ବେରୋଜଗାର ଯୁବକଙ୍କୁ ସରକାର ଦେଲେ ସୁଯୋଗ, ମିଳିବ ୧୦,୦୦୦ ଟଙ୍କାର ଲାଭ, ଶୀଘ୍ର କରନ୍ତୁ ଆବେଦନ

0

Get real time updates directly on you device, subscribe now.

ସାରାଦେଶରେ ବର୍ତ୍ତମାନ ସମୟରେ ସାଧାରଣ ଲୋକଙ୍କର ଆର୍ଥିକ ସଙ୍କଟ ଦେଖାଯାଉଛି, ଯାହାଫଳରେ ସମସ୍ତଙ୍କୁ ପଇସା ଆୟ କରିବା ଏକ ଚ୍ୟାଲେଞ୍ଜ ପରି ଲାଗୁଛି। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଲୋକଙ୍କୁ ସାହଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି, କିନ୍ତୁ ଏହା କାଫି ନୁହେଁ। ଇତି ମଧ୍ୟରେ ଆପଣ ଯଦି ପଢାଲେଖା ଜାଣିଛନ୍ତି ଓ ଆପଣଙ୍କ ନିକଟରେ ଚାକିରୀ ନାହିଁ ତେବେ ବର୍ତ୍ତମାନ ଟେଂସନ ନିଅନ୍ତୁ ନାହିଁ।

ସରକାର ଏକ ଏମିତି ଯୋଜନା ଆରମ୍ଭ କରିଛନ୍ତି, ଯାହାଫଳରେ ପ୍ରତ୍ୟେକ ବେରୋଜଗାରଙ୍କୁ ରୋଜଗାର ମିଳିବ। ସରକାରଙ୍କ ଏହି ସ୍କିମର ନାମ ସ୍ୱନିଧି ଯୋଜନା ଅଟେ। ଏହି ଯୋଜନାରେ ଯୋଡ଼ି ହେଉଥିବା ପ୍ରତ୍ୟେକ ଯୁବ, ଶ୍ରମିକଙ୍କୁ ସରକାର ୧୦,୦୦୦ ଟଙ୍କାର ସବସିଡି ଦେବେ। ଯାହାର ଲାଭ କୋଟି କୋଟି ଲୋକଙ୍କୁ ମିଳିବ। ଏଥିରେ ଗରିବ ଶ୍ରମିକ, ଚାଳ ଘରେ ରହୁଥିବା ଲୋକ ଓ ଭୂମିହୀନ କୃଷକ ମଧ୍ୟ ସାମିଲ ହେବେ।

ସୂଚନା ପାଇଁ ଜଣାଇଦେଉଛୁକି ଉତ୍ତରପ୍ରଦେଶ ସରକାର ବର୍ତ୍ତମାନ ସ୍ଵନିଧି ଯୋଜନାରେ ବେରୋଜଗାର ଯୁବକଙ୍କୁ ଯୋଡିବାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଏହି ପ୍ରକ୍ରିୟାରେ ସବସିଡି ଯୁକ୍ତ ଲୋନ ଦେଇ ଯୁବକଙ୍କୁ ସ୍ଵୟଂ ରୋଜଗାର ପାଇଁ ପ୍ରେରିତ କରାଯିବ, ଯାହାଫଳରେ ସେମାନେ ନିଜ ଗୋଡ ଉପରେ ଛିଡା ହୋଇପାରିବେ ଓ କିଛି ଭଲ ଆୟ ମଧ୍ଯ କରିପାରିବେ ଓ ଅନ୍ୟକୁ ଭଲ ରୋଜଗାର ମଧ୍ୟ ଦେଇପାରିବେ।

ସ୍ୱନିଧି ଯୋଜନାରେ ହେବ ଏହି ଲାଭ:-

ଉତ୍ତରପ୍ରଦେଶ ସରକାର ସ୍ୱନିଧି ଯୋଜନା ଅନ୍ତର୍ଗତ ଏମିତି ବେରୋଜଗାର ଯୁବକ ତଥା ଛୋଟ ଦୋକାନ, ଯେଉଁମାନେ ରାସ୍ତାକଡ଼ରେ ଦୋକାନ ଲଗାଇ ନିଜର ଜୀବନଯାପନ କରନ୍ତି। ସେମାନଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଏ। ଏହି ଋଣ ଉପରେ କେବଳ ୨ ପ୍ରତିଶତ ସୁଧ ଦେବାକୁ ପଡେ। ଉତ୍ତରପ୍ରଦେଶ ସରକାର ଏହି ଯୋଜନା ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୪୩୭୭ ଜଣ ଲୋକଙ୍କୁ ଋଣ ଦେଇ ସାରିଛନ୍ତି, ଯେତେବେଳେକି ଅନ୍ୟ ଯୁବକମାନଙ୍କୁ ଏହି ଯୋଜନାରେ ଯୋଡ଼ି ହେବା ପାଇଁ ଅପିଲ କରାଯାଉଛି।

କିଛି ମିଡିଆ ରିପୋର୍ଟ ମୁତାବିକ, ସ୍ୱନିଧି ଯୋଜନା ପାଇଁ ଅନଲାଇନରେ ଆବେଦନ କରିପାରିବେ। କିନ୍ତୁ ଆବେଦନ କରିବାର ପ୍ରଥମ ଆବେଦକଙ୍କୁ ସ୍ଥାନୀୟ ଅଞ୍ଚଳରେ ଫୁଟପାଥ ଦୋକାନୀ ରୂପରେ ରେଜିଷ୍ଟ୍ରେସନ କରିବାକୁ ହେବ। ବର୍ତ୍ତମାନ ଏହି ଯୋଜନା ଅନ୍ତର୍ଗତ ୪୫୨୯ ଆବେଦନ ସ୍ଵୀକୃତ କରାଯାଇଛି, ଯେତେବେଳେକି ୪୩୭୭ ଜଣ ଲୋକଙ୍କୁ ଋଣ ଦିଆଯାଇସାରିଛି।

Leave A Reply

Your email address will not be published.