ମଦ ପିଇବା ସହିତ ଗାଡ଼ି ଉପରେ ଷ୍ଟଣ୍ଟ ମାରୁଥିଲେ ଦୁଇଜଣ ବନ୍ଧୁ, ଏହାପରେ ଯାହାହେଲା ଆପଣ ବିଶ୍ବାସ କରି ପାରିବେନାହିଁ

0

Get real time updates directly on you device, subscribe now.

ମଦ ପିଇ ଗାଡ଼ି ଚାଳନା କରିବା ଉଚିତ ନୁହେଁ କାରଣ ମଦ୍ୟପାନ କରି ନିଶାରେ ଗାଡ଼ି ଚଲାଇବା ଦ୍ୱାରା ଆପଣ ନିଜର କ୍ଷତି କରିବା ସହିତ ଅନ୍ୟର ମଧ୍ୟ କ୍ଷତି କରି ବସିଥାନ୍ତି। ଏହିପରି ମାମଲା ଆମକୁ ରୋଡ଼ରେ ଦେଖିବାକୁ ମିଳିଥାଏ ଯେଉଁଥିରେ ନିଶାଶକ୍ତ ବ୍ୟକ୍ତି ଦୁର୍ଘଟଣା ଘଟାଇ ନିଜର କ୍ଷତି କରିବା ସହିତ ନିର୍ଦୋଷ ଲୋକଙ୍କର ମଧ୍ୟ କ୍ଷତି କରିଥାଏ। ଏବେଏବେ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସୁଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଦୁଇଜଣ ସାଙ୍ଗ ବାଇକ ଚଲାଇବା ସମୟରେ ହିଁ ମଦ ପିଉଛନ୍ତି ଓ ସେ ଏହାପରେ ଏକ ଷ୍ଟଣ୍ଟ ମାରିବାକୁ ଚେଷ୍ଟା କରୁଛନ୍ତି, ପରେ ସେ ଏଥିରେ ଫେଲ ହୋଇ ଦୁର୍ଘଟଣା ଘଟାଉଛନ୍ତି।

ପ୍ରଥମେ ଦୁହେଁ ବାଇକ ଉପରେ ହିଁ ମଦ ପିଉଛନ୍ତି:-

ଭିଡ଼ିଓଟି ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଦୁଇଜଣ ସାଙ୍ଗ ବହୁତ ଆରାମରେ ବାଜାଜ ପ୍ଲାଣ୍ଟିନା ଉପରେ ବସି ଗ୍ଲାସ ହାତରେ ଧରିଛନ୍ତି ଓ ଏହାପରେ ବହୁତ ଖୁସିରେ ରାସ୍ତା ଅତିକ୍ରମ କରିବା ସହିତ ଏହାକୁ ପିଉଛନ୍ତି।

ପରେ ଷ୍ଟଣ୍ଟ ମାରିବାକୁ ଚେଷ୍ଟା କରନ୍ତି:-

ଏହାପରେ ଦୁହେଁ ଷ୍ଟଣ୍ଟ ମାରିବାର ଚେଷ୍ଟା କରୁଛନ୍ତି। କିନ୍ତୁ ସେତେବେଳେ ପଛରେ ବସିଥିବା ଯୁବକଟି ନିଜର ବାଲାନ୍ସ ହରାଇ ଦେଉଛି ଓ ପଡ଼ିବା ସମୟରେ ଭିଡ଼ିଓଟି ସ୍ଲୋ ମୋଶନ ରହିଛି। ଏଥିରେ ଆପଣ ଯୁବକର ପଡ଼ିବା ମୋମେଣ୍ଟକୁ ଭଲ ଭାବରେ ଦେଖିପାରିବେ।

ସାଙ୍ଗ ତ ବଞ୍ଚିଗଲା କିନ୍ତୁ! :-

ଯେଉଁ ବ୍ୟକ୍ତି ବାଇକ ଚଳାଉଥିଲେ ସେ ତ ବଞ୍ଚିଗଲେ କିନ୍ତୁ ଯେଉଁ ବ୍ୟକ୍ତି ପଛରେ ବସିଥିଲା ସେ ପଡ଼ିଯାଉଛି। ସେ ବଞ୍ଚିବାର ସମ୍ପୂର୍ଣ୍ଣ ପ୍ରୟାସ କଲେ କିନ୍ତୁ ବଞ୍ଚି ପାରିଲେନାହିଁ।

ଏହି ଭିଡ଼ିଓରେ କୌଣସି ମଜାଳିଆ ମୁହୂର୍ତ୍ତ ତ ନାହିଁ କିନ୍ତୁ ଯୁବକଟି ପଡ଼ିସାରିଲା ପରେ ମଧ୍ୟ ତା’ ହାତରୁ ମଦ ବୋତଲ ପଡୁନାହିଁ। ଏହାକୁ ଦେଖି ଜଣେ ୟୁଜର୍ସ ଲେଖିଥିଲେ, “ଜାନ ଯାଏ ମଗର ଦାରୁ ନାଜାଏ”। କିଛି ୟୁଜର୍ସ ଏହାକୁ ପସନ୍ଦ କରିନଥିଲେ ଓ କିଛି ଏହାକୁ ବାରମ୍ବାର ଦେଖୁଛନ୍ତି।

Leave A Reply

Your email address will not be published.