ଲଭ,ସେ-କ୍ସ – ଧୋକା : ଫେସବୁକରେ ବନ୍ଧୁତା ତା ପରେ ବିବାହ ପ୍ରତିଶୃତି ଦେଇ ସମ୍ଵନ୍ଧ,ଆଉ ବର୍ତ୍ତମାନ ଫେରାର ହୋଇଗଲେ ମନ୍ତ୍ରୀଙ୍କ ପୁଅ

0

Get real time updates directly on you device, subscribe now.

ରାଜସ୍ଥାନର ଏକ ମନ୍ତ୍ରୀଙ୍କ ପୁଅ ରାଜସ୍ଥାନର ଏକ ଝିଅକୁ ବଳାତ୍କାର କରିଥିବା ଅଭିଯୋଗ ଆସିଛି। ଏହି ପ୍ରସଙ୍ଗରେ ଦିଲ୍ଲୀରେ ଏକ ଏଫ୍ଆଇଆର୍ ଜାରି ହୋଇଛି। ଯାହା ଅନୁଯାୟୀ, ମନ୍ତ୍ରୀଙ୍କ ପୁଅ କେବଳ ବିବାହ ବାହାନା କରିବାକୁ କଥା ଦେଇନଥିଲେ, ବରଂ ତାଙ୍କ ଫୋଟ ଉଠାଇ ବ୍ଲାକମେଲ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ ମନ୍ତ୍ରୀଙ୍କ ପୁଅ ଝିଅଟିକୁ ଧମକ ଦେଇ କହିଥିଲେ ଯେ, ଯଦି ସେ ମୁହଁ ଖୋଲନ୍ତି ତେବେ ଫଳାଫଳ ଭାନୱାରୀ ଦେବୀଙ୍କ ଭଳି ହେବ। ଦିଲ୍ଲୀ ପୋଲିସର ସମସ୍ତ ଚେଷ୍ଟା ପରେ ମଧ୍ୟ ମନ୍ତ୍ରୀଙ୍କ ପୁଅ ଏଯାବତ ହାତକୁ ଆସିନାହିଁ।

ଏହି କାହାଣୀ ହେଉଛି ରାଜସ୍ଥାନ ସରକାରଙ୍କ ଜଣେ ଶକ୍ତିଶାଳୀ ମନ୍ତ୍ରୀଙ୍କ ପୁଅ ଏବଂ ରାଜସ୍ଥାନର ଏକ ଝିଅର ଅଟେ। ଯେଉଁ ଝିଅ ସହିତ ମନ୍ତ୍ରୀଙ୍କ ପୁଅ ଭାନୱାରୀ ଦେବୀଙ୍କ କାହାଣୀ ଆଉଥରେ ଘଟାଇବାକୁ ଧମକ ଦେଇଛନ୍ତି। ରାଜସ୍ଥାନର ଏହି ଝିଅଟି ଦିଲ୍ଲୀରେ ଆରୋପୀ ମନ୍ତ୍ରୀଙ୍କ ପୁଅ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସତ କିନ୍ତୁ ଏଯାବତ ନେତାଙ୍କ ପୁଅ ହଟାକୁ ଆସିନାହିଁ।

ଭାନୱାରୀ ଦେବୀ ଆପଣଙ୍କୁ ମନେଅଛି ତ? ଭାନୱାରୀ ଦେବୀ, ଯିଏ କି ରାଜସ୍ଥାନ ରାଜନୀତିକୁ ହଲେଇ ରଖିଦେଇଥିଲେ। ପରେ ଭାନୱାରୀ ଦେବୀଙ୍କୁ ଅତି ମର୍ମନ୍ତୁଦ ଭାବରେ ହତ୍ୟା କରାଯାଇଥିଲା। ଏଥିରେ ରାଜସ୍ଥାନର କିଛି ମନ୍ତ୍ରୀଙ୍କୁ ଠାବ କରାଯାଇଥିଲା। ବର୍ତ୍ତମାନ ରାଜସ୍ଥାନର ଜଣେ ମନ୍ତ୍ରୀଙ୍କ ପୁଅ ରାଜସ୍ଥାନର ଏକ ଝିଅକୁ ଧମକ ଦେଉଛି ଯେ ଯଦି ସେ ପାଟି ଖୋଲନ୍ତି ତେବେ ରାଜସ୍ଥାନ ଆଉ ଏକ ଭାନୱାରୀ ଦେବୀଙ୍କ ଭଳି ତାଙ୍କ ସହ ମଧ୍ୟ ଏହିପରି ଘଟିବ। କିନ୍ତୁ ଆଶ୍ଚର୍ଯ୍ୟକର କଥା ଏହାକି ଯେ, ଏଫଆଇଆର ପରେ ମଧ୍ୟ ରାଜସ୍ଥାନ ସରକାର ଓ ପୋଲିସ ଅନ୍ଧ ହୋଇ ବସିଛନ୍ତି। ଶକ୍ତି, ସ୍ଥିତି, ମର୍ଯ୍ୟାଦା ଏବଂ ଶାସନ ମଧ୍ୟରେ ଜାତ ହୋଇଛି ଏହି କାହାଣୀ ଯଦି ଏଥିରେ କୌଣସି ପ୍ରକାରର ନିଷ୍ପତ୍ତି ନନିଆଯାଏ ତାହେଲେ ଭାନୱାରୀ ଘଟଣା ପୁଣିଥରେ ରାଜସ୍ଥାନରେ ଘଟିବ।

ଦିଲ୍ଲୀର ସଦର ବଜାର ପୋଲିସ ଷ୍ଟେସନରେ ଜାରି ହୋଇଥିବା ଏହି ଏଫଆଇଆର ଏକ ଏଫଆଇଆର ନୁହେଁ ବରଂ ମନ୍ତ୍ରୀ ମହେଶ ଯୋଶୀ ଓ ରୋହିତ ଯୋଶୀଙ୍କ ଦ୍ଵାରା ଏକ ଅସହାୟ ଝିଅ ଉପରେ ହୋଇଥିବା ଏକ ଯନ୍ତ୍ରଣାଦାୟକ କାହାଣୀ ଅଟେ। ରାଜସ୍ଥାନ ଠାରୁ ହିମାଚଳ ଏବଂ ହିମାଚଳରୁ ଦିଲ୍ଲୀ ପର୍ଯ୍ୟନ୍ତ ଯେତେବେଳେ ବି ସେ ସୁଯୋଗ ପାଇଲେ, ଅସହାୟ ଝିଅଟିକୁ ମାଡ ମାରୁଥିଲେ। ବୋଧହୁଏ ଝିଅଟି ଜାଣିଥିଲା ​​ଶାସନରେ ବସିଥିବା ରାଜସ୍ଥାନ ସରକାର ପାଖରେ ନ୍ୟାୟ ମିଳିବନାହିଁ ସେଥିପାଇଁ ସେ ଦିଲ୍ଲୀ ପୋଲିସ ସାମ୍ନାରେ ନିଜର ଅଭିଯୋଗ ବିଷୟରେ ଜଣାଇଥିଲେ ଏବଂ ଦିଲ୍ଲୀ ପୋଲିସ ମନ୍ତ୍ରୀଙ୍କ ପୁଅ ବିପକ୍ଷରେ ଏଫଆଇଆର ଜାରି କଲେ।

ଏଫଆଇଆର ଦର୍ଜ କରିବା ପରେ ଦିଲ୍ଲୀ ପୋଲିସର ଏକ ଟିମ ଜୟପୁରର ଚକ୍କର କାଟିଥିଲେ, କିନ୍ତୁ ରୋହିତ ଯୋଶୀ ହାତକୁ ଆସିନଥିଲେ ଓ ରାଜସ୍ଥାନ ପୋଲିସ ମଧ୍ୟ ତାଙ୍କୁ ଧରିବାକୁ କୌଣସି ଆଗ୍ରହ ଦେଖାଉନଥିଲା। ଏହି କାରଣ ଯେ, ବଳାତ୍କାର କରିଥିବା ଜଣେ ଅପରାଧୀ ଆଇନ ହାତରେ ଏଯାଏଁ ଧରା ପଡ଼ିନାହିଁ। ଏହି ଘଟଣା କଣ? ଏହି ଝିଅଟି କିଏ? ମନ୍ତ୍ରୀଙ୍କ ପୁଅର କବଳରେ ଝିଅଟି କେମିତି ଆସିଲା? ଏହି ବଳାତ୍କାର ମାମଲାରେ ଭାନୱାରୀ ଦେବୀ କେଉଁଠୁ ଆସିଲା? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କାହାଣୀ।

ଏହି କାହାଣୀର ଆରମ୍ଭ ହୋଇଥିଲା 2021 ମସିହାରୁ ଯେତେବେଳେ ପୀଡିତା ଝିଅଟି ରୋହିତଙ୍କ ସହ ଫେସବୁକରେ ସାକ୍ଷାତ ହୋଇଥିଲେ ଓ ଏହାପରଠାରୁ ସେମାନଙ୍କ ମିଳାମିଶା ଆରମ୍ଭ ହୋଇଗଲା। କିନ୍ତୁ କାହାଣୀର ପ୍ରକୃତ ମୋଡ଼ ଆସିଲା ଯେତେବେଳେ ବିବାହିତ ରୋହିତ ନିଜକୁ ଝିଅଟି ସାମ୍ନାରେ ନିରୀହ ଭାବରେ ପ୍ରତିପାଦନ କଲେ। ସେ କହିଥିଲେ ତାଙ୍କର ତାଙ୍କ ସ୍ତ୍ରୀ ସହିତ ବିଲକୁଲ ପଡେନାହିଁ ଓ ସର୍ବଦା ଲଢେ଼ଇ ଝଗଡ଼ା ହୁଏ। ଏଥିରେ ଝିଅଟି ମନରେ ସହାନୁଭୂତି ଆସିଥିଲା ଓ ଏହି ସହାନୁଭୂତିର ଫାଇଦା ରୋହିତ ଉଠାଇଥିଲା।

ଝିଅଟି ରୋହିତଙ୍କ ବିରୋଧରେ ରିପୋର୍ଟରେ ଲେଖିଥିଲା କି, ମେ 8,2021 ରେ ତାଙ୍କ ସହ ଏକ ଭୟଙ୍କର ଘଟଣା ଘଟିଥିଲା। ରୋହିତକୁ ବିଶ୍ବାସ କରି ସେ ସେଦିନ ତାଙ୍କ ସାଙ୍ଗମାନଙ୍କ ସହ ସାୱାଇ ମାଧୋପୁର ଯାଇଥିଲେ, ଯେଉଁଠାରେ ଦୁହେଁ ବନ୍ଧୁଙ୍କ ଘରେ ରହିଥିଲେ। କିନ୍ତୁ ଏହି ଦିନ ରୋହିତ ତାଙ୍କ ବିଶ୍ୱାସ ଭାଙ୍ଗିଥିଲେ। ଏହା ଘଟିଥିଲା ​​ଯେ ରୋହିତ ତାଙ୍କୁ ଜୁସ ରେ କିଛି ନିଶାଦ୍ରବ୍ୟ ଦେଇଥିଲେ ଓ ପରଦିନ ସକାଳୁ ତାଙ୍କ ଚେତା ଫେରିବା ପରେ ସେ ଜାଣିବାକୁ ପାଇଲେ କି ତାଙ୍କ ଦେହରେ ଗୋଟିଏ ବି କପଡା ନାହିଁ। ଏହାପରେ ରୋହିତଙ୍କ କାର୍ଯ୍ୟକଳାପ ଦେଖି ସେ ଭୟଭୀତ ହୋଇଯାଇ କାନ୍ଦିବାକୁ ଲାଗିଲେ।

ରୋହିତ ପରବର୍ତ୍ତୀ ସମୟରେ ଝିଅଟିକୁ ତା’ର ଲଙ୍ଗଳା ଫୋଟ ଦେଖାଇ ବ୍ଲାକମେଲ କରିବା ଆରମ୍ଭ କରିଥିଲା। ରୋହିତ କହିଥିଲା କି, ସେ ରାଜସ୍ଥାନ ମନ୍ତ୍ରୀ ରାଜେଶ ଯୋଶୀଙ୍କ ପୁଅ ଓ ତାଙ୍କର ପୋଲିସ କିଛିବି କରି ପାରିବନାହିଁ ଏପରିକି ତାଙ୍କର ମାଫିଆ ମାନଙ୍କ ସହିତ ମଧ୍ୟ ପରିଚୟ ରହିଛି ଓ ସେ ଯେବେ ଚାହିଁବେ କାହାରି ପରିବାରକୁ ସମାପ୍ତ କରି ଦେଇପାରନ୍ତି।

ଏହାପରେ ଝିଅଟି ଆଉ କିଛି କରିପାରିନଥିଲା ଓ ରୋହିତ ନିଜ ମନଇଚ୍ଛା ଝିଅଟିକୁ ଯେଉଁଠାକୁ ଡ଼କାଉଥିଲା ଝିଅଟି ସେଠାକୁ ଯାଇ ତାଙ୍କ ସହିତ ସମ୍ଵନ୍ଧ ବନାଉଥିଲା। ଏପରିକି ସେ ଝିଅକୁ ଚାକିରୀ ଛାଡ଼ି ଘରେ ବସିବାକୁ କହିଥିଲା ଓ ଝିଅଟି ଏଥିରେ ବିରୋଧ କରିବାରୁ ସେ ଝିଅକୁ ମାଡ଼ ମାରୁଥିଲା। ଧମକ ଦେଉଥିଲା କି, ସେ ଭିଡ଼ିଓ ଓ ଲଙ୍ଗଳା ଫୋଟ ଗୁଡ଼ିକୁ ଭାଇରାଲ କରିଦେବ।

ଏହାପରେ ସେପ୍ଟେମ୍ବର 3 ରୁ 4 ତାରିଖରେ ମଧ୍ୟ ଏମିତି କିଛି ହୋଇଥିଲା ଯେତେବେଳେ ଯୁବତୀ ଇଣ୍ଟରଭ୍ୟୁ ପାଇଁ ଦିଲ୍ଲୀ ଆସିଥିଲେ ସେତେବେଳେ ପୂର୍ବରୁ ହିଁ ସେଠାରେ ରୋହିତ ଉପସ୍ଥିତ ଥିଲେ ଓ ରୋହିତ ଉଭୟଙ୍କୁ ପତି-ପତ୍ନୀ କହି ହୋଟେଲରେ ଏକ ରୁମ ନେଇଥିଲେ ଓ ସେଠାରେ ତାଙ୍କୁ ଅଶ୍ଳୀଳ ଫିଲ୍ମ ଦେଖାଇଥିଲେ। ମନଇଚ୍ଛା ତାଙ୍କର ଯୌନ ଶୋଷଣ କରିଥିଲା ଓ ଏଠାରେ ବି ଜବରଦସ୍ତି ତାଙ୍କର ଭିଡ଼ିଓ ବନାଇଥିଲେ। ଏବେ ରୋହିତ କ୍ଲବରେ ତାଙ୍କୁ ଡ଼୍ୟାନ୍ସ କରାଇବାକୁ ଲାଗିଲେ।

ଯୁବତୀ ଏହାପରେ ସୁଇସାଇଡ଼ କରିବାକୁ କହିବାରୁ ରୋହିତ ଏକ ଅଲଗା ଗେମ ଖେଳିଲା। ସେ କହିଲା, ସେ ତାଙ୍କ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ତାଙ୍କ ଜଲଦି ବିବାହ କରିବ ଓ ଏହାପରେ ରୋହିତ, ଝିଅଟିର ଘରେ ପହଞ୍ଚି ଝିଅର ମାଆ ଓ ବାପାଙ୍କୁ ମଧ୍ୟ ଧମକ ଦେବା ଆରମ୍ଭ କରିଦେଲା।

ଏହାପରେ ଜୁନ 26,2021 ରେ ରୋହିତ ଝିଅଟି ସହିତ ହନିମୁନର ମିଛ ଡ୍ରାମା କରି ତାଙ୍କୁ ମନାଲି ନେଇଗଲେ ଓ ସେଠାରେ ତାଙ୍କୁ ଧମକ ଦେଇ କହିଥିଲେ ଯଦି ମୁହଁ ଖୋଲୁ ତାହେଲେ ମୁଣ୍ଡକୁ ଗୁଳି ମାରିଦେବି। ଏହାପରେ ଝିଅଟି ପ୍ରେଗନାଣ୍ଟ ହୋଇଯାଇଥିଲା। ରୋହିତ ଏହାପରେ ଯୁବତୀକୁ ଡ଼କାଇ ନିଶାରେ ତାଙ୍କୁ ଜବରଦସ୍ତ ଏକ ବଟିକା ଖାଇବାକୁ ଦେଇଥିଲେ।

ଯେବେ ଏହି ଘଟଣା ଅସହ୍ୟ ହୋଇଗଲା ସେତେବେଳେ ଝିଅଟି ନଭେମ୍ବର 9, 2021 ରେ ଝିଅଟି ସୁଇସାଇଡ଼ କରି ଜୀବନ ଦେବାକୁ ଚେଷ୍ଟା କଲେ। ଝିଅଟି କିଛି ବଟିକା ଖାଇଦେଲେ ଓ ରୋହିତକୁ ଜଣାଇଥିଲେ। ଏହାପରେ ରୋହିତ ଝିଅଟିକୁ ନିଜର ପତ୍ନୀ ବତାଇ ଜୟପୁରର ମାନ ସିଂହ ହସ୍ପିଟାଲରେ ଭର୍ତ୍ତି କଲେ ଓ ନିଜର ସ୍ତ୍ରୀ କହି ମିଛ କାହାଣୀ ଶୁଣାଇବାକୁ ଲାଗିଲେ। ହସ୍ପିଟାଲରେ ଯୁବତୀଙ୍କୁ ଠିକ କରାଇବା ପରେ ପୁଣିଥରେ ପୂର୍ବ ଭଳି କାରନାମା କରିବା ଆରମ୍ଭ କରିଥିଲେ।

ନୂଆବର୍ଷ ଆରମ୍ଭ ହୋଇଥିଲା ଓ 2022 ମସିହାରେ ରୋହିତ କହିଥିଲା କି, ସେ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ପେପର୍ସରେ ସାଇନ କରାଇସାରିଛି ଓ ଜଲଦି ସେ ତାଙ୍କୁ ବିବାହ କରିବେ। ଏହାପରେ ରୋହିତ ଝିଅ ସହିତ କିଛି ସାଧା ପେପରରେ ସାଇନ କରାଇବା ସହିତ କିଛି ଡକ୍ୟୁମେଣ୍ଟ ନିଜ ପାଖରେ ରଖି ଝିଅର ଆକାଉଣ୍ଟକୁ ଏକଲକ୍ଷ ଟଙ୍କା ପଠାଇଲେ ଯାହାଦ୍ୱାରା ଝିଅଟି ଯେମିତି ତାଙ୍କ ପାଖ ଛାଡ଼ି ଯାଇ ପାରିବନାହିଁ।

ବର୍ତ୍ତମାନ କାହାଣୀ ଜୟପୁରରୁ ଚଣ୍ଡିଗଡ଼ ହୋଇ ହିମାଚଳରେ ପହଞ୍ଚିଛି। ରୋହିତ ଝିଅଟି ସହିତ ସେଠାରେ ପହଞ୍ଚିଥିଲା ଓ ସେଠାରେ ଆଉଏକ ନୂଆ ଘଟଣା ଘଟିଲା। ଏଠାରେ ରୋହିତଙ୍କର ଜଣେ ବନ୍ଧୁ ଅନିଲ ଚୌଧୁରୀ ତାଙ୍କୁ ଭେଟି କହିଲେ କି, ତାଙ୍କ ପିତା ତାଙ୍କୁ ତାଙ୍କ ସମ୍ପତ୍ତିରୁ ବହିଷ୍କାର କରି ଦେଇଛନ୍ତି। ଏହାପରେ ରୋହିତ ନିରୀହ ଭାବରେ ପୁଣି ଦିଲ୍ଲୀ ଫେରିଥିଲେ। ସେଠାରେ ଉଭୟ ସଦର ବଜାରର ଏକ ହୋଟେଲରେ ରହିଲେ ଏହା ପରଠାରୁ କାହାଣୀରେ ରାଜସ୍ଥାନ ପୋଲିସର ଏଣ୍ଟ୍ରି ହୋଇଗଲା।

ଝିଅଟିର କହିବା କଥା ହେଲା, ଦିଲ୍ଲୀରେ ପହଞ୍ଚିବା ପରେ ଜୟପୁର ସଦର ପୋଲିସ ଷ୍ଟେସନର SHO ତାଙ୍କ ଟିମ ସହିତ ଆସି ତାଙ୍କୁ ଧମକ ଦେବା ଆରମ୍ଭ କରିଛନ୍ତି। ଏହାପରେ ସେମାନେ ଜବରଦସ୍ତ ତାଙ୍କୁ ଜୟପୁରକୁ ଆଣି ଡାକ୍ତରଖାନାରେ ଭର୍ତ୍ତି କଲେ ଓ ମନଇଚ୍ଛା ତାଙ୍କର ବୟାନ ନେବାକୁ ଚେଷ୍ଟା ମଧ୍ୟ କଲେ। ଏହାସହ ଝିଅଟି କହିଥିଲା, ପୋଲିସ ଉପସ୍ଥିତି ଥିବା ସତ୍ତ୍ୱେ ମଧ୍ୟ ରୋହିତ ତାକୁ ଥରେ ମାଡ଼ ମାରିଥିଲା।

ଏହାପରେ ରୋହିତ ତାଙ୍କଠାରୁ ଦୂରତା ରଖିବା ଆରମ୍ଭ କରିଥିଲେ। ତାଙ୍କୁ ଫୋନରୁ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ବ୍ଲକ କରିଥିଲେ। ଏମିତିରେ ରୋହିତ ଯେତେବେଳେ ଶେଷଥର ଏପ୍ରିଲ 17, 2022 ରେ ଝିଅଟିକୁ ଭେଟିଥିଲେ ସେତେବେଳେ ଯୌନ ଶୋଷଣ ତ କରିଥିଲେ ଓ ଡ଼ାଇଲଗ ମାରି କହିଥିଲେ କି, ଯଦି ସେ ତାଙ୍କ ପିଛା ନଛାଡ଼ନ୍ତି ତାହେଲେ ସେ ତାଙ୍କ ପରିବାର ଓ ତାଙ୍କୁ ଭାନୱାରେ ଦେବୀଙ୍କ ପରି ସମାପ୍ତ କରିଦେବେ ଓ କାହାରିକୁ ଜଣାପଡ଼ିବ ନାହିଁ।

ଏହାପରେ ଝିଅଟି ମନ୍ତ୍ରୀଙ୍କ ପୁଅ ବିରୋଧରେ ଦିଲ୍ଲୀର ସଦର ବଜାର ଥାନରେ ମାମଲା ରୁଜୁ କଲେ। ଯାହାଦ୍ୱାରା ପୋଲିସ ଆଇପିସି ଧାରା 376, 328, 312, 366, 377, 506 ଓ 509 ଦ୍ୱାରା ଯୁବକ ବିରୋଧରେ ଏଫଆଇଆର ଜାରି କରିଛନ୍ତି। କିନ୍ତୁ କମାଲ କରିବାର କଥା ଏହାକି ଯେ, ମନ୍ତ୍ରୀଙ୍କ ପୁଅ ଲଗାତାର ଲୁଚୁଛି ଓ ସମ୍ପୂର୍ଣ୍ଣ ରାଜସ୍ଥାନ ସରକାର ତାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି।

ଏବେ ପୁଅ ତ ଫେରାର ଅଛି କିନ୍ତୁ ମନ୍ତ୍ରୀ ଜୀ ନିଜ ପୁଅକୁ ସଂସ୍କାରୀ କହିବାରେ ପଛାଉ ନାହାଁନ୍ତି। ସବୁଠାରୁ ଗୋଳମାଳିଆ କଥା ଏହାକି ଯେ, ରାଜସ୍ଥାନ ସରକାର ଏଥିରେ ମଧ୍ୟ ରାଜନୀତି କରୁଛନ୍ତି। ଏବେ ପ୍ରଶ୍ନ ଉଠୁଛି ସରକାର ଯେଉଁଠି ନଜର ଅନ୍ଦାଜ କରୁଛି ତାହେଲେ ରାଜସ୍ଥାନ ଝିଅକୁ ନ୍ୟାୟ କେମିତି ମିଳିବ?

Leave A Reply

Your email address will not be published.