ଆଇପିଏଲ ୨୦୨୨: ଶିଖର ଧାୱନଙ୍କ ବ୍ୟତୀତ ଆଇପିଏଲରେ କେହିବି ଏହି କମାଲ କରିନାହାନ୍ତି, ଗବର ରଚିଦେଲେ ଇତିହାସ

0

Get real time updates directly on you device, subscribe now.

ଶିଖର ଧାୱନଙ୍କ ରେକର୍ଡ:-

ପଞ୍ଜାବ କିଙ୍ଗସ ଦଳ ଆଇପିଏଲରୁ ବାହାରି ଯାଉଛି। କିନ୍ତୁ ଦଳର ଧାକଡ ଓପନର ଶିଖର ଧାୱନ ଇତିହାସ ରଚିଛନ୍ତି। ଆଇପିଏଲରେ ଶିଖର ଧାୱନ ଏକ ବଡ ଉପଲବ୍ଧି ହାସିଲ କରିନେଇଛନ୍ତି। ଯେଉଁଥିପାଇଁ ବଡ ବଡ ବ୍ୟାଟ୍ସମ୍ୟାନ ଅପେକ୍ଷା କରିଥାନ୍ତି।

ଶିଖର ଧାୱନ ରଚିଦେଲେ ଇତିହାସ:-

ଆଇପିଏଲରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଦିଗ୍ଗଜ ବ୍ୟାଟ୍ସମ୍ୟାନ ମଧ୍ୟ ଶିଖର ଧାୱନଙ୍କ ପରି କାରନାମା କରିପାରି ନାହାନ୍ତି। ଜଣାଇଦେଉଛୁକି ପଞ୍ଜାବ କିଙ୍ଗସର ଦଳର ଧାକଡ ଓପନର ଶିଖର ଧାୱନ ରବିବାର ଦିନ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩୨ଟି ବଲରେ ୩୯ ରନର ଇନିଂସ ଖେଳିଲେ।

ଆଇପିଏଲରେ କରିଲେ ଏହି କମାଲ:-

ଶିଖର ଧାୱନ ନିଜର ୩୯ ରନର ଇନିଂସରେ ୨ଟି ଚୌକା ଓ ୨ଟି ଛକା ପିଟିଥିଲେ। ଏହା ସହିତ ଶିଖର ଧାୱନ ଆଇପିଏଲରେ ସବୁଠାରୁ ଅଧିକ ୭୦୦ ଚୌକା ପୂରଣ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ ଅଟନ୍ତି। ଶିଖର ଧାୱନଙ୍କ ପୂର୍ବରୁ ଆଇପିଏଲରେ ଏମିତି କମାଲ କୌଣସି ବ୍ୟାଟ୍ସମ୍ୟାନ କରିନାହାନ୍ତି।

ଶିଖର ଧାୱନଙ୍କ ନାମରେ ଯୋଡ଼ିଅଛି ବଡ ରେକର୍ଡ:-

ଶିଖର ଧାୱନଙ୍କ ନାମ ବର୍ତ୍ତମାନ ଆଇପିଏଲରେ ସବୁଠାରୁ ଅଧିକ ୭୦୧ ଚୌକା ପିଟିବାର ରେକର୍ଡ ଅଛି। ଶିଖର ଧାୱନଙ୍କ ପରେ ଏହି ଲିଷ୍ଟରେ ଦ୍ୱିତୀୟ ନମ୍ୱରରେ ବିରାଟ କୋହଲିଙ୍କ ନାମ ଆସେ। ଯାହାଙ୍କ ନାମରେ ଆଇପିଏଲରେ ଦ୍ୱିତୀୟ ୫୭୬ ଚୌକା ଯୋଡ଼ିବାର ରେକର୍ଡ ଅଛି। ଶିଖର ଧାୱନ ଆଇପିଏଲରେ ଦ୍ଵିତୀୟ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ଅଟନ୍ତି। ଶିଖର ଧାୱନଙ୍କ ନାମରେ ଆଇପିଏଲରେ ୬,୨୪୪ ରନ କରିବାର ରେକର୍ଡ ଅଛି।

Leave A Reply

Your email address will not be published.