ଦିଅର ବାହାଘରରେ ଭାଉଜଙ୍କୁ ଚଢ଼ିଲା ମସ୍ତି ନିଶା, ଏମିତି କାମ କଲେ ଯେ ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଦିଅର ଓ ଭାଉଜ ସମ୍ପର୍କ ବହୁତ ଆଦରଣୀୟ ହୋଇଥାଏ। ସମୟ କ୍ରମେ ଭାଉଜ ମାଆ ହୋଇଥାଏ ଓ ସମୟ କ୍ରମେ ସେ ଦିଅରର ସାଙ୍ଗ ମଧ୍ୟ ପାଲଟି ଯାଇଥାଏ। ଭାଉଜଙ୍କୁ ଘରେ କିଛିବି ଅସୁବିଧା ହେଲେ ସେ ଦିଅରଙ୍କୁ କହିଥାନ୍ତି। ସେହିପରି ଦିଅର ମଧ୍ୟ ନିଜ ଭାଉଜ ପାଖରେ କିଛି ଲୁଚାଏ ନାହିଁ। ସେହିପରି ଯେତେବେଳେ ଦିଅରର ବାହାଘର ହୁଏ ସେତେବେଳେ ଭାଉଜ ବହୁତ ଖୁସି ହୋଇଥାଏ।

ଦିଅର ବିବାହରେ ଖୁଲମ ଖୋଲା ନାଚିଲେ ଭାଉଜ:-

ଦିଅରଙ୍କ ବିବାହରେ ଭାଉଜ ବହୁତ ଏଞ୍ଜୟ କରିଥାଆନ୍ତି। ତାଙ୍କର ବିବାହରେ ନାଚ, ଗୀତ ମଧ୍ୟ ବହୁତ ଚାଲିଥାଏ। ଏହିପରି ଦୁଇ ଭାଉଜଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଧୁମ ମଚାଉଛି। ଏହି ଦୁଇ ଭାଉଜ ନିଜ ଦିଅର ବାହାଘରରେ ଏତେ ଖୁସି ହୋଇଗଲେ ଯେ, ଦିଲ ଖୋଲି ନାଚିବାକୁ ଲାଗିଲେ। ତାଙ୍କର ଡ଼୍ୟାନ୍ସ ବର୍ତ୍ତମାନ ଲକ୍ଷ ଲକ୍ଷଙ୍କ ହୃଦୟ ଜିତିସାରିଲାଣି।

ଏହି ଭାଇରାଲ ଭିଡ଼ିଓରେ ନଜର ଆସୁଛି କି, ବର ଘୋଡ଼ା ଉପରେ ବସିଛି। ଏହାର ଆଖପାଖରେ ଦୁଇଜଣ ଭାଉଜ ଛିଡ଼ା ହୋଇଛନ୍ତି। ସେ ଦିଅର ବାହାଘରରେ ନାଚି ନିଜର ଖୁସି ଜାହିର କରୁଛନ୍ତି। ଏହି ଦୁଇ ଭାଉଜ ଫିଲ୍ମ “ହମ ଆପକେ ହୈ କୌନ” ର ଗୀତ ଲେ ଚଲି ମେ ଅପନେ ଦେୱର କି ବାରତ ଲେକେ” ଗୀତରେ ନାଚୁଥିବାର ନଜର ଆସିଥିଲେ। ଲାଲ ଓ ଗୋଲାପୀ ଲେହେଙ୍ଗା ପିନ୍ଧି ଭାଉଜ ମାନେ ଯେତେବେଳ ନାଚିବା ଆରମ୍ଭ କଲେ ସେତେବେଳେ ଲୋକେ ଦେଖି ରାଗିଗଲେ।

ଭାଉଜଙ୍କ ନାଚ ଦେଖି ଖୁସି ହୋଇଗଲେ ଲୋକେ:-

ଦିଅରର ବାହାଘରେ ଯେତେବେଳେ ଭାଉଜ ନାଚିବା ଆରମ୍ଭ କରିଦେଲେ ସେତେବେଳେ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା। ଏପରିକି ଦିଅର ମଧ୍ୟ ନିଜ ଭାଉଜଙ୍କ ନାଚ ଦେଖି ଖୁସି ହୋଇଥିଲେ। ଏହି ଦୁଇ ଭାଉଜଙ୍କ ନାମ ପୂଜା ଓ ଶେଫାଳୀ ଅଟେ।

ଦୁଇ ଭାଉଜଙ୍କ ଏହି ସୁନ୍ଦର ନାଚର ଭିଡ଼ିଓ ‘witty_wedding’ ନାମକ ଆକାଉଣ୍ଟରୁ ଶେୟର କରାଯାଇଥିଲା। ଏହି ଭିଡ଼ିଓକୁ ଲୋକମାନେ ବହୁତ ପସନ୍ଦ କରିବା ସହିତ କମେଣ୍ଟ ମଧ୍ୟ କରୁଛନ୍ତି। ଜଣେ ୟୁଜର୍ସ କମେଣ୍ଟ କରିଥିଲେ, ବହୁତ ସୁନ୍ଦର ଡ଼୍ୟାନ୍ସ ଓ ଆଉଜଣେ ଲେଖିଥିଲେ, ଦିଅର ବହୁତ ଲକି କାରଣ ଏତେ ଭଲ ଭାଉଜ ପାଇଛନ୍ତି। ଆଉଜଣେ କମେଣ୍ଟ କରି ଲେଖିଥିଲେ, ଦିଅର ଓ ଭାଉଜଙ୍କ ବଣ୍ଡିଂ ବହୁତ ଷ୍ଟ୍ରଙ୍ଗ ଜଣାପଡ଼ୁଛି ସେହିପରି ଆଉଜଣେ ଲେଖିଥିଲେ “କ୍ୟା କୁଲ ଭାବି ହୈ”।

Leave A Reply

Your email address will not be published.