କେବଳ ୨୦,୦୦୦ ଟଙ୍କାରେ ଆରମ୍ଭ କରନ୍ତୁ ଏହି ସୁପରହିଟ ବ୍ୟବସାୟ, ପ୍ରତ୍ୟେକ ମାସ ହେବ ଲକ୍ଷେ ଟଙ୍କାର ଆୟ !

0

Get real time updates directly on you device, subscribe now.

ଯଦି ଆପଣ ବହୁତ କମ ପଇସା ଲଗାଇ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ଆଇଡ଼ିଆ ଦେବୁ ଯେଉଁଠି କେବଳ ୨୦,୦୦୦ ଟଙ୍କା ଖର୍ଚ୍ଚ କରି ମାସକୁ ଲକ୍ଷ ଟଙ୍କା ଆୟ କରିପାରିବେ। ଆମେ ଆପଣଙ୍କୁ ଲେମନଗ୍ରାସ ଚାଷ ବିଷୟରେ କହିବା ପାଇଁ ଯାଉଛୁ। ଏହାକୁ ଲେମ୍ବୁ ଘାସ ମଧ୍ୟ କୁହନ୍ତି। ଏହି ଚାଷ ଫଳରେ ଭଲ ଲାଭ ମଧ୍ୟ ମିଳିଥାଏ। ଏହାର ଚାଷ କରିବା ପାଇଁ ଆପଣଙ୍କୁ କେବଳ ୨୦,୦୦୦ ଟଙ୍କା ଆବଶ୍ୟକ। ଏହି ପଇସାରେ ଆପଣ ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ।

ଲେମନଗ୍ରାସର ବ୍ୟବସାୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମନକି ବାତରେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଥରେ ମନକି ବାତରେ ଲେମନଗ୍ରାସ ବିଷୟରେ କହିଥିଲେକି ଲେମନଗ୍ରାସ ଚାଷ ଫଳରେ କୃଷକ ନିଜ ନିଜ ଭିତରେ ଆର୍ଥିକ ରୂପରେ ମଜବୁତ ହୋଇଥାଏ, ଏହା ସହିତ ଦେଶର ଉନ୍ନତିରେ ମଧ୍ୟ ସହଯୋଗ କରିଥାଏ।

ଲେମନଗ୍ରାସର ବଜାରରେ ଭାରି ଡିମାଣ୍ଡ:-

ଲେମନଗ୍ରାସରୁ ବାହାରୁଥିବା ତେଲର ଡିମାଣ୍ଡ ବାଜାରରେ ବହୁତ ଅଧିକ ଅଛି। ଲେମନଗ୍ରାସରୁ ବାହାରୁଥିବା ତେଲ କସ୍ମେଟିକ୍ସ, ସାବୁନ, ତେଲ ଓ ଔଷଧ ତିଆରି କରୁଥିବା କମ୍ପାନୀ ବ୍ଯବହାର କରନ୍ତି। ଏହି କାରଣରୁ ମାର୍କେଟରେ ଏହାର ଭଲ ଦାମ ମିଳିଯାଏ। ଏହି ଚାଷର ସବୁଠାରୁ ଖାସ କଥା ହେଉଛିକି ଏହାକୁ ଶୁଖିଲା ପ୍ରଭାବିତ ଅଞ୍ଚଳରେ ଲଗାଯାଇ ପାରିବ। ଲେମନଗ୍ରାସର ଚାଷ ଦ୍ବାରା ଆପଣ ଏକ ହେକ୍ଟରରୁ ବର୍ଷକ ଯାକ ପାଖାପାଖି ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ଆୟ କରିପାରିବେ।

ଏଥିରେ ଖାଦର ଆବଶ୍ୟକତା ନାହିଁ:-

ଲେମନଗ୍ରାସ ଚାଷରେ ଖାଦର କୌଣସି ଆବଶ୍ୟକତା ନାହିଁ। ଏହା ସହିତ ଏହାକୁ ଜଙ୍ଗଲର ପଶୁ ନଷ୍ଟ କରିବାର କୌଣସି ଡର ମଧ୍ୟ ନାହିଁ। ଥରେ ଫସଲ ହେବା ପରେ ଏହା ଲଗାତାର ୫-୬ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ।

କେବେ କରିବେ ଲେମନଗ୍ରାସ:-

ଲେମନଗ୍ରାସର ଚାଷ କରିବାର ଭଲ ସମୟ ଫେବୃୟାରୀ ରୁ ଜୁଲାଇ ମାସ ମଧ୍ୟରେ। ଥରେ ଚାଷ କରିବା ପରେ ଏହାକୁ ୬-୭ ଥର କଟାହୁଏ। ଗୋଟିଏ ବର୍ଷରେ ତିନିରୁ ଚାରିଥର କଟାଯାଏ। ଲେମନଗ୍ରାସରୁ ତେଲ ବାହାର କରାଯାଏ। ଗୋଟିଏ ବର୍ଷରେ ଏକ କଟା ହୋଇଥିବା ଜମିରୁ ପାଖାପାଖି ୩ ରୁ ୫ ଲିଟର ତେଲ ବାହାରିଥାଏ। ଏହି ତେଲର ଦାମ ୧,୦୦୦ ଟଙ୍କାରୁ ନେଇ ୧,୫୦୦ ଟଙ୍କା ଅଟେ।

ଲେମନଗ୍ରାସ ଲଗାଇବାର ୩ ରୁ ୫ ମାସ ପରେ ଏହାର ପ୍ରଥମ ଫସଲ କଟାଯାଏ। ଲେମନଗ୍ରାସ ପ୍ରସ୍ତୁତ ହୋଇଛି ନା ନାହିଁ। ଏହି ବିଷୟରେ ଜାଣିବା ପାଇଁ ଏହାକୁ ଭାଙ୍ଗି ସୁଂଘା ଯାଏ, ସୁଂଘିବା ପରେ ଯଦି ଲେମ୍ବୁର ବାସ୍ନା ଆସେ ତେବେ ଏହି ଘାସ ପ୍ରସ୍ତୁତ ହୋଇଯାଇଛି। ଜମିଠାରୁ ୫ ରୁ ୮ ଇଞ୍ଚ ଉପରକୁ ଏହାକୁ କଟାଯାଏ। ପ୍ରତ୍ୟେକ ଥର କଟାରେ ୧.୫ ଲିଟରରୁ ୨ ଲିଟର ତେଲ ବାହାରିଥାଏ। ତିନି ବର୍ଷ ପର୍ଯ୍ୟନ୍ତ ଏହାର ଉତ୍ପାଦନ କ୍ଷମତା ବଢିଯାଏ। ଲେମନଗ୍ରାସର ନର୍ସରୀ ବେଡ ପ୍ରସ୍ତୁତ କରିବାର ସବୁଠାରୁ ଭଲ ସମୟ ହେଉଛି ମାର୍ଚ୍ଚ ଓ ଏପ୍ରିଲ ମାସ।

କେତେ ହେବ ଆୟ:-

ଯଦି ଆପଣ ଏକ ହେକ୍ଟରରେ ଲେମନଗ୍ରାସ ଚାଷ କରୁଛନ୍ତି ତେବେ ଆରମ୍ଭ ସମୟରେ ୨୦,୦୦୦ ରୁ ୪୦,୦୦୦ ଟଙ୍କାର ଖର୍ଚ୍ଚ ଆସିବ। ଥରେ ଫସଲ ଲଗାଇବା ପରେ ବର୍ଷକରେ ୩ ରୁ ୪ ଥର କାଟିପାରିବେ। ମେନ୍ଥା ଓ ଖସ ପରି ଲେମନଗ୍ରାସର ପେରାଇ ହୁଏ। ୩ ରୁ ୪ ଥର କାଟିବା ପରେ ପାଖାପାଖି ୧୦୦ ରୁ ୧୫୦ ଲିଟର ତେଲ ବାହାରିଥାଏ। ଏକ ହେକ୍ଟରରେ ବର୍ଷକ ଯାକ ପାଖାପାଖି ୩୨୫ ଲିଟର ତେଲ ବାହାରିଥାଏ। ତେଲର ମୂଲ୍ୟ ପାଖାପାଖି ୧୨୦୦-୧୫୦୦ ଟଙ୍କା ପ୍ରତି ଲିଟର ହୋଇଥ। ଅର୍ଥାତ ୪ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ହୋଇଯାଏ।

Leave A Reply

Your email address will not be published.